www.samajalive.in
Tuesday, December 9, 2025
16.1 C
Bhubaneswar

ପୁରୁଷଙ୍କ ତୁଳନାରେ ମହିଳାଙ୍କଠାରେ ଆଣ୍ଟିବଡି ଅଧିକ

କରୋନା ଭୂତାଣୁ ବିରୋଧୀ ଲଢ଼େଇରେ ପୁରୁଷଙ୍କ ତୁଳନାରେ ମହିଳା ଅଧିକ ଶକ୍ତିଶାଳୀ। ପୁରୁଷଙ୍କ ଶରୀରରେ ଥିବା ଆଣ୍ଟିବଡି ତୁଳନାରେ ମହିଳାଙ୍କ ଶରୀରରେ ଥିବା ଆଣ୍ଟିବଡି ଅଧିକ। ମୁମ୍ବଇରେ ପ୍ରଶାସନ ପକ୍ଷରୁ ହୋଇଥିବା ସେରୋ ସର୍ଭେରୁ ଏହି ତଥ୍ୟ ସାମ୍ନାକୁ ଆସିଛି।

ଦେଶରେ କରୋନା ଭୂତାଣୁରେ ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ରାଜ୍ୟ ହେଉଛି ମହାରାଷ୍ଟ୍ର। ପ୍ରତିଦିନ ଏଠାରେ ବହୁ ସଂଖ୍ୟାରେ ସଂକ୍ରମିତ ଚିହ୍ନଟ ହେଉଥିବାରୁ ବୃହନମୁମ୍ବଇ ନଗର ନିଗମ (ବିଏମସି) ପକ୍ଷରୁ ଆର୍ଥିକ ରାଜଧାନୀ ମୁମ୍ବଇରେ ସେରୋ ସର୍ଭେ କରାଯାଇଥିଲା, ଯେଉଁଥିରୁ ଉପରୋକ୍ତ ତଥ୍ୟ ମିଳିଛି।

- Advertisement -

ଏହି ସର୍ଭେ ଜରିଆରେ ରକ୍ତ ନମୁନା ପରୀକ୍ଷା କରାଯାଇଥାଏ। ଲୋକଙ୍କଠାରେ କୌଣସି ଭୂତାଣୁ ବିରୋଧରେ ଲଢ଼େଇ କରିବା ଲାଗି କେତେ ଆଣ୍ଟିବଡି ରହିଛି ତାହା ପରୀକ୍ଷାରୁ ଜଣାପଡ଼ିଥାଏ। ବିଶେଷଜ୍ଞମାନଙ୍କ କହିବା ଅନୁସାରେ, ପରିବର୍ତ୍ତିତ ଜୀବନଶୈଳୀ ଯୋଗୁ ପୁରୁଷମାନଙ୍କ ସ୍ବାସ୍ଥ୍ୟ ମହିଳାମାନଙ୍କ ତୁଳାନାରେ ଖରାପ ରହିଥାଏ। ସେଥିଲାଗି ପୁରୁଷଙ୍କ ରୋଗପ୍ରତିରୋଧକ କ୍ଷମତା ବି କମ୍‌ ରହିଥାଏ। ସୂଚନା ଯେ, କରୋନା ଭୂତାଣୁ ସମ୍ପର୍କରେ ଆସିବାର କିଛିଦିନ ବିତିଯିବା ପରେ ମଣିଷ ଶରୀରରେ ଆଣ୍ଟିବଡି ତିଆରି ହୋଇଥାଏ।

ବିଏମସି ପକ୍ଷରୁ ମୁମ୍ବଇରେ ୩ୟ ସେରୋ ସର୍ଭେର କରାଯାଯାଇଛି, ଯେଉଁଥିରେ ୩୬.୫% ଲୋକଙ୍କଠାରେ ଆଣ୍ଟିବଡି ବିକଶିତ ହୋଇଛି। ସେରୋ ସର୍ଭେରେ ମୋଟ ୧୦ ହଜାର ୧୯୭ ଲୋକଙ୍କ ପରୀକ୍ଷା କରାଯାଇଥିଲା, ଯେଉଁଥିରୁ ଜଣାପଡ଼ିଥିଲା ଯେ ପୁରୁଷଙ୍କଠାରେ ୩୫.୦୨% ଏବଂ ମହିଳାଙ୍କଠାରେ ୩୭.୧୨% ଆଣ୍ଟିବଡି ରହିଥିବା ଜଣାପଡ଼ିଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories