www.samajalive.in
Friday, December 5, 2025
23.1 C
Bhubaneswar

ଭାରତରୁ ବିମାନ ସେବା ଉପରେ ଅଷ୍ଟ୍ରେଲିଆର କଟକଣା ; ମେ ୧୫ ପର୍ଯ୍ୟନ୍ତ ଭାରତରୁ ବିମାନ ଉଡାଣ ନିଷେଧ

ସିଡନି: ଭାରତରେ କରୋନାର ଦ୍ରୁତ ଓ ସାଂଘାତିକ ସକ୍ରମଣକୁ ଦୃଷ୍ଟିରେ ରଖି ଅଷ୍ଟ୍ରେଲିଆ ପକ୍ଷରୁ ଭାରତରୁ ବିମାନ ସେବା ଉପରେ କଟକଣା ଜାରି କରାଯାଇଛି। ଆଗାମୀ ମେ ୧୫ ପର୍ଯ୍ୟନ୍ତ ଭାରତରୁ ସମସ୍ତ ଉଡାଣକୁ ଅଷ୍ଟ୍ରେଲିଆ କର୍ତ୍ତୃପକ୍ଷ ନିଷେଧ କରିଛନ୍ତି। ଏହାଦ୍ୱାରା ଭାରତରେ ଅଟକି ରହିଥିବା ହଜାର ହଜାର ଅଷ୍ଟ୍ରେଲୀୟ ଏବଂ କ୍ରିକେଟ ଖେଳାଳି ମଧ୍ୟ ସମସ୍ୟାର ସମ୍ମୁଖୀନ ହେବେ ବୋଲି ଜଣାଯାଇଛି। ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ କହିଛନ୍ତି ଆସନ୍ତା ମେ ୧୫ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ। ପୂର୍ବରୁ କାନାଡା, ସଂଯୁକ୍ତ ଆରବ ଏମିରେଟ୍ସ ଏବଂ ବ୍ରିଟେନ ଆଦି ରାଷ୍ଟ୍ର ମଧ୍ୟ ଭାରତରୁ ବିମାନ ସେବା ଉପରେ କଟକଣା ଲଗାଇ ସାରିଛନ୍ତି।
ମୋରିସନ କହିଛନ୍ତି, କୋଭିଡ ପରିସ୍ଥିତିର ମୁକାବିଲା ପାଇଁ ଅଷ୍ଟ୍ରେଲିଆ ଭାରତକୁ ଡାକ୍ତରୀ ସହାୟତା ସାମଗ୍ରୀ, ଅମ୍ଲଜାନ ଟାଙ୍କି, କୃତ୍ରିମ ଶ୍ୱାସକ୍ରିୟା ଯନ୍ତ୍ର ଏବଂ ବ୍ୟକ୍ତିଗତ ସୁରକ୍ଷା ଉପକରଣ ଆଦି ପଠାଇବ। ସେ କହିଛନ୍ତି ଭାରତ ସଂପ୍ରତି ଭୟଙ୍କର ମାନବୀୟ ସଙ୍କଟ ଦେଇ ଗତିକରୁଛି। ଭାରତ ସହିତ ସମ୍ପର୍କ ଥିବା ଅଷ୍ଟେଲୀୟ ପରିବାରଗୁଡିକୁ ମଧ୍ୟ ଏହା ପ୍ରଭାବିତ କରୁଛି। ଭାରତରୁ ଯେଉଁସବୁ ଦୃଶ୍ୟ ଦେଖିବାକୁ ମିଳୁଛି ତାହା ହୃଦୟ ବିଦାରକ। ଜଣାଯାଇଛି ଯେ ଜଣେ ଅଷ୍ଟ୍ରେଲୀୟ ନାଗରିକ ଭାରତକୁ ବିବାହ କରିବାକୁ ଆସି ଏଠାରୁ ଫେରିବା ପରେ ସଙ୍ଗରୋଧରେ ରହିଥିଲେ। ସେଠାରେ ସଙ୍ଗରୋଧରେ ସେ ଅନ୍ୟମାନଙ୍କୁ ସଂକ୍ରମିତ କରିବାର ଦିନକ ପରେ ଅଷ୍ଟ୍ରେଲିଆ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।

Hot this week

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

Related Articles

Popular Categories