www.samajalive.in
Wednesday, December 10, 2025
26.1 C
Bhubaneswar

ପାଣି ପାଇଁ ଅଭିନବ ଢଙ୍ଗରେ ହରିବୋଲ ଦେଇ ପ୍ରତିବାଦ-ହେ ଲଡ଼ୁବାବା ତୁମେ ଜଳ ଦିଅ

ଶରଣକୂଳ: ଆଜି ନୟାଗଡ଼ ଜିଲ୍ଲା ଶରଣକୁଳ ପଂଚାୟତ ଅନ୍ତର୍ଗତ ବାଉଁଶିଆ ଗ୍ରାମବାସୀ ପାଣି ପାଇଁ ଅଭିନବ ଢଙ୍ଗରେ ହରିବୋଲ ଦେଇ ପ୍ରତିବାଦ ଜଣାଇଛନ୍ତି। ପୂର୍ବତନ ସମିତିସଭ୍ୟ କୃଷ୍ଣ ତ୍ରିପାଠୀ, ୱାର୍ଡ ସଭ୍ୟ ପ୍ରସନ ଦାସ, ମାନସ ଦାସ, ଗାଁ ସଭାପତି ତ୍ରିନାଥ ଦାସ, ଶ୍ରୀଧର ଦାସ, ବିପିନ ତ୍ରିପାଠୀ, ବାଳକୃଷ୍ଣ ତ୍ରିପାଠୀ, ବିନ ପ୍ରଧାନ, ବାପୁ ପ୍ରହରାଜ, କୁଳମଣି ଦାସ, ଭିକାରି ପାଢ଼ୀ, ଭଗବାନ ପାଢ଼ୀ, ପୁପୁନ, କୁମର, କଇରୀ, ବାବୁ, ପବନା ପ୍ରମୁଖ ଗାଁ ର ସମସ୍ତ ସମ୍ପ୍ରଦାୟ ଅଭିନବ ଢଙ୍ଗରେ ପାଣି ପାଇଁ ଦାବି ଜଣାଇ ଲଡ଼ୁବାବାଙ୍କ ପୀଠ ସମୁଖରେ ଏକତ୍ରିତ ହୋଇଥିଲେ. ହେ ଲଡ଼ୁବାବା ଆମକୁ ଜଳ ଦିଅ ବୋଲି ସ୍ଲୋଗାନ ଦେଇଥିଲେ। ପ୍ରଶାସନ ନିକଟରେ ଗୁହାରି କରି ଥକି ପଡିବା ପରେ ଗାଁ ଲୋକେ ଏଭଳି ପ୍ରତିବାଦ କରିବା ସହ ପାଣି ନ ମିଳିଲେ ପଂଚାୟତ ସମୁଖରେ ଗରା ହାଣ୍ଡି ଧରି ବସିବେ ବୋଲି ସଜବାଜ ହେଉଛନ୍ତି. ଏଠାରେ ପ୍ରକାଶ ଥାଉକି ଦୁଇଦିନ ତଳେ bdo, sdo ଓ jee ପ୍ରମୁଖ ଗାଁ ସମସ୍ୟା ଅନୁଧ୍ୟାନ କରି ଶୀଘ୍ର ପାଣି ଯୋଗାଇବା ପାଇଁ ପ୍ରତିଶୃତି ଦେଇଥିଲେ। ଗାଁ ପାଇଁ ସ୍ୱତନ୍ତ୍ର ପ୍ରକଳ୍ପ ଯୋଗେ ପାଣି ଯୋଗାଇବାକୁ ଗାଁ ଲୋକେ ନିବେଦନ କରିଛନ୍ତି. ଯେ ପର୍ଯ୍ୟନ୍ତ ସ୍ୱତନ୍ତ୍ର ପ୍ରକଳ୍ପ ହୋଇନାହିଁ ସେ ଯାଏଁ ବିକଳ୍ପ ସ୍ୱରୂପ ଗାଁ ର ଦୁଇପଟେ ଅନ୍ୟ ଗାଁ ପାଇଁ ହୋଇଥିବା ବସୁଧା ଯୋଜନା ରୁ ଜଳ ଯୋଗାଇବା ପାଇଁ ଦାବି ଜଣାଇଛନ୍ତି।

Hot this week

ଦିଲ୍ଲୀର ଅନେକ ସ୍କୁଲକୁ ବୋମା ଧମକ; ପିଲାଙ୍କୁ ଛୁଟି କରି ତନାଘନା ଜାରି

ସମାଜ ଡିଜିଟାଲ ଡେସ୍କ: ରାଜଧାନୀ ଦିଲ୍ଲୀର ଅନେକ ସ୍କୁଲକୁ ପୁଣି ଥରେ...

ସୁନ୍ଦର ଦେଶରେ ପୁରୁଷ ଅଭାବ: ମହିଳାମାନେ ଘଣ୍ଟା ପ୍ରତି ଭଡାରେ ନେଉଛନ୍ତି ସ୍ୱାମୀ

ରିଗା: ଭଡାରେ ମିଳୁଛନ୍ତି ପୁରୁଷ । ଟଙ୍କା ଦେଇ ୱେବସାଇଟରେ ପ୍ରଥମେ...

ଗୋଆ ଅଗ୍ନିକାଣ୍ଡ ଘଟଣାରେ ନାଇଟ୍ କ୍ଲବ୍ ମାଲିକ ଗିରଫ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

Related Articles

Popular Categories