www.samajalive.in
Monday, December 15, 2025
27.1 C
Bhubaneswar

ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର

ରେଙ୍ଗାଲି : କତରବଗା ଥାନାର ଲଇଡା ଫାଣ୍ଡି ଅନ୍ତର୍ଗତ ଗଣ୍ଡାକୋନା ଗ୍ରାମ ନିକଟରେ ଥିବା ଜଙ୍ଗଲର ଏକ ଗଛ ଡାଳରେ ଆଜି ସକାଳୁ ଜନୈକ ଅଚିହ୍ନା ଯୁବକର ମୃତଦେହ ଝୁଲନ୍ତା ଅବସ୍ଥାରେ ଜବତ ହୋଇଛି। ସ୍ଥାନୀୟଲୋକ ଦେଖି ଫାଣ୍ଡିକୁ ସୂଚନା ଦେବାରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହକୁ ଜବତ କରିଛି। ପ୍ରାୟ ୨୨ ରୁ ୨୫ବର୍ଷ ବୟସ୍କ ଅଚିହ୍ନା ଯୁବକ ଜଣକ ବେକ ରେ ଲୁଙ୍ଗି ଦେଇ ଆତ୍ମହତ୍ୟା କରିଥିବା ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି। ଫାଣ୍ଡି ଅଧିକାରୀ ରବିନ୍ଦ୍ର ପ୍ରଧାନ ଘଟଣାସ୍ଥଳକୁ ପହଞ୍ଚି ଶବକୁ ଜବତ କରି ପଞ୍ଚନାମା କଲା ପରେ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଜାରି ରଖିଛନ୍ତି। ଗ୍ରାମବାସୀଙ୍କ କହିବା ଅନୁଯାୟୀ ମୃତ ଯୁବକ ମାନସିକ ବିକୃତି ଥିଲେ। ଗତ କିଛି ଦିନ ହେଲା ଗଣ୍ଡାକୋନା ଏବଂ ଆଖପାଖ ଗାଁରେ ବୁଲାବୁଲି କରୁଥିଲା। ମୃତକର ପରିଚୟ ଜଣା ପଡିନାହିଁ। ଏସଂକ୍ରାନ୍ତରେ କେସ୍ ନଂ ୩/୨୦୨୧ ରେ ଏକ ଅପମୃତ୍ୟୁ ମାମଲା ରଜ୍ଜୁ କରାଯାଇଛି। ଅଜ୍ଞାତ ଯୁବକର ମୃତଦେହ ଚିହ୍ନଟ ପାଇଁ କୁଚିଣ୍ଡା ଉପଖଣ୍ଡୀୟ ଡାକ୍ତରଖାନାର ପ୍ରିଜର୍ ରେ ୭୨ ଘଣ୍ଟା ପାଇଁ ରଖାଯାଇଛି ବୋଲି ଫାଣ୍ଡି ଅଧିକାରୀ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories