www.samajalive.in
Sunday, December 14, 2025
23.1 C
Bhubaneswar

ସ୍କୁଲ ଫି ପାଇଁ ଘରୋଇ ସ୍କୁଲ ପିଲାଙ୍କୁ ପାଠପଢ଼ା, ପରୀକ୍ଷା, କ୍ଲାସ ପ୍ରମୋସନ ଓ ପ୍ରୋଗ୍ରେସ ରିପୋର୍ଟରୁ ବଞ୍ଚିତ କରିବା

ଭୁବନେଶ୍ୱର : କରୋନା  ମହାମାରୀ ସମୟରେ ଘରୋଇ ସ୍କୁଲରେ ଫି ଆଦାୟ ସଂକ୍ରାନ୍ତୀୟ ନିର୍ଦେଶକୁ ରାଜ୍ୟର ଘରୋଇ ସ୍କୁଲମାନେ ମାନୁନାହାନ୍ତି l କୌଣସି ପିଲାକୁ ଫି ଆଦାୟକୁ ନେଇ ପାଠ ପଢ଼ା କିମ୍ବା ପରୀକ୍ଷାରୁ କୌଣସି ସ୍କୁଲ ବଞ୍ଚିତ କରି ପାରିବେ ନାହିଁ କି ପ୍ରୋଗ୍ରେସ ରିପୋର୍ଟରୁ ମଧ୍ୟ ବଞ୍ଚିତ କରିପାରିବେ ନାହିଁ l ଏହା ପିଲାଙ୍କ ଶିକ୍ଷା ଅଧିକାର ଓ ଅଭିଭାବକ ମାନଙ୍କର ମାନବାଧିକାର ମଧ୍ୟ କ୍ଷୁର୍ଣ୍ଣ ହେଉଛି l ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶରେ ହୋଇଥିବା ଏମଓୟୁ ଅନୁଯାଇ ରାଜ୍ୟ ସରକାରଙ୍କ ଆଦେଶର ସଠିକ କାର୍ଯ୍ୟକାରୀ ନକରି ସ୍କୁଲ ମାନେ ପିଲାକୁ ଫି ଆଦାୟ ପାଇଁ ମାନସିକ ନିର୍ଯାତନା ଓ ହଇରାଣ ହରକତକୁ ଓଡିଶା ଅଭିଭାବକ ମହାସଂଘ ଦୃଢ଼ ନିନ୍ଦା କରିଛି l

ଏହି ପରିପ୍ରେକ୍ଷୀରେ ମହାସଙ୍ଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ଚିଠି ଲେଖି ତାଙ୍କର ତୁରନ୍ତ ହସ୍ତକ୍ଷେପ ପାଇ ଦାବୀ ଜଣାଇଛି l ଫି ଆଦାୟକୁ ନେଇ ଉଚ୍ଚତମ ନ୍ୟାୟାଳୟର ରାୟକୁ ଆଇନ ପରାମର୍ଶ ପାଇଁ ଆଡ଼ଭୋକେଟ ଜେନେରାଲଙ୍କୁ ଦିଆଯାଇଛି l ତେଣୁ ସରକାର ଏ ସଂକ୍ରାନ୍ତରେ ପୁଣି ଆଉ ଏକ ଅଧ୍ୟାଦେଶ ଆଣିପାରନ୍ତି l ଏହି ସମୟକୁ ଏକ ସୁବର୍ଣ୍ଣ ସୁଯୋଗ ଅନୁଭବ କରି ଘରୋଇ ସ୍କୁଲ ମାନେ ପିଲା ପାଠ ପଢୁଥିବା ମୋବାଇଲ ନମ୍ବରରେ ଅଭିଭାବକ ମାନଙ୍କୁ ସମ୍ପୂର୍ଣ୍ଣ ପଇସା, କିଛି ସ୍କୁଲ ଏ ବର୍ଷ ବର୍ଦ୍ଧିତ ହାରରେ ପଇସା ଦେବା ପାଇଁ ବାରମ୍ବାର ଆପତ୍ତିଜନକ ମନ୍ତବ୍ୟ ସହିତ ପଇସା ଡିପୋଜିଟ ପାଇଁ ଧମକ ଦେଉଛନ୍ତି l ବର୍ତ୍ତମାନ ପରିସ୍ଥିତିରେ ମୁଖ୍ୟ ଶାସନ ସଚିବ ଏଥିରେ ହସ୍ତକ୍ଷେପ ନ କଲେ ସ୍କୁଲମାନେ ପିଲାଙ୍କୁ ପରୀକ୍ଷା, ପାଠ ପଢ଼ା, ଓ ପ୍ରୋଗ୍ରେସ କାର୍ଡରୁ ବଞ୍ଚିତ କରି ହଇରାଣ ହରକତ ସହ ଗଭୀର ମାନସିକ ଯନ୍ତ୍ରଣା ଦେବେ l

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories