www.samajalive.in
Tuesday, December 9, 2025
26.1 C
Bhubaneswar

ଭୁବନେଶ୍ୱର ବିମାନବନ୍ଦରରୁ ନାଗସାପ ଉଦ୍ଧାର

ଭୁବନେଶ୍ୱର : ଭୁବନେଶ୍ୱର ବିମାନବନ୍ଦରରୁ ଗୁରୁବାର ଏକ ନାଗ ସାପ ଉଦ୍ଧାର ହୋଇଛି। ସ୍ନେକ୍‌ ହେଲ୍ପ ଲାଇନ ସଦସ୍ୟ ଓ ଏୟାରପୋର୍ଟ ଫାୟାର ବ୍ରିଗେଡ଼ର ମିଳିତ ସହଯୋଗରେ ସାପଟିକୁ ଉଦ୍ଧାର କରାଯାଇଛି।

ସୂଚନା ଅନୁସାରେ, ଏୟାରପୋର୍ଟର ବାଥରୁମରେ ଏକ ନାଗ ସାପ ଗତ ରାତିରେ ପଶିଥିଲା । ତେବେ କିଛି କରିବା ପୂର୍ବରୁ ସାପଟି ବେସିନ ତଳେ ଥିବା ଜାଲି ଭାଙ୍ଗି ଯାଇଥିବାରୁ ସେଇ ପଟେ ପଶିଗଲା । କିନ୍ତୁ ପୁଣି ଆଜି ଦିନ ୧୦ ଟାରେ ସେଇ ରୁମର ବାହାର ପଟ ପାଇପ ଦେଇ ସାପ ମୁଣ୍ଡ ବାହାର କରିବା ଦେଖାଗଲା । ଏହାପରେ ଏୟାରପୋର୍ଟ କର୍ତ୍ତୃପକ୍ଷ ସ୍ନେକ ହେଲ୍ପ ଲାଇନର ସାହାଯ୍ୟ ଲୋଡ଼ିଥିଲେ । ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଘଟଣା ସ୍ଥଳରେ ପହଞ୍ଚି ଯେତେ ଉପାୟ କଲେ ମଧ୍ୟ ସାପ ଆଉ ବାହାରି ନଥିଲା । ବାଥ୍ ରୁମର ଭିତର ପଟୁ ଫିନାଇଲ, ଏସିଡ, ଏମିତିକି ପେଟ୍ରୋଲ ମଧ୍ୟ ଢାଳିବା ପରେ ସାପର ଟେର ମିଳିଲା ନାହିଁ । ଶେଷରେ ଏୟାରପୋର୍ଟର ଫାୟାର ବ୍ରିଗେଡ଼ ଗାଡି ଆସି ଭିତର ପଟୁ ଉଚ୍ଚ ଚାପ ଦେଇ ପାଣି ମାଡ଼ କରିବା ପରେ ଅଧ ମିନିଟ ମଧ୍ୟରେ ୩ ଫୁଟ ଲମ୍ବର ନାଗ ସାପଟି ପାଇପ ମୁହଁ ଦେଇ ବହାରକୁ ଆସିଥିଲା । ଶୁଭେନ୍ଦୁ ତତକ୍ଷଣାତ ସାପଟିକୁ ନିଜର ସ୍ନେକ ହୁକ ସାହାଯ୍ୟରେ ଦୂରକୁ ଛାଟି ଦେଇଥିଲେ । ସାପଟି ଏକ ବେଙ୍ଗ ମଧ୍ୟ ଖାଇଥିଲା, ଯାହାକୁ ସଙ୍ଗେ ସଙ୍ଗେ ବାନ୍ତି ମଧ୍ୟ କରି ଦେଇଥିଲା । ଏହାପରେ ସାପଟିକୁ ବ୍ୟାଗ ଭିତରେ ରଖି ଦେଇଥିଲେ ଶୁଭେନ୍ଦୁ । ସାପଟିକୁ ସହର ବାହାରେ ତାର ପ୍ରାକୃତିକ ଆବାସ ସ୍ଥଳୀରେ ଛାଡି ଦିଆଯାଇଛି ।

- Advertisement -

ତେବେ ସାପଟି ବାଥ ରୁମର ବେସିନ ତଳେ ଜାଲି ନ ଥିବାରୁ ପାଇପ ଭିତରେ ପସିବାରେ ସମର୍ଥ ହୋଇଥିଲା ଏବଂ ସେହି ବେସିନ ତଳ ଜାଲିକୁ ନୂଆ କରି ଫିଟିଙ୍ଗ କରିଦେଲେ ଆଉ ସାପ ଭୟ ରହିବ ନାହିଁ ବୋଲି ଶୁଭେନ୍ଦୁ ଏୟାରପୋର୍ଟ କର୍ମଚାରୀମାନଙ୍କୁ ବୁଝାଇଥିଲେ ।

Hot this week

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

Related Articles

Popular Categories