www.samajalive.in
Sunday, December 14, 2025
19.1 C
Bhubaneswar

୫୩ନଂ ଏନ୍‌ଏଚ୍‌ରେ ଗଡୁଛି ମୁଣ୍ଡ ; ୨୪ ଘଣ୍ଟାରେ ୨ଟି ଦୁର୍ଘଟଣା

ଗଡ଼ମଧୁପୁର : ଯାଜପୁର ଜିଲା ଚଣ୍ଡିଖୋଲ ଡୁବୁରୀ ୫୩ ନଂ ଜାତୀୟ ରାଜପଥରେ ଦୁଇ ଦୁଇଟି ଦୁର୍ଘଟଣା ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଛି। ପ୍ରଥମ ଦୁର୍ଘଟଣାଟି ଭଡଙ୍ଗା ଛକଠାରେ ହୋଇଥିବା ବେଳେ ଦ୍ବିତୀୟଟି କିଛି ଦୂର ଆରୁହା ଛକ ନିକଟବର୍ତ୍ତୀ ଏକ ସ୍ଥାନରେ ହୋଇଛି। ଏଥିରେ ଜଣକର ଜୀବନ ଯାଇଥିବାବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି। ଆଜି ଦିନ ୧୦ଟା ସମୟରେ ଚଢେଇଧରା ପଟୁ ଚିପ୍ସ ବୋଝେଇ କରି ଆସୁଥିବା ଏକ ହାଇୱା ଗାଡି ଓଭରଟେକ କରିବାକୁ ଯାଇ ବିପରୀତ ଦିଗରୁ ଆସୁଥିବା ଏକ ଗ୍ୟସ ସିଲିଣ୍ଡର ବୋଝେଇ ଚାରିଚକିଆ ଅଟୋକୁ ଧକ୍କା ଦେବା ଫଳରେ ଅଟୋ ଚାଳକ ଜଣକ ଗାଡି ତଳେ ଚାପି ହୋଇ ରହିଥିଲେ। ଅଗ୍ନିଶମ ବାହିନୀର କର୍ମଚାରୀ ଗ୍ୟାସ କଟରରେ କାଟି ଉକ୍ତ ଚାଳକଙ୍କୁ ମୁର୍ମୁଷୁ ଅବସ୍ଥାରେ ପ୍ରଥମେ ବଡଚଣା ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ କଟକ ବଡମେଡିକାଲକୁ  ସ୍ଥାନାନ୍ତର କରାଯାଇଥିଲେ ମଧ୍ୟ ପରେ ତାଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣା ଏମିତି ଥିଲା ଯେ, ଅଟୋଟି ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଛି। କିଛି ସମୟ ପରେ ଆରୁହା ଛକ ନିକଟରେ ଆଉ ଏକ ସଡକ ଦୁର୍ଘଟଣାରେ ଢେଙ୍କାନାଳ ଜିଲା ନିହଲପ୍ରସାଦ ଥାନା ଅନ୍ତର୍ଗତ ଖଣ୍ଡବନ୍ଧ ଗାଁର ଦୁଇଜଣ ଯୁବକ ଗୁରୁତରର ହୋଇ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଥିବା ଜଣାଯାଇଛି। ଦୁର୍ଘଟଣାରେ ଚାଳକ ସିପନ କବି(୨୬)ର ଦୁଇଟି ଗୋଡ ସମ୍ପର୍ଣ୍ଣ ଭାଙ୍ଗି ଚରମାର ହୋଇ ଯାଇଥିବା ବେଳେ ଉଦୟନାଥ କବି(୩୫) ଗୁରୁତର ହୋଇଛନ୍ତି। ଚଢେଇଧରାରୁ ଚଣ୍ଡିଖୋଲ ଅଭିମୁଖେ ଯାଉଥିବାଏକ ଚିପ୍ସ ବୋଝେଇ ହାଇୱା ଗାଡି ଉକ୍ତ ସ୍କୁଟିକୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଦୁଇ ଯୁବକ ଉଦୟନାଥ କବି(୩୫) ଓ ସିପନ କବି(୨୩) ଗୁରୁତର ଆହାତ ହୋଇ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି। ଡୁବୁରୀ ଠାରୁ ଚଣ୍ଡିଖୋଲ ପର୍ଯ୍ୟନ୍ତ ରାସ୍ତା ଏବେ ଚାରିଟିକିଆ ଓସାରିଆ ହେବା ନିମନ୍ତେ କାର୍ଯ୍ୟ ଚାଲିଛି। ଠିକାଦାର ରାସ୍ତାରେ ଦୁର୍ଘଟଣାର ସମ୍ଭାବନା କୁ ରୋକିବାକୁ କୌଣସି ପଦକ୍ଷେପ ଗ୍ରହଣ ନକରିବା ହେତୁ ଅଣଓସାରିଆ ରାସ୍ତାରେ ଏତେ ବଡ ବଡ ଗାଡି ଗୁଡିକ ଯାତାୟତ କରିବାରୁ ଛୋଟଗାଡି ଗୁଡିକ ଅକାରଣେ ଦୁର୍ଘଟଣାଗ୍ରସ୍ଥ ହେଉଛନ୍ତି। ଦିନକୁ ଦୁଇରୁ ଅଧିକ ଟ୍ରିପ ପରିବହନ କରିବାକୁ ଲକ୍ଷ ରଖି ଚାଳକ ମାନେ ଦ୍ରୁତ ଗାଡି ଚାଳନା କରିବା ଫଳରେ ଏହି ଦୁର୍ଘଟଣା ଘଟୁଥିବା କୁହାଯାଉଛି। ଦୁର୍ଘଟଣାକୁ ଏଡାଇବାକୁ ଚାଳକ ଚେଷ୍ଟା କରି ଦ୍ରୁତ ଗତି ଯୋଗୁ ବିଫଳ ହୋଇ ଅନ୍ୟର ସର୍ବନାସ କରୁଛନ୍ତି। ଘରୁ ଗୋଡ କାଢିଲେ ଏହି ରାସ୍ତାରେ ଏବେ ପାଦେ ପାଦେ ବିପଦ ରହୁଥିବାରୁ ଲୋକେ ଅନ୍ୟ ରାସ୍ତା ଆପଣାଇଥିଲେ ମଧ୍ୟ ଦୁର୍ଘଟଣା ଥମିବାର ନା ନେଉନାହିଁ। ଅପରପକ୍ଷେ ଜାତୀୟ ରାଜପଥ ୫୩ନଂ ର ଡୁବୁରୀ ଚଣ୍ଡିଖୋଲ ମଧ୍ୟରେ ଏକାଧିକ ବାର ବାରମ୍ବାର ଦୁର୍ଘଟଣା କାହିଁକି ହେଉଛି ଓ କ’ଣ ପଦକ୍ଷେପ ନେଲେ ଦୁର୍ଘଟଣାକୁ ରୋକା ଯାଇପାରିବା ତାର କୌଣସି ତଦନ୍ତ କିମ୍ବା ପ୍ରତିକାର ପାଇଁ ବିଭାଗ କିଛି ଚିନ୍ତା କରୁଥିବା ଜଣାପଡୁନାହିଁ। ଠିକାଦାର ପୁରୁଣା ରାସ୍ତାର ମରାମତି ଠିକ ଭାବରେ ନକରିବା, ନୂଆ ରାସ୍ତାପାଇଁ ପୁରୁଣା ରାସ୍ତାକୁ କାଟି ଅଣଓସାରିଆ କରିବା ଓ ପ୍ରତିକାର ବ୍ୟବସ୍ଥା ନ କରିବା ଦ୍ୱାରା ଏହି ଦୁର୍ଘଟଣା ସବୁ ଘଟୁଥିବା ଚାଳକମାନେ କହୁଛନ୍ତି। ରାସ୍ତା ବ୍ୟସ୍ତ ବହୁଳ ହୋଇପଡିଥିବାରୁ ଏବେ ଦିନ ୧୦ରୁ ସନ୍ଧ୍ୟା ୫ ପର୍ଯ୍ୟନ୍ତ ନୋ ଏଣ୍ଟ୍ରି କରାଯିବାର ଅବଶ୍ୟକତାକୁ ଏଡାଇ ଦିଆ ଯାଇନପାରେ। ଏଥିପ୍ରତି ଜାତୀୟ ରାଜପଥ ପ୍ରଧିକରଣ ଅଧିକାରୀ ଦୃଷ୍ଟି ଦେବାକୁ ଅନେକ ବୁଦ୍ଧିଜୀବୀ ଦାବି କରିଛନ୍ତି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories