www.samajalive.in
Saturday, December 6, 2025
14.1 C
Bhubaneswar

ଓଡ଼ିଶାରେ ୧୭୮୪ ନୂଆ କୋଭିଡ ପଜିଟିଭ ଚିହ୍ନଟ: ୨ କୋଭିଡ ସଂକ୍ରମିତ ମୃତ

ଭୁବନେଶ୍ୱର: ମାଡିଚାଲିଛି କରୋନାର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ। କ୍ରମଶଃ ରାଜ୍ୟରେ ଜଟିଳ ହେବାରେ ଲାଗିଛି କରୋନାଜନିତ ପରିସ୍ଥିତି। ଅଧିକରୁ ଅଧିକ ଅଞ୍ଚଳକୁ ବ୍ୟାପିବାରେ ଲାଗିଛି ଏହି ମହାମାରୀ। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ନୂଆ ୧୭୮୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ନୂଆପଡା ଜିଲାରୁ ସର୍ବାଧିକ ୩୦୩ ଏବଂ ସୁନ୍ଦରଗଡରୁ ୨୪୨ ଜଣ କରୋନା ସଂକ୍ରମିତଙ୍କୁ ଏହି ସମୟରେ ଚିହ୍ନଟ କରାଯାଇଛି। ଏହି ସମୟରେ କରୋନା ସଂକ୍ରମିତ ହୋଇ ଦୁଇଜଣଙ୍କର ପ୍ରାଣହାନି ଘଟିଛି। ନୂଆ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରାଣ୍ଟାଇନରୁ ୧୦୩୫ ଓ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ୭୪୯ ରହିଛି।

ଏଥିସହିତ ଖୋର୍ଦ୍ଧାରୁ ୨୦୧, ସମ୍ବଲପୁର ୧୧୪, ବଲାଙ୍ଗିରରୁ ୯୧, ବରଗଡରୁ ୮୭, ଗଞ୍ଜାମ ୮୦, ବାଲେଶ୍ୱରରୁ ୭୨, କେନ୍ଦୁଝର ୫୨, ପୁରୀରୁ ୫୩ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏହାସହିତ କଳାହାଣ୍ଡିରୁ ୬୮, ନବରଙ୍ଗପୁର ୬୭, କଟକ ୫୯, ଯାଜପୁରରୁ ୩୩, ଭଦ୍ରକ ୩୦, ମୟୁରଭଞ୍ଜ ୨୭, ରାୟଗଡା ୨୫, ଅନୁଗୁଳ ୨୦, କେନ୍ଦ୍ରାପଡା ୧୮, ଗଜପତି ୧୬, ନୟାଗଡ ୧୪, କନ୍ଧମାଳ ୧୩, ଦେବଗଡରୁ ୧୨ ଜଣ ଚିହ୍ନଟ ହୋଇଛନ୍ତି। ଏହାବ୍ୟତୀତ ଷ୍ଟେଟପୁଲ୍‍ରୁ ୪୬ ଜଣଙ୍କୁ ଚିହ୍ନଟ କରାଯାଇଛି।  ଏହାଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୫୩,୦୮୬କୁ ବୃଦ୍ଧିପାଇଛି। ରାଜ୍ୟରେ ମୋଟ ୩,୪୦,୬୦୦ ଜଣ ସୁସ୍ଥ ହୋଇଥିବାେଳେ ୬୦୦ ସକ୍ରିୟ ସଂକ୍ରମଣ ସଂଖ୍ୟା ୧୦,୫୦୩ ରହିଛି।

- Advertisement -

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories