www.samajalive.in
Saturday, December 6, 2025
14.1 C
Bhubaneswar

ଶ୍ରୀଲଙ୍କାରେ ଅଟକିଥିବା ଚୀନ ଜାହାଜରୁ ମିଳିଲା ପରମାଣୁ ପଦାର୍ଥ, ବନ୍ଦର ଅଧିକାରୀ ଆତଙ୍କିତ

କଲୋମ୍ବୋ: ଶ୍ରୀଲଙ୍କାର ଏକ ବନ୍ଦରରେ ଅଟକିଥିବା ଚୀନ ଜାହାଜରୁ ପରମାଣୁ ପଦାର୍ଥ ମିଳିବା ପରେ ଶ୍ରୀଲଙ୍କାରେ ଆତଙ୍କ ସୃଷ୍ଟି ହୋଇଛି। ଶ୍ରୀଲଙ୍କା ସରକାର ତତ୍କାଳ କଡ଼ା ପଦକ୍ଷେପ ନେଇ ଜାହାଜଟିକୁ ତୁରନ୍ତ ବନ୍ଦର ଛାଡ଼ିବାକୁ ନିର୍ଦେଶ ଦିଆଯାଇଛି।

ଶ୍ରୀଲଙ୍କା ନାଭିକିୟ ଉର୍ଜା ପ୍ରାଧିକରଣର ବରିଷ୍ଠ ଅଧିକାରୀ ଅନିଲ ରଣଜିତ କହିଛନ୍ତି ଯେ, ଉକ୍ତ ଜାହାଜଟି ରୋଟରଡମ ବନ୍ଦରରୁ ଚୀନ ଯାଉଥିଲା। ସେହି ସମୟରେ ବୈଷୟିକ ତ୍ରୁଟି ଦେଖାଦେବାରୁ ଜାହାଜଟି ହମ୍ବନଟୋଟା ବନ୍ଦରରେ ଅଟକିଥିଲା। ବନ୍ଦରରେ ଅଟକିବା ସମୟରେ ସେଥିରେ ରେଡିଓଆକ୍ଟିବ ପଦାର୍ଥ ରହିଥିବା ସମ୍ପର୍କରେ ସୂଚନା ଦିଆଯାଇ ନ ଥିଲା।

- Advertisement -

କୁହାଯାଉଛି ଯେ, ଏହି ଜାହାଜଟି ଚାଇନା ମର୍ଚାଣ୍ଟସ ପୋର୍ଟ ହୋଲ୍ଡିଂ କମ୍ପାନୀର। ଅନିଲ ରଣଜିତ କହିଛନ୍ତି ଯେ, ଏହା ଏକ ବାଣିଜ୍ୟିକ ଜାହାଜ ଥିଲା, ଯେଉଁଥିରେ ପରମାଣ ପଦାର୍ଥ ୟୁରାନିୟମ ହେକ୍ସାଫ୍ଲୋରାଇଡ ଲଦା ହୋଇଥିଲା।

ଶ୍ରୀଲଙ୍କା ପରମାଣୁ ଶକ୍ତି ବୋର୍ଡ ନିର୍ଦେଶକ ଟି. ଏମ. ଆର. ଟେନ୍ନାକୁନ କହିଛନ୍ତି ଯେ, ବନ୍ଦରରେ ଜାହାଜଟି ଯେତେବେଳେ ପ୍ରବେଶ କଲା, ସେହି ସମୟରେ ଅଧିକାରୀମାନଙ୍କୁ ଜଣା ନ ଥିଲା ଯେ ସେଥିରେ କେଉଁ ପଦାର୍ଥ ପରିବହନ କରାଯାଉଛି। ଯେତେବେଳେ ଜଣାପଡ଼ିଲା, ସେତେବେଳେ ତୁରନ୍ତ ଜାହାଜକୁ ବନ୍ଦର ଛାଡ଼ିବାକୁ କୁହାଯାଇଥିଲା। ଏ ସମ୍ପର୍କରେ ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେଙ୍କୁ ଅବଗତ କରାଯାଇଛି।

ଜାହାଜରେ ଥିବା ୟୁରାନିୟମ ହେକ୍ସାଫ୍ଲୋରାଇଡ୍‌ ଏକ ବିପଜ୍ଜନକ ପଦାର୍ଥ। ଏହା ପରମାଶୁ ଶକ୍ତି କେନ୍ଦ୍ରରେ ଇନ୍ଧନ ରୂପେ ବ୍ୟବହାର କରାଯାଏ। ଏହି ପଦାର୍ଥକୁ ସାଧାରଣତଃ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ପଠାଯାଇଥାଏ। କିନ୍ତୁ ଶ୍ରୀଲଙ୍କା ନିୟମ ଅନୁସାରେ ଏଥିପାଇଁ ପୂର୍ବରୁ ଅନୁମତି ନେବାକୁ ପଡ଼ିଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories