www.samajalive.in
Saturday, December 6, 2025
15.1 C
Bhubaneswar

ଦେଶରେ ୧.୬୧ ଲକ୍ଷ ନୂଆ ସଂକ୍ରମିତ: ୮୭୯ ମୃତ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧ ଲକ୍ଷ ୬୧ ହଜାର ୭୩୬ ଜଣ ନୂଆ କୋଭିଡ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏଥିସହିତ ଗୋଟିଏ ଦିନରେ କରୋନାରେ ଆକ୍ରାନ୍ତ ହୋଇ ୮୭୯ ଜଣଙ୍କର ମୃତ୍ୟୁ ଘଟିଛି। ଏହାଦ୍ୱାରା ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୩୬ ଲକ୍ଷ ୮୯ ହଜାର ୪୫୩କୁ ବୃଦ୍ଧିପାଇଛି। କରୋନାରେ ଆକ୍ରାନ୍ତ ହୋଇ ଏପର୍ଯ୍ୟନ୍ତ ମୋଟ ୧ ଲକ୍ଷ ୭୧ ହଜାର ୫୮ ଜଣଙ୍କର ମୃତ୍ୟୁ ଘଟିଲାଣି। ଦେଶରେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨,୬୪,୬୮୯ ରହିଛି ଏବଂ ୧,୨୨,୫୩,୬୯୭ ଜଣ ସୁସ୍ଥ ହୋଇସାରିଲେଣି। କୋଭିଡ ସଂକ୍ରମଣକୁ ରୋକିବା ସକାଶେ ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା ଟିକାକରଣ ଅଭିଯାନରେ ଏପର୍ଯ୍ୟନ୍ତ ୧୦,୮୫,୩୩,୦୮୫ ଡୋଜ ଟିକା ଦିଆଯାଇସାରିଛି।

ସମସ୍ତ ପ୍ରୟାସ ସତ୍ତେ୍ୱ ମହାରାଷ୍ଟ୍ରରେ କୋଭିଡ ସଂକ୍ରମଣ କ୍ରମଶଃ ନିୟନ୍ତ୍ରଣ ବାହାରକୁ ଯିବାରେ ଲାଗିଛି। ସେଥିପାଇଁ ସେଠାରେ ସଂପୂର୍ଣ୍ଣ ଲକ୍‍ଡାଉନ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ରାଜ୍ୟ ସରକାରଙ୍କ ସୂତ୍ରରୁ ଜଣାଯାଇଛି। ଅନୁରୂପ ଭାବରେ ଛତିଶଗଡ, ଝାଡଖଣ୍ଡ ଆଦି ରାଜ୍ୟରେ କରୋନା ତାହାର କାୟା ବିସ୍ତାର କରିବାରେ ଲାଗିଛି। ଅନେକ ସ୍ଥାନରେ ହସପିଟାଲରେ କରୋନା ସଂକ୍ରମିତଙ୍କ ପାଇଁ ସ୍ଥାନାଭାବ ଦେଖାଦେଇଛି। ମୁମ୍ବଇର ଲୀଳାବତୀ ହସପିଟାଲର ଲବିକୁ କୋଭିଡ ସଂକ୍ରମିତଙ୍କ ଚିକିତ୍ସା ପାଇଁ ଶଯ୍ୟା ପକାଇ ପ୍ରସ୍ତୁତ କରାଯାଇଛି। ଅନୁରୂପ ଭାବରେ ଅନେକ ସ୍ଥାନରେ ଶ୍ମଶାନରେ ମୃତକଙ୍କ ଶବ ସତ୍କାର କରିବାକୁ ମଧ୍ୟ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଥିବା ଦେଖିବାକୁ ମିଳିଛି।

- Advertisement -

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories