www.samajalive.in
Saturday, December 6, 2025
16.1 C
Bhubaneswar

ଏମକେସିଜି ମେଡିକାଲରେ ବିରଳ ଶିଶୁ ଜନ୍ମ

ବ୍ରହ୍ମପୁର: ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ଜନ୍ମ ହୋଇଛି ଏକ ବିରଳ ଶିଶୁ। ଶିଶୁଟି ଗତ କାଲି ରାତି ୨ ଟା ବେଳେ ଜନ୍ମ ହୋଇଥିବା ବେଳେ ତାକୁ ଆଇସିୟୁ ଭିତରେ ରଖି ଚିକିତ୍ସା କରାଯାଉଛି। ତେବେ ଶିଶୁର ଶରୀରଟି ଏଲିଅନ ଭଳି ହୋଇଥିବାରୁ ଚର୍ଚ୍ଚା ଜୋର ଧରିଛି। ଗତ କାଲି ପ୍ରଥମ ଥର ପାଇଁ ଏମକେସିଜିକୁ ଆସିଥିବା ଗର୍ଭବତୀ ମହିଳାଜଣକ ଠାରୁ ଏହି ଶିଶୁଟି ଜନ୍ମ ହୋଇଛି। ଜେନେଟିକ ସମସ୍ୟା ଯୋଗୁ ବେଳେ ବେଳେ ଏଭଳି ଶିଶୁ ଜନ୍ମ ନିଅନ୍ତି ବୋଲି ଏମକେସିକିର ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡା. ଇନ୍ଦିରା ପାଳ କହିଛନ୍ତି। ସାଧରଣ ଶିଶୁଠାରୁ ଏହି ବିରଳ ଶିଶୁର ମୁହଁ ବଡ଼ ହୋଇଥିବା ବେଳେ ହାତ ଓ ଗୋଡ଼ ପାପୁଲି ନାହିଁ। ସେହିପରି ଶରୀରର ଚର୍ମ ମୋଟା ଓ ଫଟା ରହିଛି। ତେବେ ଏଭଳି ଶିଶୁ ବେଶୀ ଦିନ ବଞ୍ଚିପାରନ୍ତି ନାହିଁ ବୋଲି ଡାକ୍ତର କହିଛନ୍ତି।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories