www.samajalive.in
Monday, December 15, 2025
14.1 C
Bhubaneswar

ବାହାର ରାଜ୍ୟ ଫେରନ୍ତାଙ୍କୁ ଟିଏମସି ବାଧ୍ୟତାମୂଳକ, ନାକା ଚେକ୍ କଡ଼ାକଡ଼ି

ଜି.ଉଦୟଗିରି : ଦ୍ୱିତୀୟ ପର୍ଯ୍ୟାୟ କରୋନା ସଂକ୍ରମଣର ପ୍ରଭାବ ଦିନକୁ ଦିନ ବଢୁଥିବା ବେଳେ ଜିଲ୍ଲା ପ୍ରଶାସନର ନିର୍ଦେଶକ୍ରମେ ସ୍ଥାନୀୟ ବ୍ଲକ ଓ ତହସିଲ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ଏଥିପାଇଁ ଗଞ୍ଜାମ କନ୍ଧମାଳ ସୀମାନ୍ତ ନାକା ଚେକ୍ କରାଯାଇ ଯାଞ୍ଚ୍ କଡ଼ାକଡ଼ି ପାଇଁ ଏକ ଟିମ୍ ଗଠନ କରାଯାଇଛି। ଏହି ଟିମରେ ରାଜସ୍ବ ନିରୀକ୍ଷକ, ପୁଲିସର ପଦସ୍ତ ଅଧିକାରୀ, ଅବକାରୀ ବିଭାଗ କର୍ମଚାରୀ, ବନ ବିଭାଗ କର୍ମଚାରୀ ବାହାର ରାଜ୍ୟ ଫେରନ୍ତାକୁ ସେଠାରେ କରାଯାଇଥିବା ଅସ୍ଥାୟୀ ସ୍ବାସ୍ଥ୍ୟ ପରୀକ୍ଷା କେନ୍ଦ୍ରରେ ସ୍ବାସ୍ଥ୍ୟ ପରୀକ୍ଷା କରାଉଛନ୍ତି। ଏହାସହିତ ଅସ୍ଥାୟୀ ଟିଏମସି କେନ୍ଦ୍ରରେ ଅନ୍ୟୁନ ସାତ ଦିନ ଆବଶ୍ୟକ ପଡିଲେ ଅଧିକ ଦିନ ରଖାଯିବ ବୋଲି ଜଣାପଡିଛି। ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ପ୍ରଧାନ ଓ ତହସିଲଦାର ଅବିନାଶ ମାହାରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଉକ୍ତ କାର୍ଯ୍ୟକ୍ରମ ହେଉଥିବା ଜଣାପଡିଛି।

ପ୍ରକାଶ ଥାଉକି, ଦ୍ୱିତୀୟ ଲହର କରୋନା ତାର କାୟା ବିସ୍ତାର କରିଚାଲିଛି। ଏଥିପାଇଁ ବ୍ୟାପକ ସଚେତନତା ଆବଶ୍ୟକ ହେଉଥିବା ବେଳେ ପଞ୍ଚାୟତ ସ୍ତରରେ ସାମାଜିକ ଦୂରତା, ମାସ୍କ ପରିଧାନ, ହାତ ଧୁଆ ଆଦି ସମ୍ପର୍କରେ ଆଶା କର୍ମୀ, ଅଙ୍ଗନବାଡି କର୍ମୀ, ସ୍ଵଂୟ ସହାୟକ ଗୋଷ୍ଠୀ ସଚେତନ କରୁଥିବା ଦୁଇ ପ୍ରଶାସନିକ ଅଧିକାରୀ ସୂଚନା ଦେଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories