www.samajalive.in
Monday, December 15, 2025
16.1 C
Bhubaneswar

‘ସମାଜ’ ପ୍ରଭାବ –  ପ୍ରଶାସନ ଓ ଗ୍ରାମବାସୀଙ୍କ ଉଦ୍ୟମରେ ଗଢ଼ିଉଠିଲା ସୀମା ସୁରକ୍ଷା ଫଳକ

ରାମନାଗୁଡା : ଆଉ ଆନ୍ଧ୍ର ଦାଦାଗିରି ଚଳିବ ନାହିଁ। ଆଜି ରାୟଗଡ଼ା ଜିଲ୍ଲା ରାମନାଗୁଡା ତହସିଲ ଅଧିନ ଲାଉଗୁଡା ଗ୍ରାମ ନିକଟ ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ ପ୍ରଶାସନ ଓ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଗଢ଼ି ଉଠିଲା ସୀମା ସୁରକ୍ଷା ଫଳକ। ଗତ ୨୪ ତାରିଖ ରାତି ୧୦ଟାରେ ସମୟରେ ଆନ୍ଧ୍ରର କିଛି ଲୋକ ଆସି ସୀମା ଫଳକ ଭାଙ୍ଗି ଦେଇଥିବା ଶୀର୍ଷକ ଖବର ‘ସମାଜ’ରେ ପ୍ରକାଶିତ ହୋଇଥିଲା। ପରେ ଆଜି ରାମନାଗୁଡା ବ୍ଲକ ଓ ତହସିଲ ପ୍ରଶାସନ ପକ୍ଷରୁ ରାମନାଗୁଡା ବିଡ଼ିଓ ବେଣୁଧର ଶବର ଓ ତହସିଲଦାର ଜୟଶ୍ରୀ ମଲ୍ଲିକ ସଦଳବଳେ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ନିକଟରେ ୩ଶହ ମିଟର ଦୂରରେ ରହିଥିବା ଆନ୍ଧ୍ରର ଗାଁ ଲୋକଙ୍କୁ ଆଲୋଚନା ସହ ବୁଝାସୁଝା କରିଥିଲେ।

ପରେ ବିଡ଼ିଓ ଶ୍ରୀ ଶବର, ତହସିଲଦାର ମଲ୍ଲିକଙ୍କ ସମେତ ଗ୍ରାମବାସୀ, କାର୍ଯ୍ୟରତ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧିମାନେ ଏକଜୁଟ ହୋଇ ନିଜେ ଭଙ୍ଗା ଯାଇଥିବା ସୀମା ଫଳକକୁ ସିମେଣ୍ଟ ବାଲି ବୋହି କଂକ୍ରିଟରେ ଗଢ଼ିଥିଲେ ସୀମାସୁରକ୍ଷା ଫଳକ । ବର୍ତ୍ତମାନ କୌଣସି ପରିସ୍ଥିତି ମଧ୍ୟରେ ସୀମାସୁରକ୍ଷା ଫଳକ ଭାଙ୍ଗିବ ନାହିଁ ସେଥିପାଇଁ ସୁରକ୍ଷା ପ୍ରଦାନ କରିବା ସହ ରାତି ସାରା ସୀମାସୁରକ୍ଷା ଫଳକ କିପରି ସୁରକ୍ଷା ପ୍ରଦାନ କରାଯିବ ସେଥିପାଇଁ ପ୍ରଶାସନ ଓ ଗ୍ରାମବାସୀ ପଣ କରିଛନ୍ତି। ଏଥି ନିମନ୍ତେ ସୁରକ୍ଷା ପାଇଁ ଗ୍ରାମର କିଛି ଲୋକଙ୍କୁ ଦାୟିତ୍ୱ ଦେଇଛି ପ୍ରଶାସନ। କୌଣସି ସ୍ବତ୍ତେ ସୁରକ୍ଷାକୁ ନେଇ ସୀମାନ୍ତରେ ଅପ୍ରତିକର ପରିସ୍ଥିତି ସୃଷ୍ଟି ହେଲେ ଯଥାଶୀଘ୍ର ପ୍ରଶାସନକୁ ଜଣାଇବାକୁ କହିଛନ୍ତି। ପରେ ରାମନାଗୁଡା ଫାଣ୍ଡି ଅଧିକାରୀ କୃତିବାସ ହରିଚନ୍ଦନ ଘଟଣାସ୍ଥଳକୁ ଯାଇ ସୁରକ୍ଷା ତଦାରଖ କରିଥିଲେ ।

Hot this week

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

Related Articles

Popular Categories