www.samajalive.in
Friday, December 12, 2025
14.1 C
Bhubaneswar

ଦିନ ଦ୍ୱିପ୍ରହରରେ ବନ୍ଧୁକ ମୁନରେ ବାଇକ୍ ଲୁଟ୍ ; ଚାଳକ ଆହତ  

ରେଙ୍ଗାଲି : ରେଙ୍ଗାଲି ନିକଟସ୍ଥ ସାଲେପଡା ଗ୍ରାମର ଦେବେନ୍ଦ୍ର ଓରାମ ନାମକ ଜନୈକ ଯୁବକ ଆଜି ତାଙ୍କ ହୋଣ୍ଡା ସାଇନ୍ ବାଇକରେ ଲଖନପୁର ଅଞ୍ଚଳକୁ ଯାଉଥିଲେ। ଦିନ ପ୍ରାୟ ୧୧ଟା ସମୟରେ ସାଳଡ ଗ୍ରାମର ଅନତି ଦୂରତାରେ ଥିବା ଛକ ପାଖରେ ତାଙ୍କୁ ୩ଜଣ ଯୁବକ ଏକ ବାଇକ୍ ରେ ପିଛା କରି ବାଇକ୍ ଅଟକାଇବାକୁ ଧମକ ଦେଇଥିଲେ। ଏହାପରେ ସେମାନେ ଦେବେନ୍ଦ୍ରକୁ ବନ୍ଧୁକ ଦେଖାଇ ଭୟଭୀତ କରିବା ସହିତ ବନ୍ଧୁକର ପଛ ଭାଗରେ ଦେବେନ୍ଦ୍ରର ମୁଣ୍ଡରେ ଅଘାତ ଦେଇ ବାଇକ୍ ଲୁଟି ନେଇ ଘଟଣାସ୍ଥଳରୁ ଫେରାର୍ ହୋଇ ଯାଇଥିଲେ ବୋଲି ଦେବେନ୍ଦ୍ର ଓରାମ ଅଭିଯୋଗ କରିଛନ୍ତି। ମୁଣ୍ଡରେ ଅଘାତ ଲାଗି ଥିବାରୁ ଦେବେନ୍ଦ୍ର ରେଙ୍ଗାଲି ଡାକ୍ତରଖାନାରେ ନିଜର ପ୍ରାଥମିକ ଚିକିତ୍ସା କରାଇଥିଲେ।  ତେବେ ଥାନା ଅଧିକାରୀ ଧବଲେଶ୍ୱର ସାହୁ ଙ୍କୁ ପଚରା ଯିବାରୁ ଦିନ ୧୧ ଟାରେ ବାଇକ୍ ଲୁଟ୍ ହୋଇଥିଲେ ମଧ୍ୟ ଥାନାରେ ଏସଂକ୍ରାନ୍ତରେ ଏପର୍ଯ୍ୟନ୍ତ କୌଣସି ଲିଖିତ ଅଭିଯୋଗ ହୋଇ ନାହିଁ । ଅଭିଯୋଗ ଆସିଲେ ଘଟଣାର ତଦନ୍ତ କରାଯିବ ବୋଲି ଶ୍ରୀ ସାହୁ ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି।

Hot this week

ଜାନୁଆରୀ ୩୧ ରୁ ଓସିଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା...

ସଜାଡ଼ିବାକୁ ଉଦ୍ୟମ : ମୋକିମ୍‌

କଟକ : ବାରବାଟୀ କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ...

ଓଡ଼ିଶା ହେବ ଜବରଦଖଲମୁକ୍ତ

ଭୁବନେଶ୍ବର: ଓଡ଼ିଶାକୁ ଜବରଦଖଲମୁକ୍ତ କରିବାକୁ ରାଜସ୍ବ ବିଭାଗ ଅଣ୍ଟା ଭିଡ଼ିଛି। ବିଭାଗସ୍ତରରେ...

୬ ରାଜ୍ୟରେ ଏସ୍‌ଆଇଆର୍‌ ସମୟସୀମା ବୃଦ୍ଧି

ନୂଆଦିଲ୍ଲୀ: ନିର୍ବାଚନ କମିଶନ (ଇସି)ଙ୍କ ତରଫରୁ ଗୁରୁବାର ପାଞ୍ଚ ରାଜ୍ୟ ଓ...

କଂଗ୍ରେସ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା

ଭୁବନେଶ୍ବର : ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ ନେଇ ରାଜ୍ୟ...

Related Articles

Popular Categories