www.samajalive.in
Sunday, December 14, 2025
16.1 C
Bhubaneswar

କରୋନା ପଜିଟିଭ ଜାଣି ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କଲେ ମହିଳା

ଗ୍ରେଟର ନଏଡା : ପୁଣି ଥରେ ଦେଶରେ କରୋନା ନିଜର କାୟା ବିସ୍ତାର କରି ଚାଲିଛି। କରୋନା ମହାମାରୀ ଲୋକଙ୍କ ମଧ୍ୟରେ ଏଭଳି ଭୟ ବିସ୍ତାର କରିସାରିଲାଣି, ଲୋକେ ରିପୋର୍ଟ ପଜିଟିଭ ଜାଣିବା ମାତ୍ରେ ତାଙ୍କ ଜୀବନ ଶେଷ ହୋଇଯିବ ବୋଲି ଅନୁଭବ କରୁଛନ୍ତି। ଏଭଳି ହିଁ ଏକ ଘଟଣା ଦିଲ୍ଲୀରୁ ଦୂର ଉତ୍ତରପ୍ରଦେଶ ଗ୍ରେଟର ନଏଡାରେ ଘଟିଥିବା ଜଣାପଡିଛି। କରୋନା ରିପୋର୍ଟ ପଜିଟିଭ ଆସିବା ଜାଣି ମହିଳା ଜଣଙ୍କ ନିଆଁରେ ପୋଡି ହୋଇ ଆତ୍ମହତ୍ୟା କରିଛନ୍ତି। ମହିଳାଙ୍କ ବୟସ ୫୨ ବର୍ଷ। ଗ୍ରେଟର ନଏଡାର ବାଦଲପୁର ଅନ୍ତର୍ଗତ ଅଞ୍ଚଳର ଏହି ଘଟଣା। ମହିଳା ଜଣଙ୍କ ନିଜର କରୋନା ଟେଷ୍ଟ କରାଇଥିଲେ। ଗୁରୁବାର ଦିନ ତାଙ୍କ ରିପୋର୍ଟ ପଜିଟିଭ ବୋଲି ଜାଣିବା ପରେ ଚିନ୍ତାଗ୍ରସ୍ତ ହେବା ସହ ଭାଙ୍ଗିପଡି ନିଆଁରେ ପୋଡି ହୋଇ ଆତ୍ମହତ୍ୟା କରିଥିଲେ। ଘଟଣା ବିଷୟରେ ମହିଳାଙ୍କ ସ୍ୱାମୀ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଏଯାଏଁ ମହିଳାଙ୍କ ସ୍ୱାମୀ କରୋନା ପଜିଟିଭ କି ନେଗେଟିଭ ସେନେଇ କୌଣସି ସୂଚନା ମିଳିପାରି ନାହିଁ। ପୁଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ୧୧ ତାରିଖରେ ମହିଳାଙ୍କର କୋଭିଡ ପଜିଟିଭ ରିପୋର୍ଟ ଆସିବା ପରେ ସେ ମାନସିକ ବିଷାଦଗ୍ରସ୍ତ ହୋଇ ରହିବା ସହ ଗୁରୁବାର ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିଛନ୍ତି।

 

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories