www.samajalive.in
Monday, December 8, 2025
14.1 C
Bhubaneswar

କେନ୍ଦୁପତ୍ର ତୋଳାଳୀ ଶୋଷଣର ଶୀକାର : କେରିକୁ ୨୦ ବଦଳରେ ୨୪ ପତ୍ର ନେଉଛି ବିଭାଗ

ହରଭଙ୍ଗା : ସବୁଜ ହୀରା କେନ୍ଦୁପତ୍ରରୁ ସରକାର ଅଧିକ ରାଜସ୍ୱ ସଂଗ୍ରହ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ସରକାର କେନ୍ଦୁପତ୍ର ତୋଳାଳିଙ୍କୁ ପ୍ରୋତ୍ସାହନ ରାଶି ସହିତ ଆନୁସଙ୍ଗିକ ସୁବିଧା ମଧ୍ୟ ଯୋଗାଇ ଦେଉଛନ୍ତି। ମାତ୍ର ଚଳିତବର୍ଷ ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକରେ କେନ୍ଦୁପତ୍ର ସଂଗ୍ରହରେ  ପ୍ରାରମ୍ଭରୁ ବଡଧରଣର ବ୍ୟତିକ୍ରମ ଦେଖିବାକୁ ମିଳିଛି। ତୋଳାଳିଙ୍କଠାରୁ କେରିକୁ ଆବରଣ ସହ ୨୦ଟି ପତ୍ର ଗ୍ରହଣ କରିବା ପରିବର୍ତ୍ତେ ୨୪ଟି ପତ୍ର ଅର୍ଥାତ୍‍ ୪ଟି ଅଧିକ ପତ୍ର ନିଆଯାଉଛି। ଏହାଦ୍ୱାରା ହଜାର ହଜାର କେନ୍ଦୁପତ୍ର ତୋଳାଳୀ ଶୋଷଣର ଶୀକାର ହେଉଛନ୍ତି। ଏହାର ଲାଭ ସିଧାସଳଖ କେନ୍ଦୁପତ୍ର ରେଞ ଅଧିକାରୀ ଉଠାଉଛନ୍ତି।  ପ୍ରକାଶ ଯେ ବୌଦ୍ଧ କେନ୍ଦୁପତ୍ର ବନଖଣ୍ଡ ଅଧିନରେ  ଛତ୍ରଙ୍ଗ, ଚାରିଛକ, ବୀର ନରସିଂହପୁର, ମନମୁଣ୍ଡା, ବାଉଁଶୁଣୀ, କଣ୍ଟାମାଳ, ଘଣ୍ଟାପଡ଼ା,ଦମାମୁଣ୍ଡା ଭଲି ଆଠଟି ରେଞରେ ୩୮୫ଟି ଫଡିଘର ରହିଛି। ଚଳିତବର୍ଷ କେନ୍ଦୁପତ୍ର କେରି ମୂଲ୍ୟ ଏକ ଟଙ୍କାରୁ ୧ ଟଙ୍କା ୨୦ ପଇସାକୁ ବୃଦ୍ଧି ଘଟିଛି। ଜିଲ୍ଲାରେ ୪୫ହଜାର୬୩ଜଣ କେନ୍ଦୁପତ୍ର ତୋଳାଳି ସାଙ୍ଗକୁ ୧ ହଜାର ୨୪ଜଣ ସାମୟିକ କର୍ମଚାରୀ ନିୟୋଜିତ ଅଛନ୍ତି। ପ୍ରତିଦିନ ଜଣେ ଜଣେ କେନ୍ଦୁପତ୍ର ତୋଳାଳି ୪ ରୁ ୫ଫର୍ମ ଅର୍ଥାତ୍‍ ୪ ଶହରୁ ୫ ଶହ ବିଡା କେନ୍ଦୁପତ୍ର ବିକ୍ରି  କରୁଛନ୍ତି। ଗୋଟିଏ ବିଡାରେ ୪ଟି ପତ୍ର ଅଧିକ ନିଆଯାଉଥିବା ବେଳେ ୪ ରୁ ୫ ଫର୍ମ ପତ୍ର ବିକ୍ରି କରୁଥିବା ତୋଳାଳୀଙ୍କଠାରୁ ୮୦ରୁ ଶହେ ବିଡା ପତ୍ର ଅଧିକ ନିଆଯାଇ ସେମାନଙ୍କୁ ଶୋଷଣ କରାଯିବା ସହ ଏକ ଲୁଟ୍ ଚାଲିଥିବା କେନ୍ଦୁପତ୍ର ତୋଳାଳି ମାଧୁରୀ ହଂସ, ଉର୍ବଶୀ ସିଂ,ଶାନ୍ତି ନାୟକ, ଶୈଳ ସିଂ, କମଳା ନାଏକ ପ୍ରମୁଖ ଅଭିଯୋଗ ଉଠାଇଛନ୍ତି।।ଖାଲି ସେତିକି ନୁହେଁ ଗୋଛାକଟା କାର୍ଯ୍ୟରେ ମଧ୍ୟ ଅନିୟମିତତା ନଜରକୁ ଆସିଛି। ୧୦ଦିନ ଗୋଛା କାଟିଥିବା ଶ୍ରମିକଙ୍କ ନାଁରେ ଅଧିକ ଆଉ ୧୦ଦିନ ହାଜିରା ପକାଇ ଶ୍ରମିକଙ୍କ ପାଉଣା ହରିଲୁଟ କରାଯାଉଛି। ଏ ସଂର୍ପକରେ ଛତ୍ରଙ୍ଗ କେନ୍ଦୁପତ୍ର ରେଞ ଅଧିକାରୀ ରାଜେଶ କୁମାର ସାହୁଙ୍କୁ ପଚାରିବାରୁ ତୋଳାଳି ବିଡାରେ ଖରାପ ପତ୍ର ଦେଉଥିବାରୁ କୋଡିଏ ବଦଳରେ ଚବିଶି ପତ୍ର ନିଆଯାଉଥିବା କହିଥିଲେ। ତୋଳାଳୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏଥିପ୍ରତି ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ଦୃଷ୍ଟିଦେବାକୁ ଦାବି ହେଉଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories