www.samajalive.in
Saturday, December 6, 2025
23.1 C
Bhubaneswar

ହିନ୍ଦୁ ବ୍ୟକ୍ତିଙ୍କୁ ମୁସଲମାନ ରୀତିନୀତିରେ ଦିଆଯାଇଥିଲା କବର

ନୂଆଦିଲ୍ଲୀ: ସେ ହିନ୍ଦୁ ଥିଲେ ମଧ୍ୟ ମୃତ୍ୟୁପରେ ତାଙ୍କୁ ମୁସଲମାନ ରୀତିନୀତିରେ କବର ଦିଆଗଲା। ପରିବାର ଲୋକ ତାଙ୍କର ସନ୍ଧାନ କରି ଶେଷରେ ଯେତେବେଳେ ଏହି ଘଟଣା ଜାଣିବାକୁ ପାଇଲେ ସେତେବେଳେ କବର ଖୋଳାଯାଇ ମୃତଦେହର ଅବଶେଷ କଢାଗଲା। ଏବେ ଉକ୍ତ ଅବଶେଷକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ। କେନ୍ଦ୍ର ସରକାର ଏଦିଗରେ ପଦକ୍ଷେପ ନେଉଥବା ସମ୍ପର୍କରେ ଗୁରୁବାର ଦିଲ୍ଲୀ ହାଇକୋର୍ଟଙ୍କୁ ଅବଗତ କରାଇଛନ୍ତି।
କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଅଦାଲତରେ ଏହା ମଧ୍ୟ କୁହାଯାଇଥିଲା ଯେ ମୃତ ଶରୀରର ଅବଶିଷ୍ଟାଂଶକୁ ଫେରାଇ ଆଣିବାକୁ ଜେଦାହ୍‍ଠାରେ ଥିବା ଭାରତର ବାଣିଜ୍ୟ ଦୂତାବାସ ସ୍ଥାନୀୟ ସାଉଦି ଅଦାଲତରେ ପ୍ରୟାସ ଆରମ୍ଭ କରିସାରିଛି।
ଜଣାଯାଇଛି ଯେ ସଞ୍ଜୀବ କୁମାର ନାମକ ୫୧ ବର୍ଷ ବୟସ୍କ ଜଣେ ହିନ୍ଦୁ ବ୍ୟକ୍ତି ସାଉଦି ଆରବରେ ଚାକିରୀ କରୁଥିଲେ। ସେଠାରେ ଗତ ଜାନୁଆରୀ ୨୪ରେ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଲା। ମୃତ ଶରୀରକୁ ସ୍ଥାନୀୟ ଏକ ହସପିଟାଲରେ ରଖାଯାଇଥିଲା। ଏହା ଫେରାଇ ଆଣିବାକୁ ମୃତ ସଞ୍ଜୀବଙ୍କ ପତ୍ନୀ ଅଞ୍ଜୁ ଶର୍ମା ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେଥିରୁ ସୁଫଳ ନମିଳିବାରୁ ଉକ୍ତ ମୃତଦେହକୁ ସେଠାରେ ମୁସଲମାନ ରୀତି ନୀତି ଅନୁଯାୟୀ କବର ଦିଆଗଲା। ଏକଥା ଅଞ୍ଜୁ ଶର୍ମା ଫେବ୍ରୁଆରୀ ୧୮ରେ ଜାଣିବାକୁ ପାଇଲେ। ତାହାର କାରଣ ଜେଦାହ୍‍ଠାରେ ଥିବା ଭାରତର ବାଣିଜ୍ୟ ଦୂତାବାସର କର୍ମଚାରୀ ସଞ୍ଜୀବଙ୍କ ମୃତ୍ୟୁ ସମ୍ପର୍କିତ ପ୍ରମାଣପତ୍ରରେ ତାଙ୍କର ଧର୍ମ ହିନ୍ଦୁ ପରିବର୍ତ୍ତେ ଭୁଲରେ ମୁସଲମାନ ବୋଲି ଲେଖିଦେଇଥିଲେ। ତେବେ ଦୁଃଖରେ ଭାଙ୍ଗିପଡିଥିବା ଅଞ୍ଜୁ ଶର୍ମା ଏହା ଜାଣିବାପରେ ସ୍ୱାମୀଙ୍କର ଅନ୍ତିମ ସତ୍କାର କରିବାକୁ ଅନ୍ତତଃପକ୍ଷେ ତାଙ୍କ ମୃତଦେହର ଅବଶିଷ୍ଟାଂଶ ଭାରତ ଫେରାଇ ଅଣାଯିବାକୁ ଆକୁଳ ନିବେଦନ କରିଥିଲେ। ତାହା ମଧ୍ୟ କେହି ଶୁଣିଲେନାହିଁ। ଶେଷରେ ବାଧ୍ୟହୋଇ ସେ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ।

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories