କଟକ : କଟକ ସିଡିଏ ସେକ୍ଟର-୭ ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମଙ୍ଗଳବାର ଉତ୍ତେଜନା ପରିସ୍ଥିତ ସୃଷ୍ଟି ହୋଇଥିଲା। ସେକ୍ଟର-୭ ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଟିକା ନେବାକୁ ବହୁ ଲୋକେ ଅପେକ୍ଷା କରି ଧାଡିରେ ଠିଆ ହୋଇଥିବା ବେଳେ ସେମାନଙ୍କୁ ଟିକା ମିଳିନଥିଲା। ଏହାସହ ଟିକା ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା ବୋଲି ଉପସ୍ଥିତ ଥିବା ଲୋକେ ଅଭିଯୋଗ କରିଥିଲେ। ଏହାକୁ ପ୍ରତିବାଦ କରି ଟିକାଦାନରେ ଅନିିୟମିତତା କରାଯାଉଥିବା ନେଇ ଅଭିଯୋଗ ହେବା ସହ ଘଟଣାସ୍ଥଳରେ ଉପସ୍ଥିତ ଲୋକେ ପାଟିତୁଣ୍ଡ କରିଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ ବୋଲି ସୂଚନା ମିଳିଛି।



