www.samajalive.in
Sunday, December 14, 2025
14.1 C
Bhubaneswar

ନୀତି ନିର୍ଦ୍ଧାରଣରେ ପାଇଁ ଗଠିତ ହେବ କୋର ଗ୍ରୁପ୍‌

ଭୁବନେଶ୍ୱର: ଜନଜାତିଙ୍କ ମଧ୍ୟରେ ସ୍ୱଦେଶୀ ଜ୍ଞାନର ବିଶାଳ ଭଣ୍ଡାର ଉପଲବ୍ଧ ଥିବାବେଳେ ସେସବୁ ମାନବ ଜୀବନର ରୂପାନ୍ତରଣରେ ଯଥେଷ୍ଟ ମହତ୍ତ୍ୱ ରଖେ। ସମକାଳୀନ ବିକାଶ ଯାତ୍ରାରେ ଜନଜାତିଙ୍କ ସ୍ୱଦେଶୀ ଜ୍ଞାନକୌଶଳର ସହାୟତା ନେବା ଏକ ଅପରିହାର୍ଯ୍ୟ ଆବଶ୍ୟକତା ହୋଇଥିବାବେଳେ ସେସବୁକୁ ଯଥାର୍ଥ ଭାବରେ ଲିପିବଦ୍ଧ କରାଯିବାର ଆବଶ୍ୟକତା ରହିଛି ବୋଲି ଏକ ଜାତୀୟ ୱେବିନାର‌ରେ ବକ୍ତାମାନେ ମତପ୍ରଦାନ କରିଛନ୍ତି ।
ଗତ ୨୪ ତାରିଖରେ ଅନୁସୂଚିତ ଜାତି ଓ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଆନୁକୂଲ୍ୟରେ କେନ୍ଦ୍ର ସରକାରଙ୍କ ଜନଜାତି କଲ୍ୟାଣ ମନ୍ତ୍ରାଳୟ ଓ ସମ୍ମିଳିତ ଭାରତୀୟ ନୃତତ୍ତ୍ୱ ଫୋରମ୍‌ର ସହଭାଗିତାରେ ‘ଭାରତର ଜନଜାତି ସମୁଦାୟଙ୍କ ମଧ୍ୟରେ ସ୍ୱଦେଶୀ ଜ୍ଞାନର ପରିବର୍ତ୍ତିତ ସୀମାରେଖା’ ଶୀର୍ଷକ ପ୍ରସଙ୍ଗ ଉପରେ ଚାଲିଥିବା ଏହି ତିନିଦିନିଆ େୱବିନାରକୁ ଭାରତ ସରକାରଙ୍କ ଜନଜାତି ବ୍ୟାପାର ମନ୍ତ୍ରାଳୟର ଯୁଗ୍ମ ସଚିବ ଡ. ନଭଲଜିତ କାପୁର ଓ ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ରଞ୍ଜନା ଚୋପ୍ରା ଉଦ୍‌ଘାଟନ କରିଥିଲେ । ସେହିଦିନ ସମ୍ମିଳିତ ଭାରତ ନୃତତ୍ତ୍ୱ ଫୋରମ୍‌ର ସଭାପତି ତଥା ସମ୍ବଲପୁର ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଦୀପକ କୁମାର ବେହେରା ଭିତ୍ତିପ୍ରବନ୍ଧ ଉପସ୍ଥାପନ କରିଥିଲେ । ପରବର୍ତ୍ତୀ ବୈଷୟିକ ଅଧିବେଶନଗୁଡ଼ିକରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପି.ସି. ଯୋଶୀ, ନୃତତ୍ତ୍ୱ ଫୋରମ୍‌ର ସଚିବ ପ୍ରଫେସର ଗି୍ରଗୋରୀ, ମହାରାଜ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର କିଶୋର କୁମାର ବାସା, ଭାରତୀୟ ନୃତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାର ପୂର୍ବତନ ନିର୍ଦେଶକ ତଥା ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର କମଲ୍‌କାନ୍ତ ମିଶ୍ର, ପ୍ରଫେସର ସରିତ ଚୌଧୁରୀ, ସ୍ପେନ୍‌ର ନୃତତ୍ତ୍ୱବିତ୍‌ ପ୍ରଫେସର ଭିକେଫାରିଆ ରେଇସ୍‌ ଗାର୍ସିଆ ପ୍ରମୁଖ ବକ୍ତବ୍ୟ ରଖିଥିଲେ ।


ଆଜି ୱେବିନାରର ଶେଷ ଦିବସରେ ମାନ୍ଦ୍ରାଜ ବିଶ୍ୱବିଦ୍ୟାଳୟର ପ୍ରଫେସର ସୁମତି ‘ସ୍ୱଦେଶୀ ଜ୍ଞାନ ଓ ପୁନରୁତ୍ଥାନର ଆବଶ୍ୟକତା’ ପ୍ରସଙ୍ଗ ଉପରେ ଭିତ୍ତିପ୍ରବନ୍ଧ ଉପସ୍ଥାପନ କରିଥିଲେ ଲାଦାଖ ସ୍ଥିତ ହିମାଲୟାନ୍‌ ଇନ୍‌ଷ୍ଟିଚୁ୍ୟଟ୍‌ ଅଫ୍‌ ଅଲଟରନେଟିଭ୍‌ର ଗୀତାଞ୍ଜଳି ଜେ.ବି. ଗବେଷଣା କାର୍ଯ୍ୟ ବିବରଣୀ ପ୍ରଦାନ କରିଥିଲେ। ଅନୁସୂଚିତ ଜାତି ଓ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ଅଖିଳ ବିହାରୀ ଓତା କହିଥିଲେ ଯେ ଏହି େୱବିନାର୍‌ର ଫଳାଫଳକୁ ନେଇ ଏକ ଚିଠା ପ୍ରସ୍ତୁତ କରାଯିବ। ଦେଶରେ କାର୍ଯ୍ୟରତ ଜନଜାତି ଗବେଷଣା ଅନୁଷ୍ଠାନଗୁଡ଼ିକର ସହଯୋଗ କ୍ରମେ ଗୋଟିଏ କୋର ଗ୍ରୁପ୍‌ ଗଠନ କରାଯାଇ ଜନଜାତିଙ୍କ ମଧ୍ୟରେସ୍ୱଦେଶୀ ଜ୍ଞାନକୌଶଳ ନେଇ ନୀତି ନିର୍ଦ୍ଧାରଣ କରାଯିବ ଏବଂ ଏହାକୁ ମାସକ ମଧ୍ୟରେ ଭାରତ ସରକାରଙ୍କୁ ପ୍ରଦାନ କରାଯିବ।

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories