www.samajalive.in
Saturday, December 6, 2025
26.1 C
Bhubaneswar

ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ଜଳଛତ୍ର ପ୍ରକଳ୍ପର ଶୁଭାରମ୍ଭ

ରେଙ୍ଗାଲି କ୍ୟାମ୍ପ : ଅତାବିରା ବ୍ଲକ ପୋଡବାଡ଼ିଠାରେ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ଓ ମେହେର ମୋବାଇଲ୍ ତରଫରୁ ଆଜି ପୋଡବାଡି ଛକଠାରେ ଜଳଛତ୍ରର ଶୁଭାରମ୍ଭ ହୋଇଯାଇଛି। ପ୍ରତି ପଞ୍ଚାୟତରେ ରାଜ୍ୟ ସରକାର ବସୁଧା ନାମରେ ହଜାର ହଜାର ଲିଟର କ୍ଷମତା ବିଶିଷ୍ଟ ପାଣି ଟାଙ୍କି ନିର୍ମାଣ କରିଛନ୍ତି କୋଟି କୋଟି ଟଙ୍କା ଖର୍ଚ୍ଚ କରି । ହେଲେ ଲୋକଙ୍କ ପାଖକୁ ପାଣି ପହଞ୍ଚି ପାରୁନି। କେଉଁଠି ଟାଙ୍କିକୁ ପାଣି ପହଞ୍ଚି ପାରୁନି ତ କେଉଁଠି ପାଇପ ସଂଯୋଗ ବିଚ୍ଛିନ୍ନ ରହିଛି। ଲୋକ ପାଣି ପାଇଁ ହାହାକାର ହେଉଛନ୍ତି। ପୁଣି ଛକ ସ୍ଥାନମାନଙ୍କରେ ଥିବା ନଳକୂଅ ଗୁଡ଼ିକର ଦୂରାବସ୍ଥା କହିଲେ ନ ସରେ।ତେଣୁ ଏହି ସବୁ ସମସ୍ୟାକୁ ଆଖିରେ ରଖି ଆଜି ଏହି ଅନୁଷ୍ଠାନ ତୃଷାର୍ତ୍ତକୁ ଜଳଦାନ କରିବା ପାଇଁ ଅଣ୍ଟା ଭିଡ଼ିଛି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୋଡଭଗା ଫାଣ୍ଡି ଅଧିକାରୀ ବାଲୁଙ୍କେଶ୍ୱର ନାଏକ, ସମ୍ମାନିତ ଅତିଥିଭାବେ ଭାବେ ଲରମ୍ଭା ମହାବିଦ୍ୟାଳୟର ଅଧ୍ୟାପକ ପ୍ରଦୀପ କୁମାର ପଣ୍ଡା, ମୁଖ୍ୟ ବକ୍ତା ଭାବେ ଡଃ ଅଜିତ କୁମାର ନାଥ, ସମ୍ମାନିତ ଅତିଥିଭାବେ ବିଶିଷ୍ଟ ସାହିତ୍ୟିକ ତଥା ସମାଜସେବୀ କୈଳାଶ ମହାରଣା, ସମାଜସେବୀ ସରୋଜ ନାୟକ, ଅନୁଷ୍ଠାନର ସଭାପତି ମୁକୁନ୍ଦ ଦାଶ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏହି ଜଳ ଛତ୍ର ପ୍ରକଳ୍ପ ପାଇଁ ବରଗଡ଼ର ଜଣାଶୁଣା ସମାଜସେବୀ ତଥା ମେହେର ମୋବାଇଲର ମୁଖ୍ୟ ରୁଷୀ ମେହେରଙ୍କ ସହଯୋଗରେ କରାଯାଇଥିଲା । ସମ୍ବାଦିକ ଉପେନ୍ଦ୍ର ପଣ୍ଡା ଓ ହୃଷିକେଶ ଖମାରୀ ତଥା ମାନ୍ୟଗଣ୍ୟ ବ୍ୟକ୍ତିମାନେ ଏଥିରେ ଯୋଗଦାନ କରିଥିଲେ।

- Advertisement -

ପ୍ରକାଶ ଥାଉକି, ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ଆଗାମୀ ଦିନରେ ୧୦ଟି ଜଳ ଛତ୍ର ଖୋଲାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ପାଣି ଦେବାପାଇଁ ଜଣେ ଯୁବକକୁ ଅନୁଷ୍ଠାନ ପକ୍ଷରୁ ଦାୟିତ୍ବ ନିର୍ବାହ କରିବା ପାଇଁ ମଧ୍ୟ ରଖାଯାଇଛି ।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories