www.samajalive.in
Monday, December 15, 2025
27.1 C
Bhubaneswar

ରାଷ୍ଟ୍ରପତି ପୁଲିସ ପଦକ ପାଇଁ ଓଡିଶାରୁ ୨୯ ମନୋନୀତ

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ଅବସରରେ ଓଡ଼ିଶାର ବିଭିନ୍ନ କ୍ୟାଡର ୨୯ ଜଣ ପୁଲିସ ଅଧିକାରୀଙ୍କୁ ପୁଲିସ ପଦକ ମିଳିବ । ଏନେଇ ମଙ୍ଗଳବାର ଗୃହ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି। ଉଲ୍ଲେଖନୀୟ ସେବା ପାଇଁ ଭୁବନେଶ୍ୱରସ୍ଥିତ ଇଓଡବ୍ଲ୍ୟୁର ଦୁଇ ଜଣ ଅତିରିକ୍ତ ଏସପି ସରୋଜ କୁମାର ରଥ ଓ ଶିବରଞ୍ଜନ ମହାନ୍ତିଙ୍କୁ ରାଷ୍ଟ୍ରପତି ପୁଲିସ ପଦକ ପାଇଁ ମନୋନୀତ କରାଯାଇଛି। ସେହିପରି ଭିଜିଲାନ୍ସ କଟକ ଅତିରିକ୍ତ ଏସପି ଏମ.ରାଧାକୃଷ୍ଣ ଓ ଭିଜିଲାନ୍ସ କଟକ ଶାଖା ସବ୍‌ ଇନସପକ୍ଟର ରମେଶ ଚନ୍ଦ୍ର ନାୟକଙ୍କୁ ମଧ୍ୟ ରାଷ୍ଟ୍ରପତି ପୁଲିସ ପଦକ ମିଳିବ ।

ଚଳିତ ବର୍ଷ ସାହସିକତା ପୁରସ୍କାର ପାଇଁ ନିରଞ୍ଜନ ସାହୁ, ଉମେଶ କୁମାର ସିଂହ, ହରିବନ୍ଧୁ ତୀରମାନୀ, ଭୀଷ୍ମ କାରଓ୍ଵାନ, ସାମନ୍ତ ମାଝି, ଅଜୟ ବେହେରା, ଜ୍ୟୋତିକୁମାର କିରୋ, ସୌମ୍ୟରଞ୍ଜନ ଦାଶ, ଧନେଶ୍ୱର ମାଝି ଓ ଭକ୍ତପ୍ରିୟ ସାହୁଙ୍କୁ ମନୋନୀତ କରାଯାଇଛି । ସେହିପରି ଉତ୍ତମ ସେବା ପାଇଁ ଉଦୟ କୁମାର ରଥ, ମୋହନ ପଟେଲ, ଚନ୍ଦ୍ରଶେଖର ପାତ୍ର, ଟଙ୍କଧର ପ୍ରଧାନ, ବିଜୟ କୁମାର ସାହୁ, ରାଧାବିନୋଦ ପାଣିଗ୍ରାହୀ, ଉଦୟ ଭାନୁ ମିଶ୍ର, ବୃନ୍ଦାବନ ଘଡ଼େଇ, ରବୀନ୍ଦ୍ର କୁମାର ପଣ୍ଡା ଓ ମୋହିତ କୁମାର ମଲ୍ଲିକଙ୍କୁ ପୁଲିସ ପଦକ ମିଳିବ ବୋଲି ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ ପ୍ରକାଶ ପାଇଛି।

Hot this week

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

Related Articles

Popular Categories