www.samajalive.in
Saturday, December 6, 2025
26.1 C
Bhubaneswar

ମେ’ ଦ୍ବିତୀୟ ସପ୍ତାହ ବେଳକୁ ସଂକ୍ରମଣ ଶୀର୍ଷରେ ପହଞ୍ଚିବାର ଆଶଙ୍କା ରହିଛି: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ଦେଶରେ ଆହୁରି ୨୦ ଦିନ କରୋନାର ପ୍ରକୋପ ଦେଖିବାକୁ ମିଳିପାରେ। ମେ’ ଦ୍ବିତୀୟ ସପ୍ତାହ ବେଳକୁ ସଂକ୍ରମଣ ଶୀର୍ଷରେ ପହଞ୍ଚିବାର ଆଶଙ୍କା ରହିଛି ବୋଲି ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର।

ସେ କହିଛନ୍ତି, ଆଇଆଇଟି କାନପୁରର ଗବେଷଣା ଅନୁସାରେ ଦେଶରେ ମେ’ ମାସରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିବ କରୋନା। ଅପରପକ୍ଷରେ ସେ ଆଶ୍ବାସନା ଦେଇଛନ୍ତି ଯେ, ରାଜ୍ୟରେ କରୋନା ପରୀକ୍ଷା କମିନି କିମ୍ବା ପରୀକ୍ଷା ଉପକରଣର କୌଣସି ଅଭାବ ନାହିଁ। ଲୋକ ଏବେ ସ୍ବତଃପ୍ରବୃତ୍ତ ଆସି ପରୀକ୍ଷା କରାଉଛନ୍ତି। ତେବେ କିଛି ଲୋକ ରେମଡେସିଭିରକୁ ଘରେ ଅଯଥାରେ ମହଜୁଦ କରି ରଖୁଥିବା ଅଭିଯୋଗ କରି ଶ୍ରୀ ମିଶ୍ର କହିଛନ୍ତି, ସାଧାରଣ କରୋନା ରୋଗୀଙ୍କ ପାଇଁ ଏହାର କୌଣସି ଆବଶ୍ୟକତା ନାହିଁ। କିଛି ଲୋକେ ଏହାକୁ ମହଜୁଦ ରଖି କୃତ୍ରିମ ଅଭାବ ସୃଷ୍ଟି କରୁଛନ୍ତି। ସରକାରୀ ସ୍ତରରେ ଦରକାର ମୁତାବକ ଔଷଧ ଅଛି। ଶଯ୍ୟାର ମଧ୍ୟ ଅଭାବ ରହିବ ନାହିଁ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। କାରଣ ୪ଟି ଲେଖାଏଁ ଜିଲ୍ଲାକୁ ନେଇ ଗୋଟିଏ ​‌ଲେଖାଏଁ ଅଞ୍ଚଳ କରାଯାଉଛି। ସେହି ଜିଲ୍ଲା ଭିତରେ ରୋଗୀଙ୍କୁ ଶଯ୍ୟା ଯୋଗାଇ ଦିଆଯିବ। ରୋଗୀ ଗୁରୁତର ନ ଥିଲେ ହସ୍ପିଟାଲ ଶଯ୍ୟାରେ ନ ରହି ଘରେ ରହିବାକୁ ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ। ଏପରି ହେଲେ ପ୍ରକୃତରେ ଦରକାର ହେଉଥିବା ଲୋକଙ୍କୁ ଡାକ୍ତରଖାନା ଶଯ୍ୟା ମିଳିପାରିବ ବୋଲି ସେ କହିଛନ୍ତି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories