www.samajalive.in
Thursday, December 11, 2025
14.1 C
Bhubaneswar

ଜାଣନ୍ତୁ ଏହି ସହରର ବ୍ୟକ୍ତି ଏପରି ଖାଦ୍ୟପ୍ରେମୀ ; ଭୋର ୪ଟା ସୁଦ୍ଧା କରନ୍ତି ଜଳଖିଆ ସେବନ

ସାଧାରଣତଃ ଥାଇଲ୍ୟାଣ୍ଡରେ ଖାଦ୍ୟପେୟରେ ଭିନ୍ନତା ଦେଖାଯାଇଥାଏ। ଏଠାରେ ଖାଦ୍ୟ ସେବନ କରିବା ପାଇଁ ବହୁ ପର୍ଯ୍ୟଟକଙ୍କ ଭିଡ ଜମିଥାଏ। ମାତ୍ର ଥାଇଲ୍ୟାଣ୍ଡରେ ଏପରି ଏକ ସହର ରହିଛି, ଯେଉଁଠାରେ ଖାଦ୍ୟପେୟରେ ସ୍ୱତନ୍ତ୍ରତା ପରିଲକ୍ଷିତ ହୋଇଥାଏ। ତ୍ରାଙ୍ଗ ନାମକ ଏହି ସହରରେ ସାଧାରଣତଃ ଜଳଖିଆ ସେବନ କରିବା ପାଇଁ ଲୋକେ ସୂର୍ଯ୍ୟ ଉଦୟ ପୂର୍ବରୁ ପ୍ରସ୍ତୁତ ହୋଇ ଯାଆନ୍ତି।
ତ୍ରାଙ୍ଗର ଲୋକେ ଖାଦ୍ୟ ପ୍ରତି ଖୁବ ଆଗ୍ରହୀ ଓ ଖାଦ୍ୟପ୍ରେମୀ। ଥାଇଲ୍ୟାଣ୍ଡରେ ଲୋକେ ୩ରୁ ୪ଥର ଖାଇବାକୁ ପସନ୍ଦ କରୁଥିବା ବେଳେ ତ୍ରାଙ୍ଗର ବାସିନ୍ଦା ୮ରୁ ୯ ଥର ଖାଦ୍ୟ ଖାଇବା ମଧ୍ୟ ସାମାନ୍ୟ ଭାବିଥାଆନ୍ତି।
ଏହି ସହରରେ ରେସ୍ତୋରାଁରେ ଏଭଳି କିଛି ଖାଦ୍ୟ ପ୍ରସ୍ତୁତ କରାଯାଇଥାଏ , ଯାହା ଖୁବ ଲୋକପ୍ରିୟ। ଲୋକଙ୍କର ଖାଦ୍ୟର ପସନ୍ଦକୁ ନଜରରେ ରଖି ରେସ୍ତୋରାଁରେ ବିଭିନ୍ନ ପ୍ରକାର କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଥାଏ।
ଏଠାକାର ରେସ୍ତୋରାଁର ମାଲିକଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ତ୍ରାଙ୍ଗର ରେସ୍ତୋରାଁରେ କର୍ମଚାରୀମାନେ ୨୪ ଘଣ୍ଟା କାର୍ଯ୍ୟ କରିଥାଆନ୍ତି। ରେସ୍ତୋରାଁର ନିକଟରେ ରହୁଥିବା ଲୋକେ ପ୍ରାୟ ରାତି ୨ଟାରୁ ଉଠିବା ସହ ସୂର୍ଯ୍ୟ ଉଦୟ ପୂର୍ବରୁ ୨ ଥର ଖାଦ୍ୟ ଖାଇସାରି ଥାଆନ୍ତି।

 

Hot this week

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

‘ଜୀବେ ଦୟା’ ଜୈବ ବିବିଧତାର ଆଦର୍ଶ

ଆମ ପରିବେଶରେ ଥିବା ବିଭିନ୍ନ ପ୍ରକାରର ଉଦ୍ଭିଦ, ପ୍ରାଣୀ ଓ ଅନ୍ୟାନ୍ୟ...

ଅନୁଗୁଳରେ ଫୁଟିଲା ଗୁଳି, ଜଣେ ଗୁରୁତର

ଅନୁଗୁଳ : ଅନୁଗୁଳରେ ଫୁଟିଲା ଗୁଳି । ଶିକ୍ଷକପଡ଼ା ସ୍ଥିତ ଇକୋ...

ଚିନ୍ତାକଳ୍ପ : ଗୁଣଗ୍ରାହିତା

ଆବ୍ରାହମ ଲିଙ୍କନ, ଆମେରିକାର ଲୋକପ୍ରିୟ ରାଷ୍ଟ୍ରପତିଙ୍କ ମଧ୍ୟରୁ ଅଗ୍ରଗଣ୍ୟ। ଆଜି ମଧ୍ୟ...

ରାଉରକେଲା ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି।...

Related Articles

Popular Categories