www.samajalive.in
Saturday, December 13, 2025
27.1 C
Bhubaneswar

ସୁସ୍ଥ ଲୋକଙ୍କୁ ସଂକ୍ରମଣ ଡର

ଭୁବନେଶ୍ବର : ରାଜଧାନୀ ଚିକିତ୍ସାଳୟ ଟିକାକରଣ ଏବଂ କରୋନା ପରୀକ୍ଷଣ କେନ୍ଦ୍ରରେ ସୋମବାର ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଲା। ଦୁଇଦିନର ସପ୍ତାହାନ୍ତ ବନ୍ଦ (ସଟ୍‌ଡାଉନ୍‌) ପାଇଁ ଏସବୁ କେନ୍ଦ୍ରରେ ବିଶେଷ ଗହଳି ନଥିଲା। କିନ୍ତୁ ପ୍ରତ୍ୟହ ଖୁବ୍‌ ନିରୋଳା ରହୁଥିବା ଟିକାକରଣ କେନ୍ଦ୍ରରେ ଦୀର୍ଘସମୟ ଧରି ପ୍ରବଳ ଗହଳି ସହିତ ଲମ୍ବା ଧାଡ଼ିରେ ଲୋକଙ୍କୁ ଟିକା ପାଇଁ ଅପେକ୍ଷା କରିବାକୁ ପଡ଼ିଥିଲା।
ସେପଟେ ଟିକାକରଣ କେନ୍ଦ୍ରକୁ ଲାଗି ରହିଥିବା କରୋନା ପରୀକ୍ଷଣ କେନ୍ଦ୍ରରେ ମଧ୍ୟ ଅନୁରୂପ ଭିଡ଼ ଲକ୍ଷ୍ୟ କରାଯାଇଥିଲା। ଆଜି ଏଠାରେ ୨ଟି ଧାଡ଼ିରେ ଶହ ଶହ ଲୋକ ନମୁନା ପରୀକ୍ଷା ପାଇଁ ଅପେକ୍ଷା କରି ରହିଥିଲେ।
ସବୁଠୁ ବିଡ଼ମ୍ବନାର ବିଷୟ ହେଲା ରାଜଧାନୀ ଚିକିତ୍ସାଳୟର ପୂର୍ବରୁ ହଇଜା ୱାର୍ଡ ଥିବା କୋଠାକୁ ଏବେ ଟିକାକରଣ ଏବଂ ପରୀକ୍ଷଣ ପାଇଁ ନବୀକରଣ କରାଯାଇଥିବାବେଳେ ଏଠାରେ ଦୁଇ କେନ୍ଦ୍ରକୁ ଗୋଟିଏ ପ୍ରବେଶ ପଥ ରହିଛି। ପରୀକ୍ଷା ପାଇଁ ଆସୁଥିବା ଅଧିକାଂଶ ଅସୁସ୍ଥ ଥିବା କିମ୍ବା ସଂକ୍ରମିତ ଥିବା ଆଶଙ୍କା ଅମୂଳକ ନୁହଁ। ଏଭଳି ସ୍ଥିତିରେ ଏଠାରେ ଟିକା ନେବାକୁ ବା ନମୁନା ପରୀକ୍ଷା ପାଇଁ ଆସୁଥିବା ସୁସ୍ଥ ଲୋକଙ୍କୁ ସଂକ୍ରମଣର ଭୟ ରହିିଛି। ଏଠାରେ ଭିଡ଼ରୁ କିପରି ରକ୍ଷା ମିଳିବ ଏବଂ ସାମାଜିକ ଦୂରତା କିପରି ରକ୍ଷା କରାଯାଇପାରିବ ସେ ଦିଗରେ କର୍ତ୍ତୃପକ୍ଷ ବ୍ୟବସ୍ଥା କରିବା ଦରକାର।
ଆଜି ଟିକାକରଣ ଏବଂ ପରୀକ୍ଷଣ କେନ୍ଦ୍ର ଆଗରେ ପ୍ରବଳ ଗହଳି ଯୋଗୁଁ ଏଠାରେ ସାମାଜିକ ଦୂରତା ଦୂରର କଥା ଲୋକଙ୍କୁ ପ୍ରଚଣ୍ଡ ଖରା ଓ ଗରମରେ ଲମ୍ବା ଧାଡ଼ିରେ ଦୀର୍ଘକାଳ ପ୍ରତୀକ୍ଷା କରିବାକୁ ପଡ଼ିଥିଲା।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

Related Articles

Popular Categories