ବହୁ ବାର ଏପରି ହୋଇଥାଏ, ଲୋକେ ସେ ସମସ୍ତ ସ୍ଥାନରେ ସାପ ଦେଖନ୍ତି, ଯେଉଁଠାରେ ସାପ ଦେଖାଯିବାର ଆଶାନଥାଏ। ମାତ୍ର ଖାଦ୍ୟର ସାମଗ୍ରୀରେ ସାପ ଦେଖାଗଲେ ଚିନ୍ତା କରନ୍ତୁ ସେ ସମୟରେ କିଭଳି ଅନୁଭବ ହେବ। ଏଭଳି ଏହି ଏକ ଘଟଣା ଏବେ ସାମ୍ନାକୁ ଆସିଛି। ଯେଉଁଥିରେ ଏକ ସାଲାଡ ପ୍ୟାକେଟରେ ଏକ ବିଷଧର ସାପ ଥିବା ଜଣାପଡିଛି।
ମିଳିଥିବା ସୂଚନା ଅନୁଯାୟୀ, ଏହି ଘଟଣା ଅଷ୍ଟ୍ରେଲିଆର ସିଡନୀ ସହରର। ବ୍ୟକ୍ତି ଜଣଙ୍କ ସାଲାଡ ପ୍ୟାକେଟ କିଣି ଆଣିବା ପରେ ସେଥିରୁ ଏକ ବିଷଧର ସାପ ବାହାରିଥିଲା।
ଏକ ଦମ୍ପତ୍ତି ମାର୍କେଟରୁ ସାଲାଡ ପ୍ୟାକେଟ କିଣି ଆଣିଥିଲେ। ଘରେ ପହଞ୍ଚିବା ପରେ ସେମାନେ ପ୍ୟାକେଟ ଖୋଲିଥିଲେ। ପ୍ୟାକେଟ ଖୋଲିବା ପରେ ସେଥିରେ ସାପ ଦେଖି ସେମାନେ ଆଶ୍ଚର୍ଯ୍ୟ ସହ ଭୟଭୀତ ହୋଇଥିଲେ। ସାପଟି ସେହି ପ୍ୟାକେଟ ଭିତରେ ନିଜର ଜିଭ ବାହାର କରୁଥିଲା। ପ୍ରଥମେ ଦମ୍ପତ୍ତି ଏହାକୁ ଏକ ଛୋଟ ଜୀବ ବୋଲି ଭାବିଥିଲେ। ମାତ୍ର କିଛି ସମୟ ମଧ୍ୟରେ ତାଙ୍କୁ ଅନୁଭବ ହୋଇଯାଇଥିଲା, ତାହା ଏକ ସାପ। ସାପଟିର ଲମ୍ବ ପ୍ରାୟ ୨୦ ସେଣ୍ଟିମିଟର। ମାତ୍ର ତାହା ଏକ ବିଷଧର ସାପ।
ସାପଟିକୁ ଦେଖିବା ପରେ ଉଭୟ ଦମ୍ପତ୍ତି ବନ ବିଭାଗକୁ ଏହାର ଖବର ଦେଇଥିଲେ। ବନ୍ୟକର୍ମଚାରୀ ପହଞ୍ଚିବା ପରେ ସେହି ସାପଟିକୁ ଅଷ୍ଟ୍ରେଲିଆର ବିଷଧର ସାପମାନଙ୍କ ମଧ୍ୟରୁ ଗୋଟିଏ ବୋଲି ଜଣାପଡିଥିଲା। ସୋସିଆଲ ମିଡିଆରେ ଏହି ଭିଡିଓ ଏବେ ଖୁବ ଭାଇରାଲ ହେଉଛି।



