www.samajalive.in
Wednesday, December 10, 2025
23.1 C
Bhubaneswar

ଭୁବନେଶ୍ଵରରେ ପ୍ରତିଷ୍ଠା ହେବ କ୍ୟାନସର ହସ୍‌ପିଟାଲ୍‌, ୩୪୦କୋଟି ଟଙ୍କା ଅନୁଦାନ ଦେବେ ସୁବ୍ରତ ବାଗଚୀ ଓ ସସ୍ମିତା ବାଗଚୀ

ଭୁବନେଶ୍ୱର: ଆଜି ରାଜ୍ୟ କ୍ୟାବିନେଟରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିଛି। ଭୁବନେଶ୍ୱରରେ ପ୍ରତିଷ୍ଠା ହେବ କ୍ୟାନସର ହସ୍ପିଟାଲ ଏବଂ ବାଗଚି-କରୁଣାଶ୍ରୟ ପାଲିଆକ୍ଟିଟିଭ କେୟାର ସେଣ୍ଟର । ବାଗଚି- ଶଙ୍କର କର୍କଟ ହସ୍ପିଟାଲ ଏବଂ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିବାବେଳେ କରୁଣାଶ୍ରାୟ ପାଲିଏଟିଭ କେୟାର ସେଣ୍ଟର ପ୍ରତିଷ୍ଠା ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ପ୍ରଦାନ କରାଯାଇଛି। ଏଥିପାଇଁ ସୁବ୍ରତ ବାଗଚୀ ଓ ସସ୍ମିତା ବାଗଚୀ ୩୪୦ କୋଟି ଟଙ୍କା ଅନୁଦାନ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ପାଲିଆକ୍ଟିଭ କେୟାର ସେଣ୍ଟର ପାଇଁ ରାଜ୍ୟ ସରକାର ମାଗଣାରେ ୨୦ ଏକର ଜମି ଯୋଗାଇଦେବେ। ଏହି ସେଣ୍ଟରରେ ରୋଗୀଙ୍କୁ ସଂପୂର୍ଣ୍ଣ ମାଗଣା ଚିକିତ୍ସା ମିଳିବ। ଏଥିପାଇଁ ୧୩୦ କୋଟି ଟଙ୍କା ଦେବେ ସୁବ୍ରତ ବାଗଚୀ ଏବଂ ପତ୍ନୀ ସୁସ୍ମିତା ବାଗଚୀ
ଭୁବନେଶ୍ୱରରେ ବାଗଚୀ- ଶ୍ରୀ ଶଙ୍କର କର୍କଟ ହସ୍ପିଟାଲ ପ୍ରତିଷ୍ଠାକୁ ମଞ୍ଜୁରୀ ମିଳିଛି। କ୍ୟାନସର ହସ୍ପିଟାଲ ପାଇଁ ସୁବ୍ରତ-ସୁସ୍ମିତା ବାଗଚୀ ଦେବେ ୨୧୦ କୋଟି ଟଙ୍କା। କ୍ୟାନସର ହସ୍ପିଟାଲ ପାଇଁ ଇନଫୋସିଟି-୨ରେ ରାଜ୍ୟ ସରକାର ୨୦ ଏକର ଜମି ଯୋଗାଇଦେବେ। ଜାନୁଆରୀ ୨୦୨୩ ସୁଦ୍ଧା ୨୫୦ ଶଯ୍ୟାରେ ଚିକିତ୍ସା ସୁବିଧା ମିଳିବ। ସଂପୂର୍ଣ୍ଣ ମାଗଣା ଚିକିତ୍ସା ପାଇଁ ୨୫ ପ୍ରତିଶତ ଶଯ୍ୟା ଅଲଗା ରଖାଯିବ।


ଆଜି କ୍ୟାନ୍ସର ହସ୍ପିଟାଲକୁ ମଞ୍ଜୁରୀ ମିଳିବା ନେଇ ସୁବ୍ରତ ବାଗଚୀ ଓ ସୁସ୍ମିତା ବାଗଚୀ ମିଳିତ ଭାବେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଓଡିଶା ମା ମାଟିକୁ କିଛି ଫେରାଇବାକୁ ଚାହିଁଲୁ, ତେଣୁ ବାଗଚୀ-ଶଙ୍କର କ୍ୟାନ୍ସର ହସ୍ପିଟାଲ ପାଇଁ ୨୩୦ କୋଟି ଟଙ୍କା ଦେବୁ। ସେହିପରି ବାଗଚୀ-ଶଙ୍କର କରୁଣାଶ୍ରୟ ପାଇଁ ୧୧୦ କୋଟି ଟଙ୍କା ଦେବୁ। ଦୁଇଟି ଅନୁଷ୍ଠାନ ଇନଫୋସିଟିରେ ୪୦ ଏକର ଜାଗାରେ ନିର୍ମାଣ ହେବ। କରୁଣାଶ୍ରୟରେ ପାଲିଏଟିଭ କେୟାର ବା କ୍ୟାନ୍ସର ରୋଗୀଙ୍କ ଶେଷ ଚିକିତ୍ସା କରାଯାଇପାରିବ।
ସୁବ୍ରତ ବାଗ୍‌ଚୀ କହିଛନ୍ତି ଯେ କ୍ୟାନ୍ସର ରୋଗୀଙ୍କ ଶେଷ ୧୪ ଦିନ ଖୁବ ଯନ୍ତ୍ରଣାଦାୟକ ହୋଇଥାଏ, ତେଣୁ ଏଠାରେ ସେମାନଙ୍କ ଚିକିତ୍ସା କରାଯିବ। ଭାରତରେ ଏଭଳି ଦୁଇଟି ବ୍ୟବସ୍ଥା କେଉଁଠି ନାହିଁ ଓ ୨୦୨୩ ସୁଦ୍ଧା ଦୁଇଟି ହସ୍ପିଟାଲ ତିଆରି ସରିବ। ରାଜ୍ୟ ସରକାର ସହଯୋଗ କରୁଥିବାରୁ ଆମେ କୃତଜ୍ଞ। ତେବେ ହସ୍ପିଟାଲ ସହ ଆମର କୌଣସି ବ୍ୟକ୍ତିଗତ/ବ୍ୟବସାୟିକ ସମ୍ପର୍କ ରହିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।

- Advertisement -

 

 

Hot this week

ଭାରତରେ ପ୍ରତିଦିନ ୫୨ଗର୍ଭବତୀ ମହିଳାଙ୍କ ମୃତ୍ୟୁ: ବିଶ୍ୱରେ ପ୍ରତି ୨ମିନିଟରେ ଜଣେ, କାରଣ କ’ଣ?

ସମାଜ ଡିଜିଟାଲ ଡେସ୍କ: ବିଶ୍ୱରେ ୨୦୨୩ ମସିହାରେ, ଗର୍ଭାବସ୍ଥା କିମ୍ବା ପ୍ରସବ...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣା; ଲୁଥ୍ରା ଭ୍ରାତାଙ୍କ ବିରୋଧରେ ବ୍ଲୁ କର୍ଣ୍ଣର ନୋଟିସ

ପାଣାଜୀ: ଗୋଆ ରାଜଧାନୀ ପାଣାଜୀସ୍ଥିତ ଏକ ନାଇଟ୍‌ କ୍ଲବରେ ଗତ ରବିବାର...

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

Related Articles

Popular Categories