www.samajalive.in
Sunday, December 14, 2025
14.1 C
Bhubaneswar

ଘରେ ରଖନ୍ତୁ ଏସବୁ ଗଛ

ଏଇ ନିକଟରେ ସେଣ୍ଟ୍ରାଲ୍ ପଲ୍ୟୁସନ୍ କଣ୍ଟରୋଲ୍ ‘ଗୁରୁଗାଓଁ’କୁ ଭାରତର ସବୁଠୁ ପ୍ରଦୂଷିତ ସହର ଭାବେ ଘୋଷଣା କରିଛି। ମୋଟ୍ ୬୨ଟି ସହରର ଗୁଣବତ୍ତା ଏଥିରେ ସାମିଲ ହୋଇଥିଲା କିନ୍ତୁ ଗୁରଗାଓଁର ଚାକଚକ୍ୟ ଯେଉଁ ଅନୁସାରେ ବଢ଼ିଚାଲିଛି, ପ୍ରଦୂଷଣ ମଧ୍ୟ ସେହିଭଳି ହେଉଛି।

ବିଶେଷଜ୍ଞଙ୍କ ମତରେ ଏଠାରେ ବାୟୁ ପ୍ରଦୂଷଣ କେବଳ ଘର ବାହାରେ ନୁହେଁ, ବରଂ ଘର ଭିତରେ ମଧ୍ୟ ସର୍ବାଧିକ। ଏଣୁ ଦିଲ୍ଲୀ ଓ ଗୁରଗାଓଁର ଲୋକେ ଏ ଦିଗପ୍ରତି ସଚେତନ ହେବା ସହ ଘର ଭିତରେ ଘି-କୁଆଁରୀ ଗଛ, ମନି-ପ୍ଲାଣ୍ଟ ଗଛ ଲଗାଇବା ଖୁବ୍ ଭଲ। ଏସବୁ ଔଷଧୀୟ ଗଛ ଆମ ଚତୁଃପାର୍ଶ୍ବରେ ଥିବା ଅଙ୍ଗାରକାମ୍ଳକୁ ଅମ୍ଳଜାନରେ ରୂପାନ୍ତର କରିଥାଏ।

- Advertisement -

ବିଭିନ୍ନ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଜଣେ ବ୍ୟକ୍ତି ପ୍ରତି ଘଣ୍ଟାରେ ୫୦ଲିଟର ଅମ୍ଳଜାନ ଆବଶ୍ୟକ କରିଥାଏ। ଏଣୁ ଏହା ପାଇବାର ସବୁଠୁ ସରଳ ଓ ସହଜ ଉତ୍ତମ ହେଉଛି ଘରର କୌଣସି କୋଣରେ ଏସବୁ ଔଷଧୀୟ ଗଛର କୁଣ୍ଡ ରଖିବା।

ଘି-କୁଆଁରୀ ଗଛ ଆମ ଚାରିପାଖର ପରିବେଶକୁ ଉତ୍ତମ କରିବା ସହ ତ୍ବଚା ଉପରେ ଭଲ ପ୍ରଭାବ ପକାଇଥାଏ। ଏହା ସହ ଏହି ଗଛ ବେଶୀ ପାଣିର ଆବଶ୍ୟକତା କରେନାହିଁ।

ଅନ୍ୟ ଏକ ବୃକ୍ଷ ହେଉଛି ‘ଏରୋକା ପାମ୍’। ଏହି ଗଛ ମଧ୍ୟ ବାଲକୋନିରେ ରହିଲେ ସୁନ୍ଦର ଦେଖାଯିବା ସହ ଆମ ପରିବେଶ ପାଇଁ ଖୁବ୍ ଉପକାରୀ।

ଘର ଚାରିପାଖରେ ମାଟି ଜାଗା ଥିଲେ ସେଠାରେ ଦେବଦାରୁ ଗଛ ଲଗାଇବା ଉତ୍ତମ ବୋଲି ବିଶେଷଜ୍ଞଙ୍କ ମତ। ଏହି ଗଛକୁ ଅଧିକ ଦେଖାରଖା କରିବାର ଆବଶ୍ୟକତା ନଥାଏ। ଦେବଦାରୁ ଗଛର ବିଶେଷତ୍ବ ହେଲା ଯେ ଏହା ରାତିରେ ମଧ୍ୟ ଅମ୍ଳଜାନ ପ୍ରଦାନ କରେ।

‘ସ୍ନେକ୍ ପ୍ଲାଣ୍ଟ’ ଗଛକୁ ମଧ୍ୟ ଘରର ଯେ କୌଣସି କୋଣରେ ରଖିହେବ। ଖୁବ୍ କମ୍ ସୂର୍ୟ୍ୟକିରଣ ଓ ପାଣି ଦେଲେ ମଧ୍ୟ ଏହି ଗଛ ଶୀଘ୍ର ବଢ଼ିଥାଏ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories