ସୀମା ଟପିଲା ପୁଲିସ, ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପରେ ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ ଆମ ଓଡ଼ିଶାକଟକନିଉଜ ଆଲର୍ଟ By Samaja Digital (SB) Last updated Mar 26, 2021 Share ନିଖୋଜ ନାବାଳିକା ଘରକୁ ଫେରିବା ପରେ ସନ୍ଦେହ ଘେରରେ ମାହାଙ୍ଗା ଭଦ୍ରେଶ୍ୱର ଫାଣ୍ଡି ପୁଲିସ ଅଧିକାରୀ ତପନ କୁମାର ନାୟକ କୁଆଁପାଳ: ଜଣେ ଅଷ୍ଟମ ଶ୍ରେଣୀ ନାବାଳିକା ନିଖୋଜ ହେବା ଘଟଣାରେ କଟକ ଜିଲ୍ଲା ମାହାଙ୍ଗା ଥାନା ଭଦ୍ରେଶ୍ୱର ଫାଣ୍ଡି ଅଧୀନ ଗୋପାଳପୁର ପଂଚାୟତ ନଇଗୁଆଁ ଗ୍ରାମର ଜଣେ ଯୁବକକୁ ପୋଲିସ ଅଟକ ରଖି ପଚରାଉଚରା କରି ଛାଡିଦେବା ପରେ ଅଟକ ଥିବା ସମ୍ପୃକ୍ତ ଥିବା ବ୍ୟକ୍ତି ବେକରେ ରଶି ଦେଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଅଟକ ସମୟରେ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଓ ମାନସିକ ସ୍ତରରେ ନିର୍ଯ୍ୟାତନା ଦିଆଯିବା ଦ୍ୱାରା ଏହାକୁ ସହିନପାରି ସମ୍ପୃକ୍ତ ଯୁବକ ଆତ୍ମହତ୍ୟା କରିଥିବା ସ୍ଥାନୀୟ ଅଂଚଳରେ ଚର୍ଚାର ବିଷୟ ବସ୍ତୁ ହୋଇଛି। ମିଳିଥିବା ଖବର ଅନୁଯାଇ କଟକ ଜିଲ୍ଲା ମାହାଙ୍ଗା ଥାନା ଭଦ୍ରେଶ୍ୱର ଫାଣ୍ଡି ଅଧୀନ ଗୋପାଳପୁର ପଂଚାୟତ ନଇଗୁଆଁ ଗ୍ରାମର ଅଶୋକ ନାୟକଙ୍କ ନାବାଳିକା ଝିଅ ଈପସିତା (ଛଦ୍ମନାମ) ନିଖୋଜ ହେବା ଘଟଣାରେ ପୁଲିସ ସେହି ଗ୍ରାମର କଳାକାର ସାହୁଙ୍କୁ ତାଙ୍କ ଘରୁ ଉଠାଇ ଆଣି ଭଦ୍ରେଶ୍ୱର ଫାଣ୍ଡିରେ ପୁଲିସ ଏସଆଇ ତପନ କୁମାର ନାୟକ ରଖି ପଚରାଉଚରା କରିବା ସହ କେନ୍ଦ୍ରାପଡା ଅଂଚଳକୁ ନିଖୋଜ ଛାତ୍ରୀକୁ ଠାବ କରିବା ପାଇଁ ସାଙ୍ଗରେ ନେଇକି ଯାଇଥିଲେ କିନ୍ତୁ ନିଖୋଜ ଛାତ୍ରୀକୁ ପାଇନଥିଲେ। ପରେ କଳାକାରଙ୍କୁ ପୁଲିସ ଛାଡିଦେଇଥିଲା ତେବେ କଳାକାର ଥାନାରୁ ଆସିବା ପରେ ତାଙ୍କ ମାନସିକ ସ୍ଥିତି ଭଲ ନଥିବା ଓ ପୁଲିସ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଯୋଗୁଁ ସେ ଗତକାଲି ଅପରାହ୍ନରୁ ନିଖୋଜ ହୋଇଯାଇଥିଲେ। ପରେ ସନ୍ଧ୍ୟାରେ ଘର ଠାରୁ ଅଳ୍ପଦୂର ଏକ ବିଲ ମଝିରେ ଥିବା ଗଛରେ ରସିଦେଇ ଥିବା ଅବସ୍ଥାରେ କଳାକାରଙ୍କୁ ଉଦ୍ଧାର କରାଯାଇ ନିଶ୍ଚନ୍ତକୋଇଲି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆ ଯାଇଥିଲା ଓ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। Related Posts ଲୋକକଳାର ପ୍ରଚାର ପ୍ରସାରକୁ ବ୍ୟାପକ କରାଯାଉଛି… Mar 25, 2023 ଠିକ ସମୟରେ ବିଦ୍ୟାଳୟ ଆସୁନାହାନ୍ତି ଶିକ୍ଷକ… Mar 25, 2023 ପୁଲିସ ତାଙ୍କୁ ବିନା କାରଣରେ ନିର୍ଯ୍ୟାତନା ଦେଇଥିବା ଓ ଏହାକୁ ସହିନପାରି କଳାକାର ଆତ୍ମହତ୍ୟା କରିଥିବା ତାଙ୍କ ପତ୍ନୀ ମାହାଙ୍ଗା ଥାନାରେ ଅଭିଯୋଗ କରିଛନ୍ତି। ଏହି ଘଟଣାର ଏକ ଉଚ୍ଚସ୍ତରିୟ ତଦନ୍ତ କରାଯାଇ କଳାକାରଙ୍କ ମୃତ୍ୟୁ ପଛରେ ରହିଥିବା ସତ୍ୟକୁ ଉନ୍ମୋଚନ କରିବାକୁ ତାଙ୍କ ପରିବାର ଲୋକ ଦାବି କରିଛନ୍ତି, ଅପର ପକ୍ଷରେ ନିଖୋଜ ନାବାଳିକା ଗତକାଲି ନିଜ ଘରକୁ ନିଜେ ଫେରି ଆସିଥିବାରୁ ପୁଲିସ କେଉଁ ଆଧାରରେ କଳାକାରଙ୍କୁ ତାଙ୍କ ଘରୁ ଉଠାଇ ନେଇଥିଲା ତାହାର ତଦନ୍ତ କରିବାକୁ ସାଧାରଣରେ ମଧ୍ୟ ଦାବୀ ହୋଇଛି। ଅନ୍ୟପକ୍ଷରେ ନ୍ୟାୟ ନମିଳିବା ଯାଏ ତାଙ୍କ ପରିବାର ସହ ରାସ୍ତାରେ ବସିରହି ଆତ୍ମାହୁତି ଦେବାକୁ ଚେତାବନୀ ଦେଇଛନ୍ତି। ପୁଲିସ ଜେରା ପରେ ଯୁବକଙ୍କ ଆତ୍ମହତ୍ୟା ଘଟଣା ପରେ କଟିକଟା ଲଳିତଗିରି ରାସ୍ତାର ନଇଗୁଆଁ ଠାରେ ମୃତ କଳାକାରଙ୍କ ଶବକୁ ରଖି ଭଦ୍ରେଶ୍ୱର ଫାଣ୍ଡି ଅଧିକାରୀ ପୁଲିସ ଏସଆଇ ତପନ କୁମାର ନାୟକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଓ କ୍ଷତିପୂରଣ ଦାବୀ କରି ରାସ୍ତା ରୋକ କରାଯାଇଥିବା ଜଣାପଡିଛି। ଏବେ ମିଳିଥିବା ସୂଚନା ଅନୁଯାୟୀ, କଟକ ବଡ ମେଡିକାଲ ଶବ ବ୍ୟବଚ୍ଛେଦ ରିପୋର୍ଟ ଆଧାରରେ ମାହାଙ୍ଗା ଥାନାରେ ୪/୨୧ ସଂଖ୍ୟାରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରାଯାଇଛି। ଇତି ମଧ୍ୟରେ ସାଲେପୁର ଏସଡ଼ିପିଓ ରଂଜିତ କୁମାର ପୃଷ୍ଟି ଘଟଣାସ୍ଥଳ ପରିଦର୍ଶନ କରିଥିବା ବେଳେ ଘଟଣାର ସମାଧାନ ପାଇଁ ମାହାଙ୍ଗା ଥାନା ଅଧିକାରୀ ଭଦ୍ରେଶ୍ୱର ଫାଣ୍ଡିରେ ପହଂଚିଛନ୍ତି। Share FacebookTwitterWhatsApp
Comments are closed.