www.samajalive.in
Saturday, December 6, 2025
15.1 C
Bhubaneswar

ବରିଷ୍ଠ ଫଟୋ ସାମ୍ବାଦିକ ବିଜୁ ପଟ୍ଟନାୟକଙ୍କ ପରଲୋକ

ସମ୍ବଲପୁର: ‘ସମାଜ’ ସମ୍ବଲପୁର ସଂସ୍କରଣର ବରିଷ୍ଠ ଫଟୋ ସାମ୍ବାଦିକ ବିଜୁ ପଟ୍ଟନାୟକଙ୍କର ମଙ୍ଗଳବାର ପୂର୍ବାହ୍ନରେ ପରଲୋକ ଘଟିଛି। ୫୮ ବର୍ଷିୟ ଶ୍ରୀ ପଟ୍ଟନାୟକ କିଛି ବର୍ଷ ହେବ ସ୍ୱାସ୍ଥ୍ୟଜନିତ ସମସ୍ୟା ଯୋଗୁଁ ଚିକିତ୍ସିତ ହେଉଥିଲେ। ସ୍ଥାନୀୟ ସାକ୍ଷୀପଡା ସ୍ଥିତ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ସେ ତାଙ୍କ ପଛରେ ଧର୍ମପତ୍ନୀ ସରିତା, ପୁତ୍ର ପ୍ରେମରାଜ ଓ ପରିବାରଵର୍ଗଙ୍କୁ ଛାଡି ଯାଇଛନ୍ତି। ତାଙ୍କର ପରଲୋକ ଖବର ମିଳିବା ପରେ ସମ୍ବଲପୁର ‘ସମାଜ’ ସଂସ୍କରଣର ପରିଚାଳକ ସଦାଶିବ ମହାପାତ୍ର, ଡେସ୍କ ଇନଚାର୍ଜ କିଶୋର ସାହୁଙ୍କ ସମେତ ସମସ୍ତ ସାମ୍ବାଦିକ ଓ କର୍ମଚାରୀମାନେ ଶେଷ ଦର୍ଶନ କରି ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି। ସମ୍ବଲପୁର ପ୍ରେସ କ୍ଲବର ସମସ୍ତ ସଦସ୍ୟଙ୍କ ସମେତ ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ସ୍ବର୍ଗତ ପଟ୍ଟନାୟକଙ୍କ ବାସଭବନକୁ ଯାଇ ଶେଷ ଦର୍ଶନ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories