www.samajalive.in
Saturday, December 6, 2025
16.1 C
Bhubaneswar

ବାବ୍ରି ମସଜିଦ ମାମଲାର ଶୁଣାଣି କରିଥିବା ବିଚାରପତିଙ୍କୁ ଉପ ଲୋକାୟୁକ୍ତ କଲେ ଯୋଗୀ

ଲକ୍ଷ୍ନୌ: ବହୁ ଚର୍ଚ୍ଚିତ ବାବ୍ରି ମସଜିଦ ମାମଲାର ଶୁଣାଣି କରିଥିବା ଅବସରପ୍ରାପ୍ତ ବିଚାରପତି ସୁରେନ୍ଦ୍ର କୁମାର ଯାଦବଙ୍କୁ ଉପଲୋକାୟୁକ୍ତ ଭାବେ ନିଯୁକ୍ତ କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ରାଜ୍ୟର ଲୋକାୟୁକ୍ତ ଜଷ୍ଟିସ ସଞ୍ଜୟ ମିଶ୍ରା ଜଷ୍ଟିସ ସୁରେନ୍ଦ୍ର କୁମାରଙ୍କୁ ଉପଲୋକାୟୁକ୍ତ ଭାବେ ଶପଥ ଗ୍ରହଣ କରାଇଛନ୍ତି।

ଜଷ୍ଟିସ ସୁରେନ୍ଦ୍ରଙ୍କ ଘର ଜୌନପୁର ଅଞ୍ଚଳରେ। ୨୦୧୯ ସେପ୍ଟେମ୍ବର ୩୦ରେ ସେ ଲକ୍ଷ୍ନୌର ଜିଲା ଜଜ୍‌ ପଦବୀରୁ ଅବସର ଗ୍ରହଣ କରିଥିଲେ। କିନ୍ତୁ ସୁପ୍ରିମକୋର୍ଟଙ୍କ ଆଦେଶକ୍ରମେ ସେ ରାମ ଜନ୍ମଭୂମି ଏବଂ ବିବାଦୀୟ ଢାଞ୍ଚା ସ୍ଥିର କରିବା ଲାଗି ୨୦୨୦ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ସେ ଅବସର ଗ୍ରହଣ କରିବାର ଠିକ୍‌ ପୂର୍ବରୁ ୨୦୨୦ ସେପ୍ଟେମ୍ବର ୩୦ରେ ଏହି ମାମଲାରେ ନିଷ୍ପତ୍ତି ଶୁଣାଇଥିଲେ। ଏବେ ରାଜ୍ୟ ସରକାର ତାଙ୍କୁ ଉପ ଲୋକାୟୁକ୍ତ କରିଛନ୍ତି। ରାଜ୍ୟରେ ପୂର୍ବରୁ ଅନ୍ୟ ୨ ଜଣ ଉପଲୋକାୟୁକ୍ତ ନିଯୁକ୍ତ ହୋଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories