ବ୍ରହ୍ମପୁର: ପ୍ରସିଦ୍ଧ ବୁଢିଠାକୁରାଣୀ ଯାତ୍ରା ଉପରେ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି। ମନ୍ଦିରର ଦୁଇଜଣ ପୂଜକ କରୋନା ସଂକ୍ରମିତ ଚିହ୍ନଟ ହେବାପରେ ଏହିଭଳି ପଦକ୍ଷେପ ନିଆଯାଇଛି। ସଂକ୍ରମିତ ଦୁଇ ପୂଜକଙ୍କୁ କ୍ୱାରାଣ୍ଟାଇନରେ ରଖାଯାଇଛି। ଏଥିସହିତ ଶ୍ରଦ୍ଧାଳୁଙ୍କର ମନ୍ଦିର ପ୍ରବେଶକୁ ନିଷେଧ କରାଯାଇଛି। ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ ମନ୍ଦିରର ପୂଜକ ଓ ଅନ୍ୟମାନଙ୍କୁ ମିଶାଇ ସର୍ବାଧିକ ୧୦ଜଣଙ୍କୁ ପ୍ରବେଶ ଅନୁମତି ମିଳିଛି। ସେମାନେ କୋଭିଡ କଟକଣା କଡାକଡି ଭାବେ ପାଳନ କରିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
ସୂଚନାଯୋଗ୍ୟ ଯେ ଗତ ୯ତାରିଖରେ ଠାକୁରାଣୀଙ୍କର ଘଟ ଆସି ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା। ତେବେ ତିନିଦିନ ପରେ ସେଠାରେ ପୂଜକ ସଂକ୍ରମିତ ବାହାରିବା ଘଟଣା ଶ୍ରଦ୍ଧାଳୁଙ୍କୁ ନିରାଶ କରିଛି। ପୂଜା ଚଳିତ ମାସ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ସେ ପର୍ଯ୍ୟନ୍ତ ସାମୟିକ ଭାବରେ ଶ୍ରଦ୍ଧାଳୁଙ୍କ ଦର୍ଶନ ଉପରେ ପ୍ରଶାସନ କଟକଣା ଜାରିକରିଛି। ଏଥିସହିତ ମନ୍ଦିର ଏବଂ ତତ୍ସଂଲଗ୍ନ ଅଞ୍ଚଳକୁ ସର୍ବସାଧାରଣଙ୍କ ପ୍ରବେଶ ଉପରେ ମଧ୍ୟ କଟକଣା ଜାରି ହୋଇଛି।
୨ କୋଭିଡ ସଂକ୍ରମିତ ଚିହ୍ନଟ ପରେ ଠାକୁରାଣୀ ଯାତ୍ରାରେ ଲାଗିଲା କଟକଣା: ସାଧାରଣ ଦର୍ଶନ ମନା
Popular Categories



