www.samajalive.in
Saturday, December 6, 2025
26.1 C
Bhubaneswar

ରେଢ଼ାଖୋଲ ଉପଖଣ୍ଡ ସଦର ମହକୁମାରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ କୋର୍ଟ ଉଦଘାଟିତ

ରେଢ଼ାଖୋଲ : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ ସଦର ମହକୁମାରେ ମଙ୍ଗଳବାର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ କୋର୍ଟ ଉଦଘାଟିତ ହୋଇଯାଇଛି । ଓଡିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଡ଼. ଜଷ୍ଟିସ ଏସ. ମୁରଲୀଧର ଭରଚୁଆଲ ମୋଡ଼ରେ ରେଢ଼ାଖୋଲ ବାସୀଙ୍କ ବହୁ ପ୍ରତିକ୍ଷିତ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ କୋର୍ଟ କୁ ଉଦଘାଟନ କରିଛନ୍ତି। ଜନସାଧାରଣ ଙ୍କ ଦ୍ୱାରା ଦେଶର ନ୍ୟାୟ ପ୍ରଦାନ ପରିପ୍ରେକ୍ଷୀରେ ଏହି କୋର୍ଟ ଉଦଘାଟନ କରାଯାଇଥିବା ମୁଖ୍ୟ ବିଚାର ପତି ପ୍ରକାଶ କରିଥିଲେ ।
ସମ୍ୱଲପୁର ଜିଲ୍ଲା ଦାୟିତ୍ୱ ରେ ଥିବା ଜଷ୍ଟିସ ଡ଼. ବି. ଆର. ଷଡ଼ଙ୍ଗୀ ଉଦଘାଟନୀ ଉତ୍ସବ ରେ ମୁଖ୍ୟ ବିଚାରପତି ଙ୍କ ସହ ଯୋଗ ଦେଇ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ କୋର୍ଟ ଖୋଲିବାର ଆବଶ୍ୟକ ସୂଚନା ଦେଇଥିଲେ । ସମ୍ବଲପୁର ଜିଲ୍ଲା ଜଜ ବିରଞ୍ଚି ନାରାୟଣ ମହାନ୍ତି ପ୍ରାରମ୍ଭିକ ଭାଷଣ ପ୍ରଦାନ କରିଥିବା ବେଳେ ରେଢ଼ାଖୋଲ ଓକିଲ ସଙ୍ଘର ସଭାପତି ଗଣେଶ୍ୱର ପ୍ରଧାନ ଓ ସମ୍ପାଦକ ଉମାକାନ୍ତ ମହାନନ୍ଦ ମାନ୍ୟବର ମୁଖ୍ୟ ବିଚାରପତି ଙ୍କୁ ଏ ଅବସରରେ ରେଢ଼ାଖୋଲ ଓକିଲ ସଙ୍ଘ ଓ ଜନସାଧାରଣ ଙ୍କ ପକ୍ଷରୁ ସାଧୁବାଦ ଦେବା ସହ ବକ୍ତବ୍ୟ ପ୍ରଦାନ କରିଥିଲେ । ଉଦଘାଟନୀ ଉତ୍ସବ ରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଦୀପ୍ତି ପ୍ରକାଶ ବ୍ରହ୍ମା, ସବ ଜଜ୍‍ ଅପୂର୍ଵକ୍ଷ ଚୌଧୁରୀ, ଏସ.ଡ଼ି ଜେ ଏମ ଅଞ୍ଜଳୀ ମଛଖଣ୍ଡ, ସମ୍ବଲପୁର କୋର୍ଟ ମ୍ୟାନେଜର ଗୁରୁଜିତ ମିଶ୍ର ଉପସ୍ଥିତ ରହିଥିଲେ।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories