www.samajalive.in
Saturday, December 6, 2025
16.1 C
Bhubaneswar

କରୋନା ପଜିଟିଭ ଜାଣି ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କଲେ ମହିଳା

ଗ୍ରେଟର ନଏଡା : ପୁଣି ଥରେ ଦେଶରେ କରୋନା ନିଜର କାୟା ବିସ୍ତାର କରି ଚାଲିଛି। କରୋନା ମହାମାରୀ ଲୋକଙ୍କ ମଧ୍ୟରେ ଏଭଳି ଭୟ ବିସ୍ତାର କରିସାରିଲାଣି, ଲୋକେ ରିପୋର୍ଟ ପଜିଟିଭ ଜାଣିବା ମାତ୍ରେ ତାଙ୍କ ଜୀବନ ଶେଷ ହୋଇଯିବ ବୋଲି ଅନୁଭବ କରୁଛନ୍ତି। ଏଭଳି ହିଁ ଏକ ଘଟଣା ଦିଲ୍ଲୀରୁ ଦୂର ଉତ୍ତରପ୍ରଦେଶ ଗ୍ରେଟର ନଏଡାରେ ଘଟିଥିବା ଜଣାପଡିଛି। କରୋନା ରିପୋର୍ଟ ପଜିଟିଭ ଆସିବା ଜାଣି ମହିଳା ଜଣଙ୍କ ନିଆଁରେ ପୋଡି ହୋଇ ଆତ୍ମହତ୍ୟା କରିଛନ୍ତି। ମହିଳାଙ୍କ ବୟସ ୫୨ ବର୍ଷ। ଗ୍ରେଟର ନଏଡାର ବାଦଲପୁର ଅନ୍ତର୍ଗତ ଅଞ୍ଚଳର ଏହି ଘଟଣା। ମହିଳା ଜଣଙ୍କ ନିଜର କରୋନା ଟେଷ୍ଟ କରାଇଥିଲେ। ଗୁରୁବାର ଦିନ ତାଙ୍କ ରିପୋର୍ଟ ପଜିଟିଭ ବୋଲି ଜାଣିବା ପରେ ଚିନ୍ତାଗ୍ରସ୍ତ ହେବା ସହ ଭାଙ୍ଗିପଡି ନିଆଁରେ ପୋଡି ହୋଇ ଆତ୍ମହତ୍ୟା କରିଥିଲେ। ଘଟଣା ବିଷୟରେ ମହିଳାଙ୍କ ସ୍ୱାମୀ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଏଯାଏଁ ମହିଳାଙ୍କ ସ୍ୱାମୀ କରୋନା ପଜିଟିଭ କି ନେଗେଟିଭ ସେନେଇ କୌଣସି ସୂଚନା ମିଳିପାରି ନାହିଁ। ପୁଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ୧୧ ତାରିଖରେ ମହିଳାଙ୍କର କୋଭିଡ ପଜିଟିଭ ରିପୋର୍ଟ ଆସିବା ପରେ ସେ ମାନସିକ ବିଷାଦଗ୍ରସ୍ତ ହୋଇ ରହିବା ସହ ଗୁରୁବାର ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିଛନ୍ତି।

 

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories