www.samajalive.in
Friday, December 12, 2025
14.1 C
Bhubaneswar

ଓଡ଼ିଶା ସୀମାରେ କଡ଼ା ତନଖି, ବଙ୍ଗ ଲୋକଙ୍କ ବିରୋଧ

ଚନ୍ଦନେଶ୍ୱର: ପଡ଼ୋଶୀ ପଶ୍ଚିମ ବଙ୍ଗରେ କରୋନା ସଂକ୍ରମଣ ବ୍ୟାପକ ହେବା ଓଡ଼ିଶା ପାଇଁ ସତର୍କ ଘଣ୍ଟି ହୋଇଛି। ତେଣୁ ଓଡ଼ିଶାର ସୀମାନ୍ତ ଅଞ୍ଚଳରେ ଏହି ମହାମାରୀର ସଂକ୍ରମଣକୁ ପ୍ରତିହତ କରିବା ପାଇଁ ବଙ୍ଗ ପଟୁ କେହି ଆସିଲେ ସୀମାରେ କଡ଼ା ତନଖି ପାଇଁ ବାଲେଶ୍ୱର ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଆଜି ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତୀ ସୀମାନ୍ତ ଅଞ୍ଚଳ ବୁଲି ପରିସ୍ଥିତିର ଅନୁଧ୍ୟାନ କରିଥିଲେ। ସେ ସାହାବାଜିପୁର ସୀମାରେ ସ୍ଥିତି ପରଖିବା ସହ ୨୪ ଘଣ୍ଟାରେ ୩ଟି ସଙ୍ଗରୋଧ କେନ୍ଦ୍ରରେ ୫ ଶହ ଶଯ୍ୟା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଜିଲାପାଳ ଫେରିବା ପରେ ତନଖିକୁ କଡ଼ାକଡି କରାଯିବାରୁ ସୀମାରେ ସାମୟିକ ଉତ୍ତେଜନା ପ୍ରକାଶ ପାଇଥିଲା। ପଶ୍ଚିମ ବଙ୍ଗର କିଛି ଲୋକ ଓଡ଼ିଶା ପୁଲିସର ତନଖିକୁ ନେଇ ସମାଲୋଚନା କରିଥିଲେ। ଶେଷରେ ଘଟଣାସ୍ଥଳରେ ଦୀଘା ପୁଲିସ ପହଞ୍ଚି କଟକଣା କୋହଳ କରିବାକୁ କହିବା ପରେ ଉତ୍ତେଜନା ଥମିଥିଲା।

ପ୍ରଶାସନର ସତର୍କତା ପଦକ୍ଷେପ ଅନୁଯାୟୀ, ଓଡ଼ିଶା-ପଶ୍ଚିମ ବଙ୍ଗ ସୀମାନ୍ତ, ଭୋଗରାଇ ବ୍ଲକର ସାହାବାଜିପୁର ଠାରେ ୨୪ ଘଣ୍ଟା ପୁଲିସ ମୁତୟନ କରାଯିବ। ଉଦୟପୁର, ତାଳସାରି ବେଳାଭୂମି, ଚନ୍ଦନେଶ୍ୱର ମନ୍ଦିରକୁ ପର୍ଯ୍ୟଟକ, ଭକ୍ତ ଆସିବା ନିଷିଦ୍ଧ କରାଯାଇଛି। ଆଜି ଓଡ଼ିଶା ପୁଲିସର ତନଖିକୁ ନେଇ ସୀମାରେ ଉତ୍ତେଜନା ପ୍ରକାଶ ପାଇଥିଲା। ପଶ୍ଚିମ ବଙ୍ଗ ପଟର ଲୋକ ମଧ୍ୟ ଓଡ଼ିଶା ପଟୁ କୌଣସି ଗାଡ଼ିକୁ ଛାଡ଼ି ନ ଥିଲେ। ଫଳରେ ଭୋଗରାଇ ତହସିଲଦାର କମଳାକାନ୍ତ ପଣ୍ଡା ଓ ତାଳସାରି ସାମୁଦ୍ରିକ ଥାନାର ଅଧିକାରୀ ହେମନ୍ତ କୁମାର ମାଝୀ ଦୀଘା ଥାନା ଏଏସଆଇ ରାଣା ବାନାର୍ଜୀଙ୍କ ସହିତ ଆଲୋଚନା କରିଥିଲେ। ଶେଷରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶାନାମାର ଏକ ନକଲ ଦେବା ପରେ ସେମାନେ ଏହି କଟକଣା ଉପରେ ଗୁରୁତ୍ୱ ଦେବେ ବୋଲି ସହମତି ପ୍ରକାଶ କରିଥିଲେ।

- Advertisement -


ସୂଚନାଯୋଗ୍ୟ ଯେ ସାହାବାଜିପୁରସ୍ଥିତ ଚନ୍ଦନେଶ୍ୱର ମହାବିଦ୍ୟାଳୟ ପରିସରରେ ୭୦ ଶଯ୍ୟା ବିଶିଷ୍ଟ ସଙ୍ଗରୋଧ କେନ୍ଦ୍ର ପ୍ରସ୍ତୁତ ହୋଇଥିବାବେଳେ ଆଉ ୮୦ ଶଯ୍ୟା ପ୍ରସ୍ତୁତ କରାଯିବ ବୋଲି ଭୋଗରାଇ ବିଡିଓ ସତ୍ୟଜିତ ରାଉତ ପ୍ରକାଶ କରିଛନ୍ତି। ବାଡ଼ସରିଷା ଓ ଉଦୟପୁରରେ ମଧ୍ୟ ସଙ୍ଗରୋଧ କେନ୍ଦ୍ର ପ୍ରସ୍ତୁତ ହେବ। ଶୁକ୍ରବାର ଭୋଗରାଇର ସୀମାନ୍ତ ୧୫ଟି ପଞ୍ଚାୟତର ସରପଞ୍ଚଙ୍କୁ ନେଇ ଏକ ଗୁରୁତ୍ୱପୁର୍ଣ୍ଣ ବୈଠକ ଅନୁଷ୍ଠିତ ହେବା ସହିତ ସମସ୍ତ ଗଳା ବାଟ ସିଲ କରିବାକୁ କୁହାଯାଇଛି। ଭୋଗରାଇ ଥାନାକୁ ୧ ପ୍ଲାଟୁନ ପୁଲିସ ଯୋଗାଇଦିଆଯାଛି। ପଶ୍ଚିମ ବଙ୍ଗକୁ ଲାଗିଥିବା ମାନକୁଣ୍ଡା, ଅନଳିଆ, ପାଣିଷଣ୍ଢା, ଗଣେଶ୍ୱରପୁର, କଖଡା, ନରସିଂହପୁରରେ ରାସ୍ତା ସିଲ କରାଯିବା ସହ ପୁଲିସ ମୁତୟନ ହୋଇଥିବା କଥା ଥାନା ଅଧିକାରୀ ସୁଜାତା ଖମାରୀ କହିଛନ୍ତି। ସେହିପରି ତାଳସାରୀ ସାମୁଦ୍ରିକ ଥାନା ଅଧୀନ ପଶ୍ଚିମ ବଙ୍ଗକୁ ଲାଗିଥିବା ଉଦୟପୁର-ଦତ୍ତପୁର (ଡନଛକ), ସ।ହାବାଜିପୁର-ଦତପୁର, ସାହାବାଜିପୁର-ପଲ୍ଲୀ, ସାହାବାଜିପୁର-ପଦିମା, ଦକ୍ଷିଣସରିଷା-ପଦିମା, ବାଜିତପୁର-ମୁଣ୍ଡଳା ରାସ୍ତା ଆଦି ସିଲ କରାଯାଇଛି। ସାମୁଦ୍ରିକ ଥାନାକୁ ମଧ୍ୟ ଦେଢ ପ୍ଲାଟୁନ ପୁଲିସ ଯୋଗାଇ ଦିଆଯାଇଛି। ତେବେ ପୁଣି ସନ୍ଧ୍ୟାରେ ସୀମାରେ କଟକଣା କଡାକଡି କରାଯିବା ପରେ ବେଙ୍ଗଲ ଲୋକମାନେ ଆସି ଗଣ୍ଡଗୋଳ କରିଥିବା ଜଣାଯାଇଛି।

Hot this week

ଜାନୁଆରୀ ୩୧ ରୁ ଓସିଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା...

ସଜାଡ଼ିବାକୁ ଉଦ୍ୟମ : ମୋକିମ୍‌

କଟକ : ବାରବାଟୀ କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ...

ଓଡ଼ିଶା ହେବ ଜବରଦଖଲମୁକ୍ତ

ଭୁବନେଶ୍ବର: ଓଡ଼ିଶାକୁ ଜବରଦଖଲମୁକ୍ତ କରିବାକୁ ରାଜସ୍ବ ବିଭାଗ ଅଣ୍ଟା ଭିଡ଼ିଛି। ବିଭାଗସ୍ତରରେ...

୬ ରାଜ୍ୟରେ ଏସ୍‌ଆଇଆର୍‌ ସମୟସୀମା ବୃଦ୍ଧି

ନୂଆଦିଲ୍ଲୀ: ନିର୍ବାଚନ କମିଶନ (ଇସି)ଙ୍କ ତରଫରୁ ଗୁରୁବାର ପାଞ୍ଚ ରାଜ୍ୟ ଓ...

କଂଗ୍ରେସ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା

ଭୁବନେଶ୍ବର : ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ ନେଇ ରାଜ୍ୟ...

Related Articles

Popular Categories