www.samajalive.in
Sunday, December 7, 2025
26.1 C
Bhubaneswar

ଆମେରିକାର ବଡ ନିଷ୍ପତ୍ତି; ଭାରତକୁ ମିଳିବ ଟିକା ପ୍ରସ୍ତୁତି ଉପାଦାନ ଓ ଅନ୍ୟାନ୍ୟ ସହାୟତା

ୱାଶିଂଟନ: ଭାରତରେ ସଂପ୍ରତି ସୃଷ୍ଟି ହୋଇଥିବା କୋଭିଡ ମହାମାରୀ ଜନିତ ଭୟଙ୍କର ପରିସ୍ଥିତିରେ ଆମେରିକା ଭାରତକୁ ସହାୟତା କରିବ। ଦେଶର ରାଷ୍ଟ୍ରପତି ଜୋ ବାଇଡେନ ଏହା କହିଛନ୍ତି। ସେ କହିଛନ୍ତି ଭାରତକୁ ସହାୟତା କରିବାକୁ ଆମେରିକା ପ୍ରତିବଦ୍ଧ। ଏକ ଟ୍ୱିଟରେ ବାଇଡେନ ଗତବର୍ଷ ଆମେରିକା ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସଙ୍କଟଜନକ ସ୍ଥିତିର ସମ୍ମୁଖୀନ ହେବାବେଳେ ଭାରତ ପକ୍ଷରୁ ଯୋଗାଇ ଦିଆଯାଇଥିବା ସହାୟତା ବିଷୟ ଉଲ୍ଲେଖ କରିଛନ୍ତି। ଗତବର୍ଷ ଭାରତ ସରକାର ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅନୁରୋଧକ୍ରମେ ସେଠାକୁ ୫୦ ନିୟୁତ ହାଇଡ୍ରୋକ୍ସିକ୍ଲୋରୋକୁଇନ ବଟିକା ପଠାଇଥିଲେ। ବାଇଡେନ କହିଛନ୍ତି, ଭାରତ ଯେଉଁଭଳି ଭାବରେ ଆମେରିକାକୁ ସହାୟତା କରିଛି ସେହିଭଳି ଆମେରିକା ମଧ୍ୟ ଭାରତକୁ ଏଭଳି ଜରୁରୀ ଆବଶ୍ୟକତା ସମୟରେ ସହାୟତା କରିବ।

ଏଥିସହିତ ଆମେରିକା ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ଭାରତରେ କୋଭିଶିଲ୍ଡ ଟିକା ଉତ୍ପାଦନ ପାଇଁ ଆବଶ୍ୟକ ଉପାଦାନ ଆମେରିକା ଯୋଗାଇଦେବ। ଆମେରିକାର ଜାତୀୟ ନିରାପତ୍ତା ପରାମର୍ଶଦାତା ଜେକ୍‍ ସୁଲ୍ଲିଭାନ ଫୋନ ଯୋଗେ ତାଙ୍କ ଭାରତୀୟ ପ୍ରତିପକ୍ଷ ଅଜିତ ଡୋଭାଲଙ୍କ ସହିତ ଆଲୋଚନା କରିବା ପରେ ଆମେରିକା ଏଭଳି ନିଷ୍ପତ୍ତି ନେଇଥିଲା। ଟେଲିଫୋନରେ କଥା ହେବା ସମୟରେ ସୁଲ୍ଳିଭାନ ଭାରତର ସାଂପ୍ରତିକ ପରିସ୍ଥିତି ପାଇଁ ସମବେଦନା ଜଣାଇଥିଲେ। ଇତିମଧ୍ୟରେ ଆମେରିକାର ଉପରାଷ୍ଟ୍ରପତି କମଳା ହାରିସ୍‍ କହିଛନ୍ତି ଯେ ଭାରତକୁ କୋଭିଡ-୧୯ ମୁକାବିଲା କ୍ଷେତ୍ରରେ ସହଯୋଗ କରିବା ପାଇଁ ଆମେରିକା ପ୍ରଶାସନ ଭାରତ ସରକାରଙ୍କ ସହିତ ଆଲୋଚନା ଜାରି ରଖିଛି।

- Advertisement -

କୋଭିଡ-୧୯ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣର ମୁକାବିଲା କରିବା କ୍ଷେତ୍ରରେ ସମ୍ମୁଖ ଭାଗରେ ରହି ଲଢେଇ କରୁଥିବା ଭାରତର ସ୍ୱାସ୍ଥ୍ୟସେବା କ୍ଷେତ୍ରର ବ୍ୟକ୍ତିଙ୍କୁ ବସ୍ତୁଗତ ସହାୟତା ଯୋଗାଇଦେବାକୁ ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ଲୟଡ ଜେ ଅଷ୍ଟିନ ପେଣ୍ଟାଗନକୁ ନିର୍ଦ୍ଦେଶ ଦେଇଛନ୍ତି। ଭାରତରେ ସଂପ୍ରତି କୋଭିଡ ସଂକ୍ରମିତ ଜନିତ ଅସୁସ୍ଥ ଏବଂ ମୃତକଙ୍କ ପାଇଁ ଲୟଡ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଆଗାମୀ କିଛିଦିନ ମଧ୍ୟରେ ଆମେରିକା ପ୍ରଶାସନ ଭାରତକୁ ଅମ୍ଳଜାନ ସମ୍ପର୍କିତ ଉପକରଣ, ଦ୍ରୁତ ପରୀକ୍ଷଣ କିଟ୍‍ ଏବଂ ବ୍ୟକ୍ତିଗତ ସୁରକ୍ଷାପ୍ରଦାନକାରୀ ପୋଷାକ ଆଦି ଭାରତକୁ ଯୋଗାଇଦେବାକୁ ପରିବହନ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସହାୟତା ଯୋଗାଇ ଦିଆଯିବ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories