www.samajalive.in
Monday, December 15, 2025
15.1 C
Bhubaneswar

ଆସ୍କା ପୁଲିସକୁ ବଡ ସଫଳତା

ଆକ୍ସା : ଗଞ୍ଜାମ ଜିଲା ଆସିକା ମଦ ବ୍ୟବସାୟୀ ପ୍ରତାପ ପୋଲେଇଙ୍କ ହତ୍ୟା ଘଟଣାରେ ଦୁଇ ଅଭୁଯୁକ୍ତଙ୍କୁ ଗିରଫ କରାଯାଇଛି। ଆସିକା ପୁଲିସ ଦ୍ୱାରା ଧରା ଯାଇଥିବା ଅଭିଯୁକ୍ତ ମାନଙ୍କ ନିକଟରୁ ୯ଟି ମୋବାଇଲ ଫୋନ୍‍, ୧୦ଟି ସିମ୍‍ କାର୍ଡ, ଦୁଇଟି ଏଟିଏମ୍‍, ଗୋଟିଏ ପକେଟ ଫୋନ ଡାଏରି ଆଦି ଜବତ କରାଯାଇଛି। ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟଚାଲାଣ କରାଯାଇଛି। ସୂଚନାଯୋଗ୍ୟ ଯେ, ଗତ ୨୦୧୭ ନଭେମ୍ବର ମାସରେ କରଞ୍ଜେଇ ଛକ ନିକଟରେ ଚଳନ୍ତା ବସରେ ମଦ ବ୍ୟବସାୟୀ ପ୍ରତାପ ପୋଲେଇଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା।
ସେହିପରି ଆସିକା ପୁଲିସ ମିଟୁ ଦାସ ହତ୍ୟା ଘଟଣାରେ ପାଞ୍ଚ ଜଣକୁ ଗିରଫ କରିଛି। ପୁଲିସ ଏହି ପାଞ୍ଚଜଣ ଅଭିଯୁକ୍ତଙ୍କ ନିକଟରୁ ଏକ କଟୁରୀ, ଏକ ମୋଟରସାଇକେଲ ଜବତ କରାଯାଇଛି। ସୂଚନାଯୋଗ୍ୟ ଯେ, ଗତ ଜାନୁଆରୀ ମାସ ୧୭ରେ ଏହି ହତ୍ୟା ହୋଇଥିଲା। ସେହିପରି ଆସିକା ଝଗଡେଇ ଗୁମ୍ପାରେ ଡକାୟତି ସମୟରେ ୩ଜଣଙ୍କୁ ଆସିକା ପୁଲିସ ଗିରଫ କରାଯାଇଛି। ଏକ ବନ୍ଧୁକ, ଦୁଇଟି ବୋମା, ଏକ ଖଣ୍ଡା ଓ ଏକ ମୋଟରସାଇକେଲ ଜବତ କରାଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories