www.samajalive.in
Saturday, December 6, 2025
15.1 C
Bhubaneswar

ସକାଳୁ ଉଠିବାର ୧ ରୁ ୨ ଘଣ୍ଟା ମଧ୍ୟରେ ଜଳଖିଆ ଖାଇବା ଉଚିତ

ଉତ୍ତମ ସ୍ୱାସ୍ଥ୍ୟ ତଥା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ କେତେକ ନିତିଦିନିଆ ଅଭ୍ୟାସ ଉପରେ ଧ୍ୟାନ ଦେବା ନିତ୍ୟାନ୍ତ ଆବଶ୍ୟକ। ଏହାସହ କିଛି ସ୍ୱତନ୍ତ୍ର ଖାଦ୍ୟପେୟକୁ ମଧ୍ୟ ନିଜ ଖାଦ୍ୟରେ ସାମିଲ କରିବା ଉଚିତ। ଜାଣନ୍ତୁ ସ୍ୱାସ୍ଥ୍ୟ ଉପକାରୀ କିଛି ସହଜ ଉପାୟ ………
କାକୁଡ଼ି –
ଏଥିରେ ଜଳୀୟ ଅଂଶ ଅଧିକ ଥିବାରୁ ଏହା ସ୍ୱାସ୍ଥ୍ୟ ନିମନ୍ତେ ଖୁବ ଉପକାରୀ ଅଟେ। ଏହାକୁ ସାଲାଡ଼୍‍ ଭାବେ ଖାଇବା ଅତ୍ୟନ୍ତ ଲାଭ ଦାୟକ ଅଟେ। ଶରୀରକୁ ଆବଶ୍ୟକ ହେଉଥିବା ଜଳର ମାତ୍ରାକୁ ପୂରଣ କରିବାରେ ଏହା ସାହାଯ୍ୟ କରିଥାଏ।
ଧନିଆ ପତ୍ର –
ଏହାକୁ ଯେକୌଣସି ତରକାରୀରେ କିମ୍ବା ଚଟଣି ଭାବେ ପ୍ରସ୍ତୁତ କରି ଖାଇ ପାରିବେ। ହଜମ କ୍ରିୟା ପାଇଁ ଆବଶ୍ୟକ ହେଉଥିବା ଏନ୍‍ଜାଇମ ଗଠନରେ ଏହା ସାହାର୍ୟ୍ୟ କରିଥାଏ। ଏହାକୁ ନିୟମିତ ଖାଇବା ଖୁବ ଲାଭ ଦାୟକ ଅଟେ।
କଞ୍ଚା ଦେଶୀ ପିଆଜ –
ଏହାକୁ ଖାଇବା ଦ୍ୱାରା ଯକୃତକୁ ସଫା କରିବା ନିମନ୍ତେ ଆବଶ୍ୟକ ହେଉଥିବା ଏନ୍‍ଜାଇମର ପ୍ରସ୍ତୁତି ପାଇଁ ସାହାର୍ୟ୍ୟ କରିଥାଏ। ଯାହା ଦ୍ୱାରା ଯକୃତ ଭଲ ଭାବେ ପରିଷ୍କାର ହୋଇଥାଏ।
ଅଖରୋଟ୍‍ –
ଏହାକୁ ଖାଇବା ଦ୍ୱାରା ହୃଦଜନିତ ସମସ୍ୟା ଦୂର ହୋଇଥାଏ। ଶରୀରକୁ ସୁସ୍ଥ ରଖିଥାଏ। ଶରୀର ସହଜରେ ରୋଗାକ୍ରାନ୍ତ ହୋଇନଥାଏ।
ସୂର୍ୟ୍ୟମୁଖୀର ମଞ୍ଜି –
ଏହା ଯକୃତର କାର୍ୟ୍ୟ କରିବାର କ୍ଷମତାକୁ ବଢାଇଥାଏ। ଶରୀରରେ ଅଦରକାରୀ କୋଲେଷ୍ଟ୍ରଲ୍‍ ବଢାଇବାରୁ ରକ୍ଷା କରିଥାଏ। ରକ୍ତ ଚାପକୁ ମଧ୍ୟ ନିୟନ୍ତ୍ରଣ କରିଥାଏ।
ସକାଳୁ ଉଠି ପ୍ରଥମେ ଖାଲି ପେଟରେ ପାଣି ପିଇବା ଉଚିିତ। ପାଣିକୁ ସାମାନ୍ୟ ଉଷୁମ କରି ମଧ୍ୟ ପିଇପାରିବେ। ଏହା ଦ୍ୱାରା ପେଟ ଜନିତ ସମସ୍ତ ସମସ୍ୟା ଦୂର ହୋଇଥାଏ।
ସକାଳୁ ଉଠିବାର ୧ ରୁ ୨ ଘଣ୍ଟା ମଧ୍ୟରେ ଜଳଖିଆ ଖାଇବା ଉଚିତ। ଏହା ଦ୍ୱାରା ଶରୀର ସୁସ୍ଥ ରହିଥାଏ। କାର୍ୟ୍ୟ କରିବାକୁ ମଧ୍ୟ ଇଚ୍ଛା ହୋଇଥାଏ। ହାଲିଆ ଲାଗିନଥାଏ।
ଖରାବେଳର ଖାଦ୍ୟ ଦିନ ୧ଟାରେ ଖାଇବା ଉଚିତ । ଫଳରେ ସକାଳର ଜଳଖିଆ ଓ ଖରାବେଳର ଖାଦ୍ୟ ମଧ୍ୟରେ ଅଧିକ ବ୍ୟବଧାନ ହୋଇନଥାଏ। ଏହା ଦ୍ୱାରା ଖାଦ୍ୟରୁ ଶରୀରକୁ ଉପଯୁକ୍ତ ପୋଷକ ତତ୍ତ୍ୱ ମିଳିଥାଏ।
ରାତ୍ରିର ଭୋଜନ ସର୍ବଦା ୮ଟା ମଧ୍ୟରେ ଖାଇବା ଉଚିତ। ଏହା ଦ୍ୱାରା ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ। ଶରୀରକୁ ଉପଯୁକ୍ତ ପୋଷକ ତତ୍ତ୍ୱ ମଧ୍ୟ ମିଳିଥାଏ।
ନିୟମିତ ମାଠିଆ କିମ୍ବା ମାଟି ପାତ୍ରର ପାଣି ପିଇଲେ ଏସିଡ଼ିଟି ସଂପୂର୍ଣ୍ଣ ପରିମାଣରେ କମିଯାଇଥାଏ।
ନିୟମିତ ଏହାର ପାଣି ପିଇଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ।
ହଜମ କ୍ରିୟାକୁ ଏହା ସୂଚାରୁ ରୂପେ କାର୍ୟ୍ୟ କରିବାକୁ ସାହାଯ୍ୟ କରିଥାଏ।
ମାଠିଆରେ ପାଣି ରଖିଲେ ତାହା ଜୀବାଣୁ ମୁକ୍ତ ହୋଇଯାଏ। ଏତଦ୍‍ ବ୍ୟତୀତ ପାଣିର ସମସ୍ତ ଆବଶ୍ୟକ ପୋଷକ ତତ୍ତ୍ୱ ଏହି ପାଣିରେ ରହିଥାଏ।
ଏହି ପାଣି ପିଇବା ଦ୍ୱାରା ପେଟ ଥଣ୍ଡା ହୋଇଥାଏ।
ଏହାର ପାଣିକୁ ନିୟମିତ ପିଇବା ଦ୍ୱାରା ପେଟ ଜନିତ ବିଭିନ୍ନ ସମସ୍ୟା ଦୂର ହୋଇଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories