www.samajalive.in
Sunday, December 14, 2025
23.1 C
Bhubaneswar

ପିପିଲି ଉପନିର୍ବାଚନର ସମୀକ୍ଷା କଲେ ଆରକ୍ଷୀ ମହାନିର୍ଦ୍ଦେଶକ

ଆସନ୍ତା ଅପ୍ରେଲ୍‍ ୧୭ ତାରିଖରେ ପିପିଲି ନିର୍ବାଚନ ମଣ୍ଡଳୀରେ ଉପ-ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାରୁ ଆଜି ପୂର୍ବାହ୍ନରେ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ରାଜ୍ୟ ପୋଲିସ୍‍ ମୁଖ୍ୟ କାର୍ଯ୍ୟାଳୟଠାରେ ଭିଡିଓ କନ୍‍ଫରେନ୍ସ ଜରିଆରେ ପିପିଲି ଉପ-ନିର୍ବାଚନ ସଂକ୍ରାନ୍ତରେ ଡିଜିପି ବରିଷ୍ଠ ପୋଲିସ୍‍ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ନିର୍ବାଚନକୁ ଅବାଧ, ସ୍ୱଚ୍ଛ, ନିରପେକ୍ଷ ଏବଂ ଶାନ୍ତିଶୃଙ୍ଖଳାର ସହ ସମାପ୍ତ କରିବା ଉପରେ ଡିଜିପି ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ବେଳେ ନିର୍ବାଚନ ଆୟୋଗଙ୍କ ନିୟମାନୁଯାୟୀ ଆଦର୍ଶ ଆଚରଣ ବିଧି, କୋଭିଡ୍‍ ନିୟମର ଅନୁପାଳନ ସଂକ୍ରାନ୍ତରେ ବିଶଦ୍‍ ଭାବେ ଆଲୋଚନା କରିଥିଲେ। ଏହାସହ ନିର୍ବାଚନ ସମୟରେ ଦଳୀୟ କର୍ମୀଙ୍କ ପ୍ରଚାର, ଭୋଟଦାନ ଏବଂ ଭୋଟ ଗଣତି ସମୟରେ ପୋଲିସ୍‍ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ହୋଇଥିଲା। ନିର୍ବାଚନମଣ୍ଡଳୀକୁ ଭିଆଇପି/ଭିଭିଆଇପିଙ୍କ ଗସ୍ତ ସମୟରେ ପୋଲିସ୍‍ର କାର୍ଯ୍ୟ ସଂକ୍ରାନ୍ତରେ ବୈଠକରେ ସବିଶେଷ ଆଲୋଚନା ହୋଇଥିଲା।

- Advertisement -

୧୧୦/୧୦୭ ସିଆର୍‍ପିସିରେ ସମ୍ପୃକ୍ତ ଥିବା ଅପରାଧୀ, ବେଆଇନ୍‍ ଭାବେ ରଖିଥିବା ମାରଣାସ୍ତ୍ର, ନିର୍ବାଚନ ସମୟରେ ଚୋରା ମଦ କାରବାର ଉପରେ ରୋକ୍‍ ଏବଂ ଜାମିନ୍‍ ବିହୀନ ପରୱାନା ଅପରାଧୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡିଜିପି ନିର୍ଦ୍ଦେଶ ଦେଇଥିଲେ। ଏହି ଅବସରରେ ଅତିରିକ୍ତ ଡିଜିପି ଯଶୋବନ୍ତ କୁମାର ଜେଠୱା ନିର୍ବାଚନ ସଂକ୍ରାନ୍ତୀୟ ସମସ୍ତ କାର୍ଯ୍ୟକ୍ରମ ଓ ଯୋଜନା ସଂକ୍ରାନ୍ତରେ ସମୀକ୍ଷା କରିଥିଲେ। ନିର୍ବାଚନ ମଣ୍ଡଳୀରେ ମୁତୟନ ହେବାକୁ ଥିବା ମୋବାଇଲ୍‍ ସ୍କାର୍ଡ, ଫ୍ଲାଇଂ ସ୍କାର୍ଡ ଏବଂ ନାକା ବନ୍ଦୀ ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ। ଗୋଇନ୍ଦା ନିର୍ଦ୍ଦେଶକ ଉପ-ନିର୍ବାଚନ ସଂକ୍ରାନ୍ତୀୟ ବିଭିନ୍ନ ତଥ୍ୟ ସମ୍ପର୍କରେ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ସହ ଆଲୋଚନା କରିଥିଲେ।

ଏହାବ୍ୟତୀତ ନିର୍ବାଚନ ପ୍ରଚାର କରିବା ଉଦ୍ଦେଶ୍ୟରେ ନିର୍ବାଚନମଣ୍ଡଳୀକୁ ଭିଆଇପି/ଭିଭିଆଇପିଙ୍କ ଆଗମନ, ନିର୍ବାଚନ ସମ୍ପର୍କିତ ସମସ୍ତ ମାମଲାର ତୁରନ୍ତ ପଦକ୍ଷେପ ଏବଂ ନିର୍ବାଚନମଣ୍ଡଳୀର ସମ୍ବେଦନଶୀଳ ବୁଥ୍‍ ଏବଂ ସେହି ଅନୁଯାୟୀ ପୋଲିସ୍‍ର ସୁରକ୍ଷା ବ୍ୟବସ୍ଥା ମଧ୍ୟ ଆଲୋଚନାରେ ସ୍ଥାନ ପାଇଥିଲା। କନ୍‍ଫରେନ୍ସରେ ଡିଆଇଜି, କେନ୍ଦ୍ରୀୟ ରେଂଜ,କଟକ, ପୁରୀ ଏସ୍‍ପି ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories