www.samajalive.in
Sunday, December 14, 2025
19.1 C
Bhubaneswar

ବିବାହ ପ୍ରତିଶ୍ରୁତି ଦେଇ ୮ଲକ୍ଷ ଲୁଟିନେଲା ପ୍ରେମିକ

ଖଣ୍ଡଗିରି : ରାଜଧାନୀରେ ଜଣେ ମହିଳା ପ୍ରେମିକଙ୍କ ଠାରୁ ଧୋକ୍କା ପାଇବା ପରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ବିବାହର ପ୍ରତିଶ୍ରୁତି ଦେଇ ସମ୍ପର୍କ ରଖିବା ପରେ ଜଣେ ଯୁବକ ମହିଳାଙ୍କ ଠାରୁ ଟଙ୍କା ସୁନା ନେଇ ଫେରାର ହୋଇଛି। ବ୍ୟାଙ୍କରେ ଗାଡ଼ି ଲଗାଇ ମାସକୁ ୩୫ ହଜାର ଟଙ୍କା ମିଳିବାର ଲୋଭ ଦେଖାଇ ମହିଳାଙ୍କ ଠାରୁ ପ୍ରାୟ ୮ଲକ୍ଷ ଟଙ୍କା ନେଇଯାଇଥିବା ଜଣାପଡିଛି। ଏଭଳି ଘଟଣା ଘଟିଛି ଖଣ୍ଡଗିରି ଥାନା ଡୁମୁଡୁମାରେ। ଠକେଇର ସମ୍ମୁଖୀନ ହୋଇଥିବା ମହିଳା ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତିି। ଲୁଟ ସମ୍ମୁଖୀନ ହୋଇଥିବା ମହିଳା ଜଣକ ଖଣ୍ଡଗିରି ଥାନା ଡୁମାଡୁମା ଅଞ୍ଚଳର। ମହିଳା ଜଣକ ଥାନା ପରିସରରେ ମୋବାଇଲରେ ଥିବା ଫଟୋକୁ ଧରି କାନ୍ଦି କାନ୍ଦି ଏଭଳି ଠକ ଠାରୁ ଦୂରେଇ ରହିବାକୁ ଅନ୍ୟମାନଙ୍କୁ ନିବେଦନ କରିଥିଲେ। ସୂଚନା ମୁତାବକ ସ୍ୱାମୀଙ୍କ ମୃତ୍ୟୁ ପରେ ମହିଳା ଜଣଙ୍କ ଚାକିରି ଖୋଜୁଥିଲେ। ଏହି ସମୟରେ ସଞ୍ଜୟ ମଲ୍ଲିକ ଓରଫ ରାଜା ନାମକ ଜଣେ ଯୁବକ ତାଙ୍କୁ ଚାକିରି ଦେବାକୁ କହି ସମ୍ପର୍କ ଆରମ୍ଭ କରିଥିଲେ। ପରେ ସମ୍ପର୍କ ଭଲ ପାଇବା ଆଡ଼କୁ ଯିବା ସହ ବିବାହ ଆଡ଼କୁ କଥା ବଢିଥିଲା। ସୁନ୍ଦରଗଡ଼ରେ କୋଠାବାଡ଼ି ଅଛି, ତୁମକୁ ବିବାହ କରିବି ବୋଲି କହିଥିଲା। ଏପରିକି ଉଭୟ ୬ ମାସ ଏକାଠି ରହିଥିଲେ। ବ୍ୟାଙ୍କରେ ଗାଡ଼ି ଲଗାଇ ମାସକୁ ୩୫ ହଜାର ଟଙ୍କା ମିଳିବାର ଲୋଭ ଦେଖାଇଥିଲା। ଏ ନେଇ ୮ଲକ୍ଷ ଟଙ୍କା ଦରକାର ବୋଲି ମହିଳାଙ୍କୁ କହିଥିଲା। ମହିଳା ଜଣକ ରାଜାର କଥାକୁ ବିଶ୍ବାସ କରି ଟଙ୍କା ଦେଇଥିଲେ। ପରେ ସୁଯୋଗ ଦେଖି ରାଜା ମହିଳାଙ୍କ ଆକାଉଣ୍ଟରୁ ସମସ୍ତ ଟଙ୍କା ଓ ସୁନା ଅଳଙ୍କାର ନେଇ ଫେରାର ହୋଇଯାଇଥିଲେ। ପରେ ମହିଳା ଜଣଙ୍କ ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି। ଏକାଧିକ ମହିଳାକୁ ଏଭଳି ବିବାହର ପ୍ରତିଶ୍ରୁତି ଦେଇ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ନେଇ ରାଜା ବିରୋଧରେ ଅଭିଯୋଗ ହୋଇଛି। ଅଭିଯୋଗ ହେବାପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Hot this week

ମାଲକାନଗିରି ହିଂସା:୧୨ ଗିରଫ

ସମାଜ ଲାଇଭ ଡ଼େସ୍କ:ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories