www.samajalive.in
Monday, December 15, 2025
24.1 C
Bhubaneswar

ମୂଷା ଖାଇବାକୁ ଯାଇ ଯନ୍ତାରେ ଫଶିଲା ନାଗ

ଭୁବନେଶ୍ଵର: ମୂଷା ଖାଇବାକୁ ଯାଇ ଯନ୍ତାରେ ନାଗ ସାପ ଫସିଯାଇଛି। ଖବରପାଇ ସ୍ନେକ ହେଲ୍‌ପ ଲାଇନ୍‌ ସଦସ୍ୟ ପହଞ୍ଚି ନାଗଟିକୁ ଉଦ୍ଧାର କରି ତା’ର ପ୍ରାକୃତିକ ଆବାସସ୍ଥଳୀରେ ଛାଡ଼ିଛନ୍ତି। ଘଟଣାଟି ପୁରୀ ଜିଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ରତାପଡା ଗାଁର।

ରତାପଡ଼ା ଗାଁର ସୁବାସ ପରିଡାଙ୍କର ଏକ ଗ୍ରୋସରି ଦୋକାନ ରହିଛି। ଦୋକାନରେ ମୂଷା ଉପଦ୍ରବ ରୋକିବା ପାଇଁ ସେ ଏକ ଯନ୍ତା ବସାଇଥିଲେ। ତେବେ ସୋମବାର ସନ୍ଧ୍ୟାରେ ସେଇ ଯନ୍ତା ଭିତରେ ଏକ ନାଗ ସାପ ପଡିଥିବା ସଦାଶିବ ଦେଖିଥିଲେ। ଏହାପରେ ସାପଟିକୁ ଉଦ୍ଧାର କରିବା ଲାଗି ସେ ସ୍ନେକ ହେଲ୍ପ ଲାଇନକୁ ଖବର ଦେଇଥିଲେ। ସ୍ଥାନୀୟ ସ୍ନେକ ହେଲ୍ପ ଲାଇନ ସଦସ୍ୟ ସୁଶାନ୍ତ କୁମାର ବେହେରା ଘଟଣା ସ୍ଥଳରେ ପହଞ୍ଚି ୩ ଫୁଟ ଲମ୍ବର ନାଗ ସାପକୁ ଯନ୍ତା ଭିତରୁ ବାହାର କରିବା ସହିତ ତାକୁ ଗାଁଠାରୁ ଯଥେଷ୍ଟ ଦୂରରେ ଏକ ପ୍ରାକୃତିକ ଆବସସ୍ଥଳୀରେ ଛାଡ଼ିଦେଇଥିଲେ।

- Advertisement -

ମୂଷା ଯନ୍ତାରେ କିପରି ନାଗ ସାପ ପଡିଲା ସେ ନେଇ ସ୍ନେକ ହେଲ୍ପ ଲାଇନ ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କୁହନ୍ତି, ଯନ୍ତାରେ ପ୍ରଥମେ ଭୂଷା ହିଁ ପଡିଥିଲା, ତେବେ ମୁଷା ଖାଇବା ଆଶାରେ ଯେନତେନ ପ୍ରକାରେ ସାପଟି ଯନ୍ତା ଭିତରେ ପଶିଯାଇଛି। କିନ୍ତୁ ମୂଷା ଖାଇବା ପରେ ପେଟ ଫୁଲିଯିବାରୁ ସାପଟି ବାହାରକୁ ବାହାରିପାରି ନାହିଁ।

Hot this week

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

Related Articles

Popular Categories