www.samajalive.in
Sunday, December 14, 2025
26.1 C
Bhubaneswar

ମାହାଙ୍ଗାରେ ବସନ୍ତ ବନ୍ଧୁମିଳନ ଉତ୍ସବ

ମାହାଙ୍ଗା: ବସନ୍ତ ରଙ୍ଗରେ ବନ୍ଧୁମିଳନ ଉତ୍ସବ ମାହାଙ୍ଗା ବ୍ଲକ ଅରିଲୋ ମାହାଙ୍ଗା ମାଟିର ବିକାଶ ଯୁବକ ସଂଘ ପକ୍ଷରୁ ପାଳିତ ହେବା ସହ ରଙ୍ଗ ଓ ଅବିରରେ ପରସ୍ପରକୁ ଅଭିନନ୍ଦନ ଜଣାଇଛନ୍ତି। କରୋନା ମହାମାରୀ ସମୟରେରେ ହୋଲି ପର୍ବ ପାଳନ ପାଇଁ କଟକଣା ଥିବାରୁ ଏହି ପର୍ବ ପାଳନ ନିମନ୍ତେ ଏକ ନିଆରା ଉତ୍ସବ ପାଳନ ହୋଇଅଛି। ଯୁବକ ସଂଘର କେଶବ ଚନ୍ଦ୍ର ବେହେରାଙ୍କ ପୌରୋହିତ୍ୟରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଫେସର ଡ଼ଃ ଭୁବନାନନ୍ଦ ସାହୁ ଯୋଗଦେଇ ମାହାଙ୍ଗା ତଥା ରାଜ୍ୟ ଓ ଦେଶରର ସଂସ୍କୃତି ପରମ୍ପରାକୁ ଉଜ୍ଜୀବିତ ରଖିବା ପାଇଁ ରଙ୍ଗ ଖେଳର ଗୁରୁତ୍ୱ ଅଧିକ ରହିଛି ଓ ହୋଲିର ରଙ୍ଗ ଖେଳ ଏକ ଭାଇଚାରା ସୃଷ୍ଟିର ପ୍ରମୁଖ ମାର୍ଗ ତଥା ପର୍ବ ପର୍ବାଣି ଉତ୍ସବ ଆମ ଜାତି ସଂସ୍କୃତିର ପରମ୍ପରା ବୋଲି କହିଛନ୍ତି।

- Advertisement -

ଏହି ହୋଲିର ରଙ୍ଗରେ ଜୀବନକୁ ରଙ୍ଗୀନ କରି ସମାଜରେ ଶାନ୍ତି ପ୍ରତିଷ୍ଠା କରିବା ଆମ ସମସ୍ତଙ୍କର ମୁଖ୍ୟ ଲକ୍ଷ ହେଉ ବୋଲି କହିଥିଲେ ଅନ୍ୟତମ ଅତିଥି ସମାଜସେବି ରଜନୀ କାନ୍ତ ପରିଡା। ସମ୍ମାନିତ ଅତିଥିଭାବେ ସାମ୍ବାଦିକ ଲଷ୍ମୀଧର ଖୁଣ୍ଟିଆ, ରମେଶ ସାହୁ, ଅଶୋକ ଦାଶ, ସୌମ୍ୟରଂଜନ ଓଝା ପ୍ରମୁଖ ଯୋଗଦେଇ ଏହି ପର୍ବର ବିଶେଷତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଉତ୍ସବ ପାଳନ ଅବସରରେ ମାହାଙ୍ଗା ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷାର କୃତି ଛାତ୍ରୀ ଦୀପ୍ତିରେଖା ମହାରଣାଙ୍କୁ ଅନୁଷ୍ଠାନ ପକ୍ଷରୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ କ୍ଲବର ସମସ୍ତ ସଦସ୍ୟମାନେ ଆମନ୍ତ୍ରିତ ଅତିଥିମାନଙ୍କ ସହ ରଙ୍ଗ ଅବିର ଖେଳିଥିଲେ। ଏଥିରେ ଅରିଲୋ ଗ୍ରାମର ସମସ୍ତ ଗ୍ରାମବାସୀମାନେ ଉପସ୍ଥିତ ଥିଲେ।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories