www.samajalive.in
Saturday, December 6, 2025
26.1 C
Bhubaneswar

ଜେଲ୍‌ ଗଲେ ପୂର୍ବତନ ‘ମିସେସ୍‌ ୱାର୍ଲଡ୍‌’

କଲମ୍ବୋ: ‘ମିସେସ୍ ଶ୍ରୀଲଙ୍କା’ ଟାଇଟଲ୍‌ ବିଜୟିନୀ ପୁଷ୍ପିକା ଡି ସିଲଭାଙ୍କ ମୁଣ୍ଡରୁ ମୁକୁଟ କାଢ଼ିନେବା ମାମଲାରେ ୨୦୧୯ର ‘ମିସେସ୍‌ ୱର୍ଲଡ୍‌’ ଓ ପୂର୍ବର ‘ମିସେସ୍‌ ଶ୍ରୀଲଙ୍କା’ ମୁକୁଟ ବିଜେତା କ୍ୟାରୋଲିନ ଜୁରି ଗିରଫ ହୋଇଛନ୍ତି। ପୁଷ୍ପିକାଙ୍କୁ ଅପମାନିତ କରିବା ଓ ମୁକୁଟ କାଢ଼ିବା ସମୟରେ ସେ ଆହତ ହେବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। କ୍ୟାରୋଲିନ୍‌ଙ୍କ ସହଯୋଗୀ ତଥା ମଡେଲ ଚୁଲା ମାନମେନ୍ଦ୍ର ମଧ୍ୟ ସିନ୍ନାମେନ୍‌ ଗାର୍ଡନ୍‌ ପୁଲିସ ଦ୍ବାରା ଗିରଫ ହୋଇଛନ୍ତି। ଉତ୍ସବସ୍ଥଳ ନେଲୁମ ପୋକୁନା ମହିନ୍ଦା ରାଜପକ୍ଷେ ଥିଏଟରର ପେଣ୍ଡାଲ, ଡ୍ରେସିଂରୁମ୍‌ ଓ ଦର୍ପଣ ଆଦି କ୍ୟାରୋଲିନା ଓ ତାଙ୍କ ସହଯୋଗୀମାନେ ଭଙ୍ଗାରୁଜା କରିଥିବା ଅଭିଯୋଗ ମଧ୍ୟ ହୋଇଛି।

ଅପରପକ୍ଷରେ ଆହତ ପୁଷ୍ପିକା ଆବଶ୍ୟକ ଚିକିତ୍ସା ପରେ ଏବେ ସୁସ୍ଥ ଅଛନ୍ତି। ଘଟଣା ସମ୍ପର୍କରେ ସେ ପୁଲିସ ନିକଟରେ ଅଭିଯୋଗ କରିଥିଲେ; ତେବେ କ୍ୟାରୋଲିନା ଯଦି ସର୍ବସମ୍ମୁଖରେ କ୍ଷମାପ୍ରାର୍ଥନା କରନ୍ତି; ତେବେ ସେ ଅଭିଯୋଗ ପ୍ରତ୍ୟାହାର କରିନେବେ ବୋଲି ପୁଷ୍ପିକା ଗୁରୁବାର ଗଣମାଧ୍ୟମକୁ କହିଛନ୍ତି। କ୍ୟାରୋଲିନା ପୁଷ୍ପିକାଙ୍କ ଏଭଳି ପ୍ରସ୍ତାବକୁ ଅଗ୍ରାହ୍ୟ କରିଥିବାବେଳେ ସ୍ଥାନୀୟ ଅଦାଲତରେ ମାମଲାର ଶୁଣାଣି ଆସନ୍ତା ସପ୍ତାହକୁ ଧାର୍ୟ୍ୟ ହୋଇଛି। ରବିବାର କଲମ୍ବୋରେ ଆୟୋଜିତ ଉତ୍ସବରେ କ୍ୟାରୋଲିନ ଅପ୍ରତ୍ୟାଶିତ ଭାବେ ପୁଷ୍ପିକାଙ୍କ ମୁଣ୍ଡରୁ ମୁକୁଟ କାଢ଼ି ନେଇ ରନର୍ସ ଅପ୍‌ ହୋଇଥିବା ପ୍ରତିଦ୍ବନ୍ଦ୍ବୀଙ୍କୁ ମୁକୁଟ ପିନ୍ଧାଇଥିଲେ। ‘ପୁଷ୍ପିକା ଛାଡ଼ପତ୍ର ପାଇଥିବାରୁ ‘ମିସେସ୍ ଶ୍ରୀଲଙ୍କା’ ପ୍ରତିଦ୍ବନ୍ଦ୍ବିତା ପାଇଁ ଯୋଗ୍ୟା ନୁହନ୍ତି। ତାଙ୍କୁ ଏହି ଟାଇଟଲ ମିଳିପାରିବ ନାହିଁ ବୋଲି ସେ କହିଥିଲେ।’ ଏହି ଘଟଣା ଉପସ୍ଥିତ ଜନତାଙ୍କୁ ହତବାକ୍‌ କରିଦେଇଥିଲା। ପୁଷ୍ପିକା କାନ୍ଦିକାନ୍ଦି ଉତ୍ସବସ୍ଥଳ ଛାଡ଼ି ଚାଲି ଯାଇଥିଲେ। ସେ ଘଟଣାକୁ ଅନୁଚିତ୍ ଓ ଅପମାନଜନକ ବୋଲି ଦର୍ଶାଇଥିଲେ। ଏଭଳି ଅପମାନ ପାଇଁ ସେ ଆଇନର ଆଶ୍ରୟ ନେବେ ବୋଲି କହିଥିଲେ। ଅବଶ୍ୟ ପରେ ଆ​​‌େ​‌ୟାଜକ କାଲିଫର୍ଣ୍ଣିଆ କମ୍ପାନୀ ପୁଷ୍ପିକାଙ୍କୁ ପୁନର୍ବାର ଟାଇଟଲ୍‌ ପ୍ରଦାନ କରିଥିଲେ।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories