www.samajalive.in
Sunday, December 14, 2025
23.1 C
Bhubaneswar

ଯକ୍ଷ୍ମା ନିରାକରଣ କ୍ଷେତ୍ରରେ ଜିଲ୍ଲାର ଶ୍ରେଷ୍ଠ ଚିକିତ୍ସକ ଭାବେ ଡାକ୍ତର ଦିଲ୍ଲିପ ଦାସ ସମ୍ମାନୀତ

ଗୁରୁଡିଝାଟିଆ : ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକ୍ଷକ ଡାକ୍ତର ଦିଲ୍ଲିପ ଦାସଙ୍କ ନିଷ୍ଠାପର ଉଦ୍ୟମ ,ଦାୟିତ୍ୱବୋଧ ପାଇଁ ଆଠଗଡ ବ୍ଲକରେ ଯକ୍ଷ୍ମା ନିରାକରଣ ସଫଳତା ହାସଲ କରିଛି। ୨୦୨୦-୨୧ ମସିହାରେ ୨୧୮୨ଜଣଙ୍କ କଫ ପରୀକ୍ଷା କରାଯାଇ ୯୯ଜଣଙ୍କୁ ଯକ୍ଷ୍ମା ଥିବାର ଚିହ୍ନଟ କରାଯିବା ସହିତ ଔଷଧ ସେବନ ଦ୍ୱାରା ସୁସ୍ଥ କରାଯାଇଛି। ସେଥିପାଇଁ ଜାତୀୟ ଯକ୍ଷ୍ମା ନିରାକରଣ ନିମନ୍ତେ ବିଶ୍ୱ ଯକ୍ଷ୍ମା ଦିବସ ଅବସରରେ ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ଡାକ୍ତର ଦିଲ୍ଲିପ ଦାସଙ୍କୁ ଜିଲ୍ଲାର ଶ୍ରେଷ୍ଠ ଚିକିତ୍ସକ ଭାବରେ ସମ୍ବର୍ଦ୍ଧିତ କରାଯାଇଛି। ବୁଧବାର ଜିଲ୍ଲା ସ୍ୱାସ୍ଥ୍ୟ ଭବନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସତ୍ୟବ୍ରତ ଛୋଟରାୟ ଓ ଏଡିପିଏଚଓ ଡାକ୍ତର ଏସ ରାଜକୁମାର ଉପସ୍ଥିତ ରହି ଡାକ୍ତର ଦାସ ଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories