www.samajalive.in
Thursday, December 11, 2025
14.1 C
Bhubaneswar

କରୋନା କାଳରେ ସୁଦୃଢ ରହନ୍ତୁ

କରୋନାର ଦ୍ବିତୀୟ ଲହରୀ ସମଗ୍ର ବିଶ୍ବକୁ ଆକ୍ରାନ୍ତ କରିଛି। ଏଥିରୁ ଜନସାଧାରଣଙ୍କୁ ସୁରକ୍ଷିତ ରଖିବା ପାଇଁ ସରକାର ପୁଣି ତାଲାବନ୍ଦ, ରାତି କର୍ଫ୍ୟୁ ପରି ଉପାୟ ଗ୍ରହଣ କରିବା ଆରମ୍ଭ କରିଛନ୍ତି। ଟିକାକରଣ ଏବଂ ମହାମାରୀ ମଧ୍ୟରେ ଏକପ୍ରକାର ଯୁଦ୍ଧ ଚାଲିଛି କହିଲେ ଅତ୍ୟୁକ୍ତି ହେବନାହିଁ। ତେବେ ପୂର୍ବବର୍ଷର ତାଲାବନ୍ଦ ସମୟକୁ ମନେପକାଇ ଅନେକେ ଭୟଭୀତ ହେଉଥିବା ସ୍ବାଭାବିକ। କୌଣସି ରୋଗରୁ ମୁକ୍ତି ପାଇବାକୁ ହେଲେ ଶାରୀରିକ ସ୍ବାସ୍ଥ୍ୟ ସହ ମାନସିକ ଶାନ୍ତି ଜରୁରୀ। ଜାଣନ୍ତୁ, ଏହି ମହାମାରୀ ସମୟରେ ନିଜକୁ ମାନସିକ ସ୍ତରରେ କିପରି ସୁଦୃଢ ରଖିବେ।

-ମହାମାରୀ ବେଳେ ନିଃସଙ୍ଗତା ମାନସିକ ସ୍ବାସ୍ଥ୍ୟକୁ ବେଶୀ ପ୍ରଭାବିତ କରେ। ପରିବାର ସହ ରହିବାକୁ ଚେଷ୍ଟା କରନ୍ତୁ ଏବଂ ବାହାରେ ଥିଲେ ବନ୍ଧୁ ଏବଂ ପରିବାର ସଦସ୍ୟଙ୍କ ସହ ଫୋନ୍‌, ଭିଡିଓ କଲ୍‌ ଆଦି ମାଧ୍ୟମରେ ଯୋଡି ହୋଇ ରହନ୍ତୁ। ପରସ୍ପର ସହ ଭାବର ଆଦାନପ୍ରଦାନ ମନକୁ ଶାନ୍ତି ଦେଇଥାଏ। ଅଧିକ ଚିନ୍ତାଗ୍ରସ୍ତ ରହୁଥିଲେ ମନୋବୈଜ୍ଞାନିକଙ୍କ ସହ ପରାମର୍ଶ କରିପାରନ୍ତି।
-ଭୂତାଣୁ ସମ୍ପର୍କରେ ପ୍ରାୟ ପ୍ରତିଦିନ ନୂଆନୂଆ ତଥ୍ୟ ସାମ୍‌ନାକୁ ଆସୁଥିବାରୁ ଏଥିରେ ବିବ୍ରତ ହେବା ବଦଳରେ ନିଜର ରୋଗପ୍ରତିରୋଧକ ଶକ୍ତି ସୁଦୃଢ ରଖିବା ପ୍ରତି ଯତ୍ନଶୀଳ ହୁଅନ୍ତୁ। ଅନେକ ସମୟରେ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଥିବା ତ୍ରୁଟିଯୁକ୍ତ ଖବର ବି ଭୟ ସୃଷ୍ଟି କରିପାରେ।
-ଗତବର୍ଷର ଅନୁଭୂତିରୁ ଚଳିତ ଥର କିପରି ସମସ୍ୟା କମାଇପାରିବେ, ତା’ର ଯୋଜନା କରନ୍ତୁ। ଔଷଧ ଏବଂ ଜିନିଷପତ୍ର ମଗାଇବାର ପ୍ରସ୍ତୁତି କରିନିଅନ୍ତୁ। ଆବଶ୍ୟକ ହେଲେ ସ୍ଥାନୀୟ ପ୍ରଶାସନର ସହଯୋଗ ନେଇପାରିବେ।
-ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ। ଏଥିପାଇଁ ସକ୍ରିୟ ରହିବା ସହ ସୁଷମ ଖାଦ୍ୟଗ୍ରହଣ ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ପର୍ଯ୍ୟାପ୍ତ ପାଣି ପିଅନ୍ତୁ। ବ୍ୟାୟାମ କରନ୍ତୁ। ନିଶାଦ୍ରବ୍ୟଠାରୁ ଦୂରେଇ ରହିବା ଜରୁରୀ।
-ଖାଲି ସମୟରେ ଭୂତାଣୁ ସଂକ୍ରମଣ ସମ୍ପର୍କରେ ଚିନ୍ତା କରିବା ଅପେକ୍ଷା ନିଜ ପସନ୍ଦର କାମ କରିପାରିବେ। ଏହା ଅବସାଦରୁ ମୁକ୍ତ ରଖିବାରେ ବିଶେଷ ସହାୟକ ହୋଇଥାଏ।
-ପର୍ଯ୍ୟାପ୍ତ ନିଦ ମଧ୍ୟ ଜରୁରୀ। ଏହା ଉଭୟ ଶାରୀରିକ ଏବଂ ମାନସିକ ସୁସ୍ଥତା ପାଇଁ ଆବଶ୍ୟକ।
-ମହାମାରୀ, ତାଲାବନ୍ଦ ଆଦି ମଧ୍ୟରେ ରୋଜଗାର ପ୍ରଭାବିତ ହେବା ନିଶ୍ଚିତ। ଏଥିରେ ବିବ୍ରତ ହେବା ବଦଳରେ ଆଗାମୀ ସମୟ ପାଇଁ ପ୍ରସ୍ତୁତ ହୋଇ ରହିବା ଉଚିତ। ଏହି ପ୍ରସ୍ତୁତି ମଧ୍ୟ ମାନସିକ ସୁସ୍ଥତାର ଅନ୍ୟତମ କାରଣ ହୋଇଥାଏ।

Hot this week

ଆଜିର : ରାଶିଫଳ,ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ

ମେଷ : କୁତ୍ସିତ ସଙ୍ଗ ପରିତ୍ୟାଗ କରି ସତ୍‌ସଙ୍ଗୀ ହେବାକୁ ଉଦ୍ୟମ...

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

Related Articles

Popular Categories