www.samajalive.in
Sunday, December 14, 2025
17.1 C
Bhubaneswar

ନଭେମ୍ବର ୨୦ରେ ଦୀପିକା ଏବଂ ରଣବୀରଙ୍କ ବିବାହ!

ନୂଆଦିଲ୍ଲୀ : ବଲିଉଡ଼ ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ ଅଭିନେତା ରଣବୀର ସିଂହ ଚଳିତ ବର୍ଷ ନଭେମ୍ବର ୨୦ରେ ଇଟାଲିରେ ବିବାହ ବନ୍ଧନରେ ଆବଦ୍ଧ ହେବେ। ଫିଲ୍ମଫେୟାରର ଏକ ଖବରକୁ ଟ୍ୱିଟ୍‍ କରି ଅଭିନେତା କବିର ବେଦୀ ରଣବୀର ଏବଂ ଦୀପିକାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହାସହ ସେ ରଣବୀର ଏବଂ ଦୀପିକାଙ୍କ ଅଫିସିଆଲ ଟ୍ୱିଟ୍‍ର ଆକାଉଣ୍ଟକୁ ଟ୍ୟାଗ କରି ଭବିଷ୍ୟତ ପାଇଁ ଶୁଭକାମନା ଦେଇଛନ୍ତି।
ଫିଲ୍ମଫେୟାରର ଖବର ଅନୁସାରେ ଇଟାଲିର ଲେକ୍‍କୋମୋରେ ରଣବୀର ଏବଂ ଦୀପିକା ବିବାହ କରିବେ। ଦୀପବୀର ନାମରେ ଖ୍ୟାତ ଏହି ଯୋଡ଼ିଙ୍କ ବିବାହ ଚଳିତ ବର୍ଷ ନଭେମ୍ବର ୨୦ରେ ହେବ। ଗତ ୬ ବର୍ଷ ଧରି ଦୀପିକା ଏବଂ ରଣବୀର ଏକ ସମ୍ପର୍କରେ ଅଛନ୍ତି। କିନ୍ତୁ କେବେ ପଦାରେ ସେମାନେ ନିଜ ସମ୍ପର୍କକୁ ସ୍ୱୀକାର କରିନାହାନ୍ତି। ଏବେ କିଛି ଦିନ ହେବ ଉଭୟଙ୍କୁ ଏକସଙ୍ଗେ ଦେଖିବାକୁ ମିଳିଛି। ଦୀପିକା ଏବଂ ରଣବୀର ସାଙ୍ଗ ହୋଇ ପଦ୍ମାବତ, ଗୋଲିୟୋଂକେ ରାସଲୀଳା-ରାମଲୀଳା ଏବଂ ବାଜିରାଓ ମସ୍ତାନି ଭଳି ଚଳଚ୍ଚିତ୍ରରେ କାମ କରିଛନ୍ତି। ୩୦ ଜଣ ସମ୍ପର୍କୀୟଙ୍କ ଗହଣରେ ଇଟାଲିର ଦୀପବୀରଙ୍କ ବିବାହ ହେବ। ଏହାପରେ ଭାରତକୁ ଆସି ସେମାନେ ଏକ ଗ୍ରାଣ୍ଡପାର୍ଟି ଦେବେ ବୋଲି ଏଥିରେ ପ୍ରକାଶ ପାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories