www.samajalive.in
Friday, December 5, 2025
26.1 C
Bhubaneswar

ହରଭଙ୍ଗାରେ କରୋନାର ବିସ୍ଫୋରକ ସ୍ଥିତି, ପ୍ରଶାସନ ନିଦାବିଷ୍ଣୁ

ହରଭଙ୍ଗା: ହରଭଙ୍ଗା ବ୍ଲକରେ କରୋନା ବିସ୍ଫୋରକ ସ୍ଥିତିରେ ପହଞ୍ଚିଛି। ଏହାପରେ ମଧ୍ୟ ସ୍ଥାନୀୟ ପ୍ରଶାସନ ପକ୍ଷରୁ କରୋନା କଟକଣା କଡ଼ାକଡ଼ି କରାଯାଉ ନ ଥିବାରୁ ଗ୍ରାମାଞ୍ଚଳରେ ସ୍ଥିତି ବିଗିଡିବାକୁ ଲାଗିଛି। ଫଳରେ କରୋନା ପଜିଟିଭ ଚିହ୍ନଟ ବ୍ୟକ୍ତି ବଜାରରେ ଖୁଲମଖୁଲା ବୁଲୁଥିବା ମଧ୍ୟ ନଜରକୁ ଆସୁଛି। ଏତେସବୁ ପରେ ସଂକ୍ରମିତ ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଚିହ୍ନଟ କରା ନ ଯିବାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

ସୂଚନା ଅନୁସାରେ, ଗତ ୨୪ଘଣ୍ଟା ମଧ୍ୟରେ ବ୍ଲକରୁ ୧୭ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ବ୍ଲକରେ କରୋନା ସଂକ୍ରମିତ ସଂଖ୍ୟା ଶତକମୁହାଁ ହୋଇ ୮୨ରେ ପହଞ୍ଚିଛି। ଆଜିର ଆକ୍ରାନ୍ତ ତାଲିକାରେ ବ୍ଲକର ହରଭଙ୍ଗା ଗ୍ରାମରୁ ସର୍ବାଧିକ ୭ଜଣ, ସୁରୁଣ୍ଡି, ସମ୍ବଲପୁର, କୁଶାସିଙ୍ଗା, ଚାରିଛକ, ବନ୍ଧାପଥର, ରାଣୀସାହି, ବଡବାଗବର, ତାଳପଦରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବାବେଳେ ତିଲେଶ୍ୱରରୁ ୨ଜଣ ଚିହ୍ନଟ ହୋଇଥିବା ଜଣାପଡିଛି। ଦିନକୁ ଦିନ ବ୍ଲକର ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳ ପଞ୍ଚାୟତରେ ମହାମାରୀ କରୋନା କାୟାବିସ୍ତାର କରୁଥିବା ବେଳେ ପ୍ରଶାସନର ଢିଲା କଟକଣା ଯୋଗୁ ବ୍ଲକରେ ସ୍ଥିତି ବିସ୍ଫୋରକ ଆଡକୁ ମୁହାଁଉଥିବା ଏଥିରୁ ଅନୁମାନ କରିହେଉଛି। ତୁରନ୍ତ ସଂକ୍ରମିତ ଅଞ୍ଚଳରେ ପ୍ରଶାସନ ପକ୍ଷରୁ କଟକଣାକୁ କଡାକଡି କରାଯିବାକୁ ସାଧାରଣରେ ଦାବୀ ହେଉଛି। ସଂକ୍ରମିତ ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଭାବେ ଚିହ୍ନଟ କରିବାକୁ ଜରୁରୀ ପଦକ୍ଷେପ ନେବା ସହିତ ପ୍ରତି ଘରେ ଘରେ ଥର୍ମାଲ ସ୍କ୍ରିନିଂ କରାଯିବାକୁ ଲୋକେ ଦାବୀ କରୁଛନ୍ତି। ଏ ସଂର୍ପକରେ ହରଭଙ୍ଗା ବିଡିଓ ନୀଳକଣ୍ଠ ବେହେରାଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ତୁରନ୍ତ ଏ ଦିଗରେ ଆମେ ପଦକ୍ଷେପ ଗ୍ରହଣ କରିବୁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

- Advertisement -

 

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories