www.samajalive.in
Tuesday, December 9, 2025
26.1 C
Bhubaneswar

ଜଳେଶ୍ୱର ବ୍ଲକ ସୀମାରେ ୮ଟି ରାସ୍ତା ବନ୍ଦ, ବଙ୍ଗ-ଓଡ଼ିଶା ଲୋକଙ୍କ ମଧ୍ୟରେ ବିବାହ କାର୍ଯ୍ୟ ବନ୍ଦ ପାଇଁ ନିଷ୍ପତ୍ତି

ଜଳେଶ୍ୱର: ପଶ୍ଚିମବଙ୍ଗରେ ମହାମାରୀ କରୋନାର ଦ୍ରୁତ ସଂକ୍ରମଣ ଯୋଗୁ ବାଲେଶ୍ୱର ଜିଲା ପ୍ରଶାସନ ସୀମାରେ କଡ଼ା ସତର୍କତାମୂଳକ ପଦକ୍ଷେପ ନେଇଛି। ଜଳେଶ୍ୱର ବ୍ଳକ-ବଙ୍ଗ ସୀମାରେ ଥିବା ୮ଟି ରାସ୍ତାକୁ ବନ୍ଦ କରାଯାଇଛି। ଆଜି ଜିଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ଓ ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର ସୀମାନ୍ତ ଅଞ୍ଚଳ ବୁଲି ସ୍ଥିତିର ଅନୁଧ୍ୟାନ କରିଥିଲେ। ବିନା ଯାଞ୍ଚରେ ପଶ୍ଚିମ ବଙ୍ଗ ପଟୁ କାହାକୁ ବି ଓଡ଼ିଶା ସୀମାକୁ ନ ଛାଡ଼ିବାକୁ ଜିଲାପାଳ କଡ଼ା ନିର୍ଦ୍ଦେଶ ଦେଇଥିଲେ। ସେହିପରି ବିଧାୟକ ଅଶ୍ୱିନୀ ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇ ସତର୍କତା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତ୍ତି ହୋଇଛି।


ପଶ୍ଚିମ ବଙ୍ଗ ପଟୁ ପ୍ରବେଶ ବନ୍ଦ କରିବାକୁ ବାଲେଶ୍ୱର ଜିଲା ପ୍ରଶାସନ ଲକ୍ଷ୍ମଣନାଥ ଟୋଲ ପ୍ଲାଜା, ଅଗ୍ରୱାଲ ଛକ, ବୋଲି ଗୋପୀନାଥପୁର, ସୁଗୋ, ସାହାଡ଼ାପଡ଼ା, ଚୂଡାମଣିପୁର, ମାକିଡିଆ, କଙ୍କଡାଫେରାରରେ ରାସ୍ତା ବନ୍ଦ କରିଛି। ଜଳେଶ୍ୱର ଅଞ୍ଚଳରେ ପ୍ରାଥମିକ ଭାବେ ୩ଟି ସଙ୍ଗରୋଧ କେନ୍ଦ୍ର ଖୋଲାଯାଇଛି। ଆଜି ଜଳେଶ୍ୱର ବିଧାୟକଙ୍କ ଆହ୍ୱାନରେ ବ୍ଳକ କାର୍ଯ୍ୟାଳୟ ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକର ନିଷ୍ପତ୍ତି ଅନୁଯାୟୀ, କରୋନା କଟକଣା ବଳବତ୍ତର ଥିବା ଯାଏ ଓଡ଼ିଶାରୁ କେହି ପଶ୍ଚିମ ବଙ୍ଗର କୌଣସି ପରିବାର ସହ ବୈବାହିକ ସମ୍ବନ୍ଧ ପାଇଁ ଶୁଭ କର୍ମ କରିପାରିବେନି। ସେହିପରି ବଙ୍ଗ-ଓଡ଼ିଶା ମଧ୍ୟରେ ସମସ୍ତ ବସ ଓ ଟ୍ରେନ ଚଳାଚଳ ବନ୍ଦ କରିବାକୁ ପଦକ୍ଷେପ ପାଇଁ ନିଷ୍ପତ୍ତି ହୋଇଥିଲା।

Hot this week

ଆଉ ୧୮ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା : ଏମ୍‌ଭି-୨୬ରେ ୧୬୩ ଘର କ୍ଷତିଗ୍ରସ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବଢିଲା ଇଣ୍ଟରନେଟ୍ କଟକଣା। ପ୍ରଶାସନ ଆଉ ୧୮...

୫ ବର୍ଷରେ ଗଲାଣି ୫୧୮ ଦାଦନଙ୍କ ଜୀବନ

ସମାଜଲାଇଭ ଡେସ୍କ: ରାଜ୍ୟରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

Related Articles

Popular Categories