www.samajalive.in
Monday, December 15, 2025
27.1 C
Bhubaneswar

ପଣସ ଓ ଖିର ଏକାଠି ଖାଇବା ଦ୍ୱାରା ମୁହଁରେ ବିଭିନ୍ନ ପ୍ରକାରର ଧଳା ଦାଗ ସୃଷ୍ଟି ହୋଇଥାଏ

ପଣସକୁ ଉଭୟ ତରକାରୀ ଓ ଫଳ ଭାବେ ଖିଆଯାଏ। କଞ୍ଚା ଥିବା ଅବସ୍ଥାରେ ପଣସକୁ ତରକାରୀ ଭାବେ ପ୍ରସ୍ତୁତ କରାଯାଏ। ପାଚିବା ପରେ ତାହାକୁ ଫଳ ଭାବେ ଖିଆଯାଏ। ଏଥିରେ ପ୍ରଚୁର ମାତ୍ରାରେ ଭିଟାମିନ ଏ, ସି, ପୋଟାସିୟମ, କ୍ୟାଲସିୟମ ରହିଛି।
ମସଲା ବ୍ୟବହାର କରି ହୋଇଥିବା ଏହାର ବ୍ୟଞ୍ଜନକୁ ଖାଇବାକୁ ସଭିଁଙ୍କୁ ବେଶ ପସନ୍ଦ। ମାତ୍ର ଆପଣ ହୁଏତ ଜାଣି ନଥିବେ ପଣସ ଖାଇବା ପରେ କେଉଁ ଖାଦ୍ୟ ଖାଇବା ଉଚିତ ନୁହେଁ।
ପଣସ ତରକାରୀ ଖାଇବା ପରେ ଅମୃତଭଣ୍ଡା ଖାଇବା ଉଚିତ ନୁହେଁ। ଏହା ସ୍ୱାସ୍ଥ୍ୟ ପାଇଁ ଖୁବ ହାନିକାରକ ଅଟେ।
ଅମୃତଭଣ୍ଡା ଓ ପଣସକୁ ଏକାଠି ଖାଇବା ଦ୍ୱାରା ଶରୀରର ବିଭିନ୍ନ ସ୍ଥାନରେ ଦାଗ ସୃଷ୍ଟି ହୋଇଥାଏ।
ପଣସ ତରକାରୀ ଖାଇବା ପରେ ଭେଣ୍ଡି ମଧ୍ୟ ଖାଇବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ପେଟ ଯନ୍ତ୍ରଣା, କୋଷ୍ଠକାଠିନ୍ୟ, ବଦହଜମି ସମସ୍ୟା ସୃଷ୍ଟି ହୋଇଥାଏ।
ପଣସ ଓ ଖିର ଏକାଠି ଖାଇବା ଦ୍ୱାରା ମୁହଁରେ ବିଭିନ୍ନ ପ୍ରକାରର ଧଳା ଦାଗ ସୃଷ୍ଟି ହୋଇଥାଏ।
ଲେମ୍ବୁର ଚାହା –
ଭୋଜନ କରିବା ପରେ ଲେମ୍ବୁର ଚାହା ପିଇବା ଶରୀର ପାଇଁ ଲାଭଦାୟକ ହୋଇଥାଏ। ଏହା ଖାଦ୍ୟକୁ ହଜମ କରିବା ପାଇଁ ସାହାଯ୍ୟ କରିଥାଏ। ଲେମ୍ବୁ ଚାହା ଖାଦ୍ୟକୁ ହଜମ କରୁଥିବା ଏନଜାଇମକୁ ଠିକ ଭାବରେ କାର୍ୟ୍ୟକ୍ଷମ କରାଇଥାଏ। ଯାହା ଫଳରେ ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ।
ଦହିର ସେବନ –
ଦହିରେ ଖାଦ୍ୟକୁ ହଜମ କରିବାର ଉପଯୁକ୍ତ ପୋଷକ ତତ୍ତ୍ୱ ରହିଛି। ତେଣୁ ଦହି ଖାଇବା ମଧ୍ୟ ହିତକାରକ ଅଟେ।
ଖାଇବା ପରେ ଏହି କଥା ପ୍ରତି ଧ୍ୟାନ ଦିଅନ୍ତୁ-
ଖାଦ୍ୟ ଖାଇବା ପରେ କିଛି ସମୟ ଆରାମ କରିବା ମଧ୍ୟ ଆବଶ୍ୟକ ଅଟେ।
ଭୋଜନ କରିବା ପରେ ତୁରନ୍ତ ବ୍ୟାୟାମ କରିବା ଉଚିତ ନୁହେଁ।
ଖାଦ୍ୟ ଖାଇବା ପରେ ସଙ୍ଗେ ସଙ୍ଗେ ପାଣି ପିଅନ୍ତୁ ନାହିଁ। ଅଧ ଘଣ୍ଟା କିମ୍ବା ୧ଘଣ୍ଟା ପରେ ପାଣି ପିଅନ୍ତୁ।

Hot this week

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

Related Articles

Popular Categories