‘‘ଓଡିଶା ଗୋଟିଏ କ୍ଷୁଦ୍ର ଭାଷିକ ଅଞ୍ଚଳ’’ – ଜାତୀୟ ୱେବିନାର ଅନୁଷ୍ଠିତ

ଗୋପାଳପୁର : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଭାଷା ବିଜ୍ଞାନ ବିଭାଗ ପକ୍ଷରୁ ‘ଓଡ଼ିଶା ଗୋଟିଏ କ୍ଷୁଦ୍ର ଭାଷିକ ଅଞ୍ଚଳ’ ଶୀର୍ଷକ ଦୁଇ ଦିନିଆ ଜାତୀୟ ୱେବିନାର ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ବିଭାଗୀୟ ପ୍ରଧ୍ୟାପକ ତଥା ୱେବିନାର ସଂଯୋଜକ ଡ. ଅନୁପ କୁମାର କୁଜୁର୍ ଅଧ୍ୟକ୍ଷତା କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ପିଜି କାଉନସିଲ ଅଧ୍ୟକ୍ଷା ପ୍ରଫେସର ଅରୁନ୍ଧତୀ ରଥ ଏହି ୱେବିନାରକୁ ଉଦଘାଟନ କରିଥିଲେ। ବକ୍ତା ଭାବେ ଆନ୍ଧ୍ର ପ୍ରଦେଶର ସେଞ୍ଚୁରୀୟନ୍ ବିଶ୍ଵବିଦ୍ୟାଳୟର କୁଳାଧିପତି ପଦ୍ମଶ୍ରୀ ପ୍ରଫେସର୍ ଦେବୀ ପ୍ରସନ୍ନ ପଟ୍ଟନାୟକ ଯୋଗ ଦେଇ “ଓଡ଼ିଶା ଗୋଟିଏ କ୍ଷୁଦ୍ର ଭାଷିକ ଅଞ୍ଚଳ” ଶୀର୍ଷକ ଉପରେ ଆଲୋକପାତ କରିଥିଲେ। ଓଡିଆ ଭାଷାର ସଂସ୍କୃତି ଏବଂ ଏହାର ସମ୍ପର୍କ  ସଂସ୍କୃତ ଭାଷା  ସହ ଅବଦାନ ଓ ଭାରତର ପରମ୍ପରା, ଐତିହ ଏବଂ ବହୁଭାଷି  ଚିନ୍ତାଧାରା ଉପରେ ଆଲୋକପାତ କରିଥିଲେ। ଓଡ଼ିଶାକୁ ଏକ ବହୁମୁଖୀ ରାଜ୍ୟର ଦୃଷ୍ଟିକରଣରୁ ଦେଖାଯାଏ ବୋଲି ମତବ୍ୟକ୍ତ କରିଥିଲେ।

ଅନ୍ୟତମ ବକ୍ତା ଭାବେ କାନପୁର ସ୍ଥିତ ଆଇଆଇଟି ଇଂରାଜୀ ଓ ଭାଷା ବିଜ୍ଞାନ ବିଭାଗର ମୁଖ୍ୟ ପ୍ରଫେସର ବି. ଏନ୍. ପଟ୍ଟନାୟକ ଯୋଗ ଦେଇ ଓଡିଆ ଭାଷାରେ ବିଭିନ୍ନ ଶବ୍ଦ ଯଥା ବୋଲି, ଯେ, ଆଉ ର ବହୁଳ ବ୍ୟବହାର ଉପରେ ସମ୍ୟକ୍ ଆଲୋକପାତ କରିଥିଲେ। ବିନୟ ପଟ୍ଟନାୟକ, ପୀତାମ୍ବର ବେହେରା, ସୋନାଲି ମହନ୍ତ, ଡ.ପ୍ରତାପ କୁମାର ଦାସ, ଅଙ୍କିତା ସ୍ଵେତପର୍ଣ୍ଣା ପ୍ରମୁଖ ଯୋଗ ଦେଇ ନିଜ ନିଜ ମତ ରଖିଥିଲେ। ଆଜି ଅନୁଷ୍ଠିତ ଉଦଯାପନୀ ଦିବସରେ ବକ୍ତା ଭାବେ ମଥୁରା ସ୍ଥିତ ଜିଏଲ୍ଏ ବିଶ୍ଵବିଦ୍ୟାଳୟ ଇଂରାଜୀ ଓ ଭାଷା ବିଜ୍ଞାନ ବିଭାଗର ମୁଖ୍ୟ ପ୍ରଫେସର ପଞ୍ଚାନନ ମହାନ୍ତି ଯୋଗ ଦେଇ ଓଡ଼ିଆ ଭାଷାରେ ମିଶିଥିବା କେତେକ ପାରିବାରିକ ଭାଷା ଯଥା ମୁଣ୍ଡା, ଦ୍ରାବିଡ଼ ଇତ୍ୟାଦି ଉପରେ ତାଙ୍କ ପ୍ରତିକ୍ରିୟା ପ୍ରଦାନ କରିଥିଲେ।

ଭୁବନେଶ୍ୱର ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ ଅଫ୍ ହିନ୍ଦୀ ର ଆଞ୍ଚଳିକ ନିର୍ଦ୍ଦେଶକ ଡ.ରଞ୍ଜନ କୁମାର ଦାସ ଯୋଗ ଦେଇ ଓଡିଆ ଭାଷାର ନ୍ୟୁନତମ୍ ଏବଂ ବୃହତ୍ତମ ବିଶ୍ଳେଷଣ ପାଇଁ ସାଙ୍କେତିକ ଏବଂ ବୈଦ୍ୟୁତିକ କୌଶଳର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ଏଥିରେ ଆମେରିକାର ଲିଭିଙ୍ଗ ଟଙ୍ଗସ୍ ଇନଷ୍ଟିଚ୍ୟୁ ଫର୍ ଏଣ୍ଡାନଗେରେଡ ଲାଙ୍ଗୁଏଜର ନିର୍ଦ୍ଦେଶକ ଓ ସଭାପତି ଡ. ଗ୍ରେଗୋରି ଡି.ଏସ. ଏଣ୍ଡ୍ରେଶନ, ଆସାମ ର ଗବେଷକ ଡ. ଲୁକ୍ ହୋରୋ, ଝାଡଖଣ୍ଡର ଗବେଷକ ଡ. ବିକ୍ରମ ଜୋରା, ଗବେଶକ ଭାବେ ଡ.ମହେନ୍ଦ୍ର କୁମାର ମିଶ୍ର, ଡ.ଗୋବିନ୍ଦ ଚନ୍ଦ୍ର ପେନ୍ଥୋଇ, ଡ. ରମେଶ ମାଲିକ, ଡ. ଦେବାଶିଷ ମହାପାତ୍ର, ଡ. ସଞ୍ଜୟ କୁମାର ବାଗ, ଡ. ଅନୁପ କୁମାର କୁଜୁର ପ୍ରମୁଖ ଯୋଗ ଦେଇ ନିଜ ନିଜ ମତବ୍ୟକ୍ତ କରିଥିଲେ। ଏଥିରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଗୋବିନ୍ଦ ଜେ ଚକ୍ରପାଣି ଯୋଗ ଦେବା ସହ ପ୍ରାୟ ୮୦ ଜଣ ଅଧ୍ୟାପକ ଅଧ୍ୟାପିକା ଛାତ୍ରଛାତ୍ରୀ, ଗବେଷକ ଓ ଗବେଷିକା ଯୋଗ ଦେଇଥିଲେ।

Comments are closed.