www.samajalive.in
Friday, December 5, 2025
26.1 C
Bhubaneswar

୩ ଦିନ ନୀରବ ରହିବା ପରେ ବାଇଡେନଙ୍କ ଟ୍ବିଟ୍‌; ‘ଭାରତ ଆମ ସହ ଥିଲା, ଏବେ ଆମେ ତା ସହିତ ରହିବୁ’

ୱାଶିଂଟନ: ଆମେରିକାର ଦରକାର ସମୟରେ ଭାରତ ଆମେରିକାବାସୀଙ୍କ ସହିତ ଥିଲା ଏବଂ ଭାରତରେ ବର୍ତ୍ତମାନର ସବୁଠୁ ଖରାପ ସ୍ବାସ୍ଥ୍ୟ ସଙ୍କଟ ସମୟରେ ଆମେରିକା ତା’ ସହିତ ଛିଡ଼ା ହେବ। ୩ ଦିନର ନୀରବତା, ବିଶ୍ଵବ୍ୟାପୀ ସମାଲୋଚନା ପରେ ଭାରତରେ କରୋନାକୁ ନେଇ ଏପରି ଟ୍ବିଟ୍‌ କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ।

ସୂଚନା ଅନୁସାରେ, ଭାରତକୁ ଟିକା ଉତ୍ପାଦନ ସାମଗ୍ରୀ ଯୋଗାଇବାକୁ ଆମେରିକା ମନା କରିବା ପରେ ବିଶ୍ଵବ୍ୟାପୀ ସମାଲୋଚନାର ଶିକାର ହୋଇଥିଲା। ଏହା ପରେ ଆମେରିକା ଏହାର ନିଷ୍ପତ୍ତି ବଦଳାଇଥିଲେ ହେଁ ରାଷ୍ଟ୍ରପତି ଜୋ ବାଇଡେନ୍‌ ୩ ଦିନ ପର୍ଯ୍ୟନ୍ତ ନୀରବ ରହିଥିଲେ। ଏହା ପରେ ଗତକାଲି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ କଥା ହୋଇ ଭାରତରେ କରୋନା ସ୍ଥିତି ସମ୍ପର୍କରେ ପଚାରି ବୁଝିଥିଲେ। ଏହି ଆଲୋଚନା ବାଇଡେନ ଟ୍ବିଟ୍‌ କରି ଆମେରିକା ଭାରତ ସହିତ ରହିବ ବୋଲି କହିଛନ୍ତି। ମୋଦୀ ଏବଂ ବାଇଡେନଙ୍କ ମଧ୍ୟରେ ପ୍ରାୟ ୪୫ ମିନିଟ ଧରି ଆଲୋଚନା ହୋଇଥିଲା।

- Advertisement -

ବାଇଡେନ ଲେଖିଛନ୍ତି, ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆଲୋଚାନ କରିଛି ଏବଂ କୋଭିଡ-୧୯ ବିରୋଧୀ ଲଢ଼େଇରେ ଜରୁରିକାଳୀନ ସହାୟତା ଓ ଆବଶ୍ୟକ ସାମଗ୍ରୀ ଯୋଗାଇବା ଦିଗରେ ଆମେରିକା ତରଫରୁ ସମ୍ପୂର୍ଣ୍ଣ ସହଯୋଗ ପାଇଁ ସଙ୍କଳ୍ପ କରୁଛି।

ହ୍ବାଇଟ୍‌ ହାଉସର ଗଣମାଧ୍ୟମ ସଚିବ ଜେନ୍‌ ସାକୀ ନିଜର ନିୟମିତ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକମାନଙ୍କୁ କହିଥିଲେ ଯେ, ରାଷ୍ଟ୍ରପତି ଭାରତୀୟ ଲୋକମାନଙ୍କୁ ତତ୍କାଳ ସହାୟତା  ଯୋଗାଇଦେବାର ସଙ୍କଳ୍ପ ନେଇଛନ୍ତି। ଭାରତର ଅନୁରୋଧକ୍ରମେ ଆମେରିକା ପକ୍ଷରୁ ଅମ୍ଳଜାନ ଏବଂ ଆବଶ୍ୟକ ସାମଗ୍ରୀ ଯୋଗାଣ କରିବାକୁ ଉଦ୍ୟମ ଚଳାଇଛି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories