www.samajalive.in
Sunday, December 7, 2025
26.1 C
Bhubaneswar

ପଣସୁଧାଗୋଷ୍ଠୀ ସଂଘର୍ଷ ଓ ପୁଲିସ ଭ୍ୟାନ୍ ପୋଡ଼ି ଘଟଣା…

ବାଲିଚନ୍ଦ୍ରପୁର : ବାଲିଚନ୍ଦ୍ରପୁର ଥାନା ପଣସୁଧା ମାତାମଠ ନିକଟସ୍ଥ ବଜାରରେ ଗତ ମାର୍ଚ୍ଚ ୬ ତାରିଖରେ ଘଟିଥିବା ପୁଲିସ ଭ୍ୟାନ୍ ପୋଡ଼ି ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶିକ୍ଷକ ବସନ୍ତରାଜ ସାମଲ ଓରଫ ମିଟୁଙ୍କୁ ସୋମବାର ଚାକିରୀରୁ ନିଲମ୍ବିତ କରାଯାଇଛି।  ବଡଚଣା ମଣ୍ଡଳ ଶିକ୍ଷାଧିକାରୀ ହରିହର ଦଳାଇ ତାଙ୍କୁ ଶିକ୍ଷକତା କାର୍ଯ୍ୟରୁ ନିଲମ୍ବିତ କରିଥିବା  ନେଇ ତାଙ୍କ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୭୧୬ ମାଧ୍ୟମରେ ଜଣାଇଛନ୍ତି। ଶିକ୍ଷକତା କରିବା ସହ ଗୋଷ୍ଠି ସଂଘର୍ଷରେ ସଂପୃକ୍ତ ରହି ପୁଲିସ୍ ଭ୍ୟାନ୍ ପୋଡି ଘଟଣାର ମୁଖ୍ୟ ଅଭିଯୁକ୍ତ ଥିବା ବସନ୍ତରାଜଙ୍କୁ ଚାକିରୀରୁ ବହିସ୍କାର ଲାଗି ପୂର୍ବରୁ ବିରୋଧି ବିଜେପି ଓ କଂଗ୍ରେସ ଦାବି କରିଆସୁଥିଲେ। ବସନ୍ତରାଜଙ୍କ ନିଲମ୍ବନ ବିଳମ୍ବ ହେବା ଦେଖି ବଡଚଣା ବିଜେପି ପକ୍ଷରୁ  ଯାଜପୁର ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ଚେତାବନୀ ଦିଆଯାଇଥିଲା। ବିଜେପି ଦଳ ପକ୍ଷରୁ ଦିଆଯାଇଥିବା କଣ୍ଟ ପୁରିବା ପୁର୍ବରୁ ସୋମବାର ବସନ୍ତରାଜଙ୍କୁ ନିଲମ୍ବିତ କରାଯାଇଛି।  ସରକାରୀ ଚାକିରୀ କରି ସରକାରୀ ନିୟମାବଳିକୁ ଅନୁପାଳନ ନକରିବା ସହ ଓ.ସି.ଏସ (ସିସିଏ)ର ସବ୍ରୁଲ୍-୧୨ ଓ ୧୯୬୨ ସରକାରୀ ସର୍ଭିସ୍ ରୁଲ୍ କୁ ବସନ୍ତରାଜ ଉଲଂଘନ କରିଥିବା ନେଇ ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ନିର୍ଦ୍ଦେଶାନାମାରେ ଦର୍ଶାଯାଇଛି। କଳାଶ୍ରୀ ଗୋପାଳପୁର ନୋଡାଲ ୟୁପି ସ୍କୁଲରେ ସହକାରୀ ଶିକ୍ଷକ ଭାବରେ କାର୍ଯ୍ୟକରୁଥିବା ବସନ୍ତରାଜଙ୍କ ନାମରେ ପୁଲିସ ଭ୍ୟାନ୍ ପୋଡି ଭଳି ସଙ୍ଗିନ୍ ମାମଲା ରହିଥିବା ନେଇ ଗତ ମାର୍ଚ୍ଚ ୨୨ତାରିଖରେ ବାଲିଚନ୍ଦ୍ରପୁର ଥାନାଧିକାରୀ ସୁକାନ୍ତ କୁମାର ପାତ୍ର ପତ୍ର ସଂଖ୍ୟା ୪୬୩ ମାଧ୍ୟମରେ ଯାଜପୁର ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଅବଗତ କରାଇଥିଲୋ। ଥାନା ପକ୍ଷରୁ ଦିଆଯାଇଥିବା ପତ୍ର ଅନୁଯାୟୀ ବଡଚଣା ମଣ୍ଡଳ ଶିକ୍ଷାଧିକାରୀ ବସନ୍ତରାଜଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରିଥିବା ଦର୍ଶାଯାଇଛି। ନିଲମ୍ବନ ସମୟରେ ସେ ବାଲିଚନ୍ଦ୍ରପୁର ପଞ୍ଚାୟତ ସ୍ଥିତ ରୁକୁଟିପାଟ ଉନ୍ନିତ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଯୋଗ ଦେବେ। ପରବର୍ତ୍ତୀ ନିର୍ଦେଶ ପର୍ଯ୍ୟନ୍ତ ମଣ୍ଡଳ ଶିକ୍ଷାଧିକାରୀଙ୍କ ବିନା ଅନୁମତିରେ ସେ ଅନ୍ୟ କୌଣସି ସ୍ଥାନକୁ ଯାଇ ପାରିବେ ନାହିଁ  ଚିଠିରେ ଉଲ୍ଲେଖ ରହିଛି।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories